Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

କରୋନା ସମୟରେ ଜୀବିକା ଯୋଗାଉଛି ଛତୁ ଚାଷ…

ଆତ୍ମନିର୍ଭରଶୀଳ ଦିଗରେ ଗୋଷ୍ଠୀ ମହିଳା

0

ସମ୍ବଲପୁର,ନିରପେକ୍ଷ ଖବର : ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ସବୁଆଡେ ବ୍ୟାପୀବାରେ ଲାଗିଛି । ଏହାର କରାଳ ରୂପରେ ରାଜ୍ୟର ଅନେକ ଗରିବ, ମଧ୍ୟବିତ୍ତ ଜୀବିକା ହରାଇବାରେ ଲାଗିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଛତୁ ଚାଷ ଯୋଗାଇଛି ଜୀବିକା ନିର୍ବାହର ନୂଆ ରାହା । ଏଥିରୁ ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ । ନିଜ ଘରେ ଥିବା ସାମଗ୍ରୀକୁ ବ୍ୟବହାର କରି ସ୍ୱଳ୍ପ ଖର୍ଚ୍ଚରେ ଆରମ୍ଭ କରିଛନ୍ତି ଛତୁ ଚାଷ । ଯାହାକି ଏଭଳି କରୋନାକାଳରେ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବିକା ନିର୍ବାହରେ ବି ବେଶ୍‍ ସହାୟକ ହେଉଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ, ପଦ୍ମାଳୟା ଗ୍ରାମ ପଂଚାୟତସ୍ତରୀୟ ମହାସଂଘ ଅନ୍ତର୍ଗତ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ନିଜ ଘରେ ଛତୁ ଚାଷ ଆରମ୍ଭ କରିଛନ୍ତି । ପ୍ରାଥମିକସ୍ତରରେ ପାଖାପାଖି ୪୦ ଟି ବେଡ୍‌ରେ ଏମାନେ ଛତୁ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ସଂଘର ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ଟ. ୫୦,୦୦୦/- ର ଋଣ ମିଳିଛି । ତେବେ ଛତୁ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଛତୁ ଚାଷ ଏକ ଋତୁକାଳୀନ ଚାଷ ଓ ଏହା ଅତ୍ୟନ୍ତ ସହଜ ଓ ସୁବିଧାରେ ହୋଇପାରିଥାଏ । ଏଣୁ ନିଜ ଘରେ ଥିବା ପାଳ, ପଲିଥିନ୍‌, ଚୂନ ଓ ମିଶନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଛତୁ ମଞ୍ଜିକୁ ବ୍ୟବହାର କରି ଦୁଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଏହି ଚାଷ ଆରମ୍ଭ କରିଛନ୍ତି । ଏହାବ୍ୟତୀତ ସେମାନଙ୍କର ଖର୍ଚ୍ଚ ଟ. ୪୦-୪୫/- ମଧ୍ୟରେ ରହୁଛି । ତେବେ ଗୋଟିଏ ବେଡ୍‌ରୁ ପାଖାପାଖି ୧ କେଜିରୁ ଅଧିକ ଛତୁ ମିଳୁଛି । ଅନ୍ୟପଟେ ୧ କେଜି ଛତୁର ଦର ରହିଛି ଟ. ୨୦୦/- ଏବଂ ଗୋଟିଏ ବେଡ୍‌ରୁ ପାଖାପାଖି ଟ. ୨୦୦/- ଲାଭ ମିଳିପାରୁଛି । କୋଭିଡ୍‌କୁ ନଜରରେ ରଖି ବଜାରକୁ ଯାଇ ବେପାର କରିବା ସମ୍ଭବ ହୋଇପାରୁନାହିଁ । ଏଣୁ ଯୁଯୁମୁରା ବ୍ଲକ ତଥା ପାଖ ଗ୍ରାମର ବେପାରୀ ଆସି ତାଙ୍କଠୁଁ ଛତୁ କିଣି ନେଇଯାଉଛନ୍ତି । ତେବେ କୋଭିଡ୍ ସମୟରେ ବି ଦୁଇ ସଦସ୍ୟା ନିଜ କଠିନ ପରିଶ୍ରମ ଓ ଚାଷ କାର୍ଯ୍ୟ ଜାରି ରଖିଛନ୍ତି । କାରଣ ଏଭଳି ସମୟରେ ଜୀବନଜୀବିକାକୁ ବଞ୍ଚାଇବା ପାଇଁ ଏହା ଏକ ସଫଳ ମାଧ୍ୟମ ଭାବେ ସହାୟକ ହେଉଅଛି । ଆଗାମୀ ଦିନରେ ଛତୁ ଚାଷକୁ ଆହୁରି ବୃହତ୍ ଆକାରରେ କରିବାର ଯୋଜନା ରଖିଛନ୍ତି ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ । ଏହାସହ ଛତୁ ଚାଷକୁ ବଜାର ସହ ସଂଯୋଗୀକରଣ କରିବାର ମଧ୍ୟ ଯୋଜନା ରହିଛି । କାରଣ ପ୍ରାଥମିକ ଭାବରେ ଗୋଷ୍ଠୀର ଦୂଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଆରସେଟିଆ ଯୋଗେ ପ୍ରଶିକ୍ଷଣ ପାଇଥିବାରୁ ସେମାନେ ବର୍ତ୍ତମାନ ଚାଷ ଆରମ୍ଭ କରିଛନ୍ତି । ମାତ୍ର ଦୁଇ ସଦସ୍ୟାଙ୍କ ସଫଳତା ଦେଖି କୋଭିଡ୍ ପରେ ପରେ ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ମଧ୍ୟ ପ୍ରଶିକ୍ଷଣ ନେବାକୁ ମନ ବଳାଇଛନ୍ତି । ଏହାବ୍ୟତୀତ ବିଭିନ୍ନ ଉତ୍ସରୁ ଛତୁ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦିଆଯାଉଥିବାରୁ ସମସ୍ତ ସଦସ୍ୟା ଏହି ଦିଗରେ ପ୍ରଶିକ୍ଷଣ ନେବା ପାଇଁ ଆଗଭର ହୋଇଛନ୍ତି ।

Mo sapath

Leave A Reply

Your email address will not be published.