ଭୁବନେଶ୍ୱର, ନିରପେକ୍ଷ ଖବର:ତା.୦୧.୧୧.୨୦୨୦, ନୂତନ ନିଯୁକ୍ତି ନିୟମକୁ “୫ ଟି”ରେ ସାମିଲ କରିବା ସହିତ ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବା, ଆବେଦନର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ନିଖିଳ ଓଡ଼ିଶା ପାଇକମହାସଂଘ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛି ।କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ କବର ଦେଇ ବେକାରୀମାନଙ୍କୁ ନେଇ ଖେଳ ଖେଳାଯାଉଥିବା ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ ଅଭିଯୋଗ କରିଛନ୍ତି। ଫଳରେ ଓଡ଼ିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ ଚାକିରୀ ଅପେକ୍ଷାରେ ଥିବା ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଆଯାଇଛି। ବର୍ତ୍ତମାନ ନୂତନ ମାର୍ଚ୍ଚ ୨୦୨୦ (ନୋଟିଫିକେସନ ତା.୦୩.୦୩.୨୦୨୦) ରେ ପ୍ରକାଶିତ ସରକାରୀ ଇସ୍ତାହାର ଅନୁଯାୟୀ ୨୦୧୫ ନିୟମରେ ପରିବର୍ତ୍ତନ କରିବା ସହିତ ସପ୍ଳିମେଣ୍ଟାରୀ ଲିଷ୍ଟକୁ ବାଦ ଦେଇଛନ୍ତି । ସୂଚନା ଅନୁଯାଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନର ଆଶାୟୀ ପ୍ରାଥି ଗୋଟିଏ ପରୀକ୍ଷାପାଇଁ ୪ ରୁ ୫ ବର୍ଷ ଅପେକ୍ଷା କରୁଛନ୍ତି । ଏହାଦ୍ୱାରା ଆଶାୟୀ ପ୍ରାର୍ଥିଙ୍କର ବୟସ ଅତିକ୍ରାନ୍ତ କରିବା ସହିତ ନିଯୁକ୍ତିର ଆଶା ମଉଳି ଯାଉଛି । ପୁରାତନ ନିୟମ ଅନୁଯାୟୀ ବିଗତ ବିଜ୍ଞପ୍ତି ଗୁଡ଼ିକରେ ମୌଖିକ ପରୀକ୍ଷା ଓ ଅନ୍ୟାନ୍ୟ ନିୟମ ଲାଗୁ କରାଯାଉଥିବା ସମୟରେ ସଂପୃକ୍ତ ବିଭାଗର ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବାରେ କୌଣସି ଆନ୍ତରିକତା ପରିଲଖିତ ହେଉନାହିଁ । ଯଦି ଏହାର ଅଧ୍ୟକ୍ଷ ଏହାକୁ ଦୃଷ୍ଟିଦେବା ସହିତ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି ଆଶାୟୀ ପ୍ରାର୍ôଥ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ତତ୍ସହିତ ଅନ୍ୟ ରାଜ୍ୟପରି ସରକାରୀ ଚାକିରୀ ପାଇଁ ରାଜ୍ୟ ସରକାର ଆବେଦନର ବୟସ ସୀମା ୪୨ ବର୍ଷକୁ ବୃଦ୍ଧିକଲେ ଶିକ୍ଷିତ ଯୁବକମାନେ ନିଯୁକ୍ତି ପାଇ ପାରନ୍ତେ ଏବଂ ରାଜ୍ୟରେ ବେକାରୀ ସମସ୍ୟା କିଛିମାତ୍ରାରେ ହ୍ରାସ ପାଇପାରନ୍ତା । “୫ ଟି” କୁ ନେଇ ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ କରୋନା ମହାମାରୀ ସମୟରେ ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ନିଷେଧାଦେଶ ଜାରୀ କରିବା ଏକ ଯୁବମାରଣ ନୀତି ବୋଲି ମଧ୍ୟ କହିଛନ୍ତି । ଏହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରାନ୍ତ କରିବା ସହିତ ବେକାରୀ ସମସ୍ୟା ବଢିବାର ସ୍ପଷ୍ଟ ପ୍ରମାଣ ମିଳେ । ଓଡ଼ିଶାର କୁଶଳୀ, ଯୁବକମାନେ ପେଟ ପାଟଣା ପାଇଁ ଦେଶାନ୍ତର ହୁଅନ୍ତି । ରାଜ୍ୟ ସରକାର ମେକ୍ଇନ ଓଡ଼ିଶା ନାମରେ ଶ୍ଳୋଗାନ ଦିଅନ୍ତି, ଓଡ଼ିଆ ପୁଅ ଦାଦନ ଖଟିବା ପାଇଁ ଅନ୍ୟରାଜ୍ୟକୁ ଯାଏ, ଏହା କେଉଁ ପ୍ରକାର ନିଯୁକ୍ତି ନିୟମ ବୋଲି ପ୍ରଶ୍ନ କରିଛନ୍ତି ।
ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଓଡ଼ିଶାର ଲକ୍ଷଲକ୍ଷ ବେକାର ଯୁବକ, ଯୁବତୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସହିତ ରାଜରାସ୍ତାକୁ ଉହ୍ଳାଇବ ବୋଲି ଚେତାବନୀ ଦେଇଛନ୍ତି।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ