କଟକ, ନିରପେକ୍ଷ ଖବର:ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଲାସାସା ସାମାଜିକ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି।ସାମାଜିକ ଦୁରତ୍ଵ ଓ ଗୋଷ୍ଠୀ କୈନ୍ଦ୍ରିକ କୁ ରକ୍ଷା କରି ବୃକ୍ଷ ରୋପଣ ଓ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା। ସଙ୍କରପର ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ ଓ ମନ୍ଦିର ର ସମଗ୍ର ସ୍ଥାନ କୁ ବିଶୋଧନ କରାଯିବା ସହିତ ମନ୍ଦିର ର ଆଖପାଖ ଅଞ୍ଚଳ କୁ ବିଶୋଧନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶଙ୍କର ପୁର ର ମୁଖ୍ୟ ସର୍ବେଶ୍ଵର ବାରିକ୍,ପ୍ରଶାନ୍ତ ବାରିକ୍ ଓ ସ୍ଥାନୀୟ ବାସିନ୍ଦା ରଞ୍ଜିତ ବାରିକ୍ ପ୍ରମୁଖ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଲାସାସା ସଂଗଠନ ର ନିର୍ମାତା ସ୍ମିତା ଦାସ ଙ୍କ ସହିତ ଚନ୍ଦ୍ରିକା ନାୟକ,ଦୀପ୍ତି ସ୍ୱାଇଁ,ନିହାରିକା ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ଟିକୁ ସଫଳ କରିଥିଲେ।ମହାମାରୀ କରୋନା ପାଇଁ ସାମାଜିକ ଦୁରତ୍ଵ କୁ ଗୁରୁତ୍ବ ଦେବା ସହ ମାସ୍କ୍ ପରିଧାନ କୁ ଉତ୍ତମ ରୂପେ ଅନୁ ପାଳିତ କରି ଥିବାରୁ ସଂଗଠନ ର ସମ୍ପାଦିକା ସ୍ମିତା ଦାସ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଥିଲେ।
