Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏ.ଆର.ସି

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

0

ସୁନ୍ଦରଗଡ଼,ନିରପେକ୍ଷ ଖବର: ଅକ୍ଟୋବର ୨୦୨୦: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ। ତାଙ୍କ ଜୀବନର ଏହି ଖୁସି ପାଇଁ ସେ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

୧୯୯୬ ମସିହାର ଘଟଣା। ଯୋଶେଫ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସମ୍ବଲପୁରରୁ ରାଉରକେଲା ଆସୁଥିଲେ। ହେଲେ ଟ୍ରେନରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ ହରାଇଥିଲେ। ସେହିଦିନଠାରୁ ଯୋଶେଫଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଚୂରମାର ହୋଇଗଲା। ଆଶାବାଡ଼ି ପାଲଟିଗଲା ଯୋଶେଫଙ୍କ ଜୀବନର ସବୁଠାରୁ ବଡ଼ ସାଥୀ!

Blank space

ସ୍ଥାନୀୟ ଏଏନଏମ ଦିଦିଙ୍କଠାରୁ ଯୋଶେଫ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଲେ। ଏଠାରେ ଭିନ୍ନକ୍ଷମମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ମିଳୁଥିବା ଖବର ପାଇ ଯୋଶେଫ ତାଙ୍କ ବାପା ଏବଂ ସାଙ୍ଗ ଜୟଚନ୍ଦ୍ର ଚୌଧୁରୀଙ୍କୁ ଧରି ସୁନ୍ଦରଗଡ଼ ଆସିଥିଲେ।

‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ରେ ସମସ୍ତ ପ୍ରମାଣପତ୍ର ଦାଖଲ କରି କୃତ୍ରିମ ଗୋଡ଼ ପାଇଁ ମାପ ଦେଇଥିଲେ ଯୋଶେଫ। ନିକଟରେ ତାଙ୍କୁ କୃତ୍ରିମ ଗୋଡ଼ ମିଳିଛି। ଏହି କୃତ୍ରିମ ଗୋଡ଼କୁ ସେ କିଭଳି ଭାବରେ ବ୍ୟବହାର କରିବେ ସେ ନେଇ ତାଙ୍କୁ ସେଠାରେ ତାଲିମ ମଧ୍ୟ ଦିଆଯାଇଛି। ଏବେ ଯୋଶେଫ କୃତ୍ରିମ ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇପାରୁଛନ୍ତି।

‘‘ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଚିକିତ୍ସା ଓ ପୁନର୍ବାସ ଲାଗି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ରୋବୋଟିକ୍ସ ଫିଜିଓଥେରାପି ସହିତ କମ୍ପ୍ୟୁଟର ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି। ତେଣୁ ଜିଲ୍ଲାର ହିତାଧିକାରୀମାନେ କିପରି ଏହି ସେବା ପାଇ ପାରିବେ ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାରେ ଏହି ହିତାଧିକାରୀମାନଙ୍କୁ ଚିହ୍ନଟ କରି ତାଲିକା ପଠାଇବାକୁ ଜିଲ୍ଲାପାଳ ରାଉରକେଲା ମହାନଗର ନିଗମ, ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡିଓଙ୍କୁ ଚିଠି ଲେଖିଛନ୍ତି। ସେହି ତାଲିକା ଆଧାରରେ ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଆରସିରେ ମାଗଣାରେ ଚିକିତ୍ସା ଓ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ।

‘‘ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଏଆରସି ସେବାକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବ୍ଲକସ୍ତରରେ ହିତାଧିକାରୀ ଚିହ୍ନଟ ପାଇଁ ସମନ୍ୱୟ କମିଟି ଗଠନ କରାଯାଇଛି। ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ଜରିଆରେ ଗାଁ ଗାଁରେ ସର୍ଭେ କରାଯାଉଛି। ତେଣୁ ହିତାଧିକାରୀଙ୍କୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶି।

ଜିଳ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ନିର୍ମିତ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ମିଳୁଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଲାଗି ଏହି ଚିକିତ୍ସା ବେଶ୍ ଲାଭଦାୟକ ହୋଇପାରିଛି। ତା’ ସହିତ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।

ସୁନ୍ଦରଗଡ଼ ସହିତ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବରଗଡ଼ ଏବଂ କଳାହାଣ୍ଡି ଭଳି ୭ଟି ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ରୋବୋଟିକ୍ସ ଫିଜିଓଥେରାପି ଚିକିତ୍ସା ସହ କୃତ୍ରିମ ଅଙ୍ଗ ପ୍ରଦାନ କରିବା ହେଉଛି ସୁନ୍ଦରଗଡ଼ ଏଆରସିର ଲକ୍ଷ୍ୟ। ତେଣୁ ସୁନ୍ଦରଗଡ଼ ଛଡ଼ା ଅନ୍ୟ ଜିଲ୍ଲାର ହିତାଧିକାରୀମାନେ ନିଜ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀଙ୍କ (ବିଏସଏସଓ) ଜରିଆରେ ସେବା ପାଇଁ ଆବେଦନ କରିପାରିବେ।

ଏହି କେନ୍ଦ୍ରରେ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ କରିବାକୁ ଚାହୁଁଥିବା ବ୍ୟକ୍ତି ଏଆରସିର ମୋବାଇଲ୍ ନମ୍ବର 7327815125 କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର 011-41182138 ମାଧ୍ୟମରେ ଯୋଗାଯୋଗ କରିପାରିବେ।

Mo sapath

Leave A Reply

Your email address will not be published.