*ବୃଦ୍ଧାଶ୍ରମରେ ବେସାହାରା ମା କାଟୁଛନ୍ତି ଜୀବନ*
ବାରିପଦା(ନିରପେକ୍ଷ ଖବର)ତା-୧୦/୦୫ ଗୋଟେ ସମୟ ଥିଲା ଯେତେବେଳେ ଆମ ସମାଜରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥା ପ୍ରଚଳିତ ଥିଲା, ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକୌନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମା କୁ ହତାଦର କଲା, ଏପରିକି ଏମାନଙ୍କୁ ବୃଦ୍ଧାଶ୍ରମ ରେ ଫୋପାଡ଼ି ଦେବାକୁ ମଧ୍ୟ ପଛାଇଲା ନାହିଁ।ବାଦ୍ଧକ୍ୟ ଅବସ୍ଥାରେ ବାପା ଓ ମାଆମାନେ ପୁଅ ବୋହୁ ଓ ଝିଅ ପାଖରୁ ଅନେକ କିଛି ଆସା ରଖିଥାନ୍ତି। ବୟସର ଅପରାହ୍ନରେ ତାଙ୍କ ପାଖରୁ ଟିକେ ସେବା ଯତ୍ନ ନେବାକୁ ଚାହିଁ ବସିଥାନ୍ତି। ହେଲେ ଘରେ ପୁଅ ବୋହୁ, ନାତି ନାତୁଣୀ, ଝିଅ ଜ୍ଵାଇଁ ସବୁ ଥାଇ ବି ମାଆମାନେ କେମିତି ବାରିପଦା ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି ତାକୁ ନେଇ ବିଶ୍ଵ ମାତୃତ୍ବ ଦିବସରେ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଲକ୍ ଡାଉନ୍ ସମୟରେ ବାରିପଦା ବୃଦ୍ଧାଶ୍ରମରେ ମାଆମାନେ କେମିତି ଜୀବନ ବିତାଉଛନ୍ତି, ତାକୁ ପରଖିବା ପାଇଁ ଆମ ପ୍ରତିନିଧି ସେଠାରେ ପହଁଚିଥିଲେ। ଏଠାରେ ୩୭ ଜଣ ମାଆ ଓ ୧୯ ଜଣ ବୃଦ୍ଧ ରହୁଥିବା ବେଳେ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ମାଆ ଜନ୍ମ ଦେଇଥିବା ପୁଅ ଝିଅମାନେ କିପରି ପୂର୍ବ କଥା ସବୁକିଛି ଭୁଲି ଯାଉଛନ୍ତି। ଯେଉଁ ମାଆ ଦିନେ ପଣତ କାନିରେ ପୁଅ, ଝିଅକୁ ଡାକି ସବୁ ବିପଦ ଆପଦରୁ ରକ୍ଷା କରୁଥିଲା, ସେ ପୁଅ ଆଜି ତାର ବାଦ୍ଧକ୍ୟ ଅବସ୍ଥାରେ ଶତ୍ରୁ ସାଜିଛି। ମାଡ ଗାଳି ସବୁ ସହି ପୁଅକୁ ଦୁନିଆ ଦେଖାଇ ଆଶା ବାନ୍ଧିଥିଲା ବାଦ୍ଧକ୍ୟ ଅବସ୍ଥାରେ ଟିକେ ଶାନ୍ତି ଦେବ ସାହାରା ହେବ। ହେଲେ ଆଖିର ଲୁହ ଶୁଖିବା ବଦଳରେ ମାଆ ତାକୁ ପାଟିରେ ପିଇ ଯାଉଛି। ବାରିପଦା ବୃଦ୍ଧାଶ୍ରମରେ ଏମିତି କେବଳ ଜଣେ ମାଆ ନୁହେଁ ଅନେକ ମାଆଙ୍କର ବୟସ ଗଡିଯିବା ପରେ ପୁଅ ଝିଅ ଓ ସମ୍ପକୀୟଙ୍କଠାରୁ ଅଲୋଡା ହୋଇ ଏଠାରେ ଜୀବନ ଜିଉଁବାର ରାହା ଖୋଜୁଛନ୍ତି ।
କିଏ ପୁଅ ବହୁର ଅତ୍ୟାଚାର ଓ ଯନ୍ତ୍ରଣା ସହି ନ ପାରି ଏଠାରେ ଆଶ୍ରୟ ନେଇଛି ତ ଆଉ କିଏ ପରିବାର ଠାରୁ ତାଡନା ଖାଇ ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ ହୋଇଛି। ଆଉ କିଏ ସ୍ବାମୀର ଦେହାନ୍ତ ହେବାପରେ ତାର ମଦୁଆ ପୁଅର ମାଡ ସହି ନ ପାରି ଏଠାରେ ଆଶ୍ରୟ ନେଇଛନ୍ତି। ପୁଣି କାହାର ତିନି ତିନିଟା ଭେଣ୍ଡିଆ ପୁଅ ଥାଇ ବି ସେ ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଛି।
କରୋନା ଭାଇରସ, ବୟସ୍କ ଲୋକମାନଙ୍କୁ ଅଧିକ ସଂକ୍ରମଣ ହେଉଥିବାରୁ ସେମାନଙ୍କୁ ବାହାର ଲୋକଙ୍କ ସହ ମିଳାମିଶା କରିବାକୁ ଦିଆଯାଉନି। କିଏ ଲୁଡୁ ଖେଳି ସମୟ କାଟୁଛି ତ ଆଉ କିଏ ପିଲାଙ୍କ ଗୋଡି ଖେଳକୁ ଆପଣେଇ ନେଇଛି। ଆଉ କିଏ ପୁଣି ଗୁମସୁମ ହୋଇ କାନ୍ଦୁଛି। ବିଶ୍ୱ ମାତୃତ୍ବ ଦିବସରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ମାଆମାନଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନାର ଭୟାବହତା ପାଇଁ ଏସବୁକୁ ରୋକ ଲଗାଯାଇଛି। ଆଜି ଭଳି ଦିନରେ ଘରେ ଘରେ ମାଆମାନଙ୍କୁ ପୂଜା ଅର୍ଚ୍ଚନା କରାଯାଉ ଥିବାବେଳେ ଲକ୍ ଡାଉନ୍ ପାଇଁ ପୁଅ ଝିଅମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ମାଆମାନେ ନିଜେ ପୂଜା ପାଇବା ବଦଳରେ କରୋନା ପାଇଁ ବିଦେଶରେ ଥିବା ପୁଅ ଝିଅଙ୍କର ଫେରିବାକୁ ବାଟକୁ ଚାହିଁ ବସିଛନ୍ତି।
ଅବଶ୍ୟକତା ଠାରୁ ଅଧିକ ବସ୍ତୁବାଦୀ ହେବା ଫଳରେ ଭାରତୀୟ ସମାଜରେ ସାମାଜିକ ମୂଲ୍ୟବୋଧ ବୋଲି କିଛି ନାହିଁ, ଅଧିକାଂଶ ଘର ବୟସ୍କ ବୟସ୍କା ମାନେ ସେମାନଙ୍କ ଗୁରୁତ୍ୱ ହରାଇଛନ୍ତି ଉପେକ୍ଷିତ ହେଉଛନ୍ତି, ନିର୍ଯାତିତ ହେଉଛନ୍ତି, Senior Citizen Care and protection Act-2007 ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି,ଏହି ଆଇନ କେବଳ ନିର୍ଯାତିନା ହେଉଥିବା ବେଳେ ମା ମନ କିନ୍ତୁ ବୁଝୁନାହିଁ,ରାଜି ହେଉନାହିଁ ନିଜ ପିଲାଙ୍କ ନାମରେ ମାମଲା ରୁଜୁ ପାଇଁ, ପିଲା ମାନେ ସିନା ବୁଝିଲେ ନାହିଁ କିନ୍ତୁ ସେ ତ ମା କରୁଣାମୟୀ।
