ଦକ୍ଷିଣ ଭାରତର ଅଗ୍ରଣୀ ଡାଏଗ୍ନଷ୍ଟିକ ସଂସ୍ଥା ମେଡ଼ଅଲ ର ଏକ ନୂତନ ପ୍ରୋସେସିଂ ସେଣ୍ଟର ଭୁବନେଶ୍ବରର ରବି ଟକିଜ଼ ଛକଠାରେ ଉଦଘାଟିତ ହୋଇଛି। ଏହି ପ୍ରୋସେସିଂ ସେଣ୍ଟରକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ଫିତାକାଟି ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡଅଲ କଂପାନୀର ପ୍ରେସିଡେଣ୍ଟ ମୃଗାଙ୍କ ଗୁପ୍ତା ଏବଂ ଓଡ଼ିଆ ସିନେଷ୍ଟାର ବବି ମିଶ୍ର ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ ମେଡ଼ଅଲ କମ୍ପାନୀ ଡାଏଗ୍ନଷ୍ଟିକ କ୍ଷେତ୍ରରେ ସମଗ୍ର ଦକ୍ଷିଣ ଭାରତରେ ୪୦% ବଜ଼ାର ଅକ୍ତିଆର କରିଥିବାବେଳେ ତାମିଲନାଡୁ,ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଝାରଖଣ୍ଡରେ ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେଇ ଆସୁଛି।
ଭୁବନେଶ୍ୱର କେନ୍ଦ୍ର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେଵବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
