Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ …

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୨/୧୦  ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍‌ ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପରିସରରେ ସାମାଜିକ ଦୂରତ୍ୱ ରଖି ଅକ୍ଟୋବର ୨୧ ତାରିଖରେ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ କର୍କଟରେ ଚିକିତ୍ସିତ, ସୁସ୍ଥ ହୋଇଯାଇଥିବା ରୋଗୀମାନଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନତା ସହିତ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ରୁ ଅଧିକ ସ୍ତନ କର୍କଟ ରୋଗ ଚିହ୍ନଟ ହୋଉଛନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ସମ୍ଭାବନା ୫୦-୬୦ ପ୍ରତିଶତ ରହିଥିବାବେଳେ କେବଳ ସଚେତନତା ଏବଂ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ଦ୍ୱାରା ହିଁ ଜଣେ ଏହି ରୋଗରୁ ମୁକ୍ତି ପାଇପାରିବେ । ଅଧିକ ମେଦବହୁଳତା, ଧୂମପାନ, ମଦ୍ୟପାନ, ବ୍ୟାୟାମ ଅଭାବ, ଉଚ୍ଚରକ୍ତଚାପ, ଜଙ୍କ୍‌ଫୁଡ୍‌, ଦୈନିକ ଦିନର ଖାଦ୍ୟ ପ୍ରଣାଳିରେ ଅସ୍ଥିରତା, ମାନସିକ ସ୍ତରରେ ଅସ୍ଥିରତା, ଶିଶୁମାନଙ୍କୁ ସ୍ତନପାନ କରାଉନଥିବା ମହିଳାମାନେ, ହରମୋନରେ ଅସ୍ଥିରତା, ଡେରିରେ ବିବାହ ଏବଂ ମାତୃତ ଲାଭକରିବା ମହିଳାଙ୍କଠାରେ ସ୍ତନ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ପୂର୍ବରୁ ବିଭିନ୍ନ କାରଣରୁ ସ୍ତନ କର୍କଟ ରୋଗ ହେଉଥିା ବେଳେ ବର୍ତ୍ତମାନ କ୍ଷତ୍ରରେ ପରିବର୍ତ୍ତିତ ଜୀବନ ଶୈଳୀ କେତେକାଂଶରେ ଦାୟୀ ବୋଲି କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ କହିଛନ୍ତି । ଯଦି ଆଧୁନିକ ଜୀବନ ଶୈଳୀରେ ପରିବର୍ତ୍ତିନ ସମୟରେ ସମସ୍ତଙ୍କ ନିକଟରେ ସଚେତନତା ରହିଲେ ଏହି ରୋଗକୁ କେତେକାଂଶରେ ଏଡାଇ ଦେଇପାରିବେ । ବର୍ତ୍ତମାନ ମେମୋଗ୍ରାଫି ମେସିନ୍ ଦ୍ୱାରା ଏହାକୁ ସହଜରେ ଚିହ୍ନଟ କରାଯାଇପାରୁଛି । ଏହି ସଚତନତା ଶିବିରରେ ଡ଼ା.ସ୍ୱପ୍ନା କବିରାଜ (ରଞ୍ଜନରଶ୍ମି ଚିକିତ୍ସକ) ଏବଂ ପୁସ୍ପଲତା ସେଠୀ (ସେବିକା)ଙ୍କୁ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ସମ୍ମାନିତ କରାଯାଇଥିଲା । ଏହି ସଚେତନତା ଶିବିରରେ ସ୍ପର୍ଶ ହସ୍ପିଟାଲ୍‌ର ମୁଖ୍ୟ ପରିଚାଳନ କାର୍ଯ୍ୟ ନିର୍ବହୀ ନିର୍ଦ୍ଦେଶକ ପ୍ରଫେସର ଡ଼ା. ଘନଶ୍ୱାମ ବିଶ୍ୱାସ, ଅଧୀକ୍ଷକ ଡ଼ା. ଶୁସାନ୍ତ କିଶୋର ନାୟକ, କର୍କଟ ବିଭାଗର ଡ଼ା. ଭରତ ଦାସ, ଡ଼ା. ଦେବାଶିଷ ଦାସ, ଡ଼ା. ଶୁବାଷ ଚନ୍ଦ୍ର ଜେନା ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ଅଧ୍ୟକ୍ଷ ଡ଼ା. ସୂର୍ଯ୍ୟ ନାରାୟଣ ବେହେରା ଏବଂ ସମ୍ପାଦକ ଶୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ସମ୍ପାଦକ ଶୁଚିସ୍ମିତା ପୃଷ୍ଟି ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.