ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଲା। ଏହି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡିବା ଫଳରେ ମାଆର ମୃତ ହେବା ସହିତ ଝିଅ ଗୁରୁତର ହୋଇଛି। ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ ମହୁଳିଆଶୁଳି ଗାଁର ନନ୍ଦିନୀ ମୁଣ୍ଡା(60), ଶ୍ରୀମତି ମୁଣ୍ଡା(40) ଆହତ ହୋଇଛନ୍ତି । ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବୁଧବାର ଭୋର ୪ଟା ସମୟରେ ଉଭୟଙ୍କ ଉପରେ ଘର କାନ୍ଥ ପଡିଯାଇଥିଲା। ଗାଁ ଲୋକେ ଉଭୟ ମାଆ ଓ ଝିଅଙ୍କୁ କାନ୍ଥ ତଳେ ଚାପି ହୋଇଥିବା ଅବସ୍ଥାରେ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ସେଠାରେ ନନ୍ଦିନୀ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ଝିଅ ଶ୍ରୀମତି ମୁଣ୍ଡାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
