Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଶୀତ ଦିନିଆ ନେପାଳି ମାର୍କେଟରେ ଜମୁଛି ବେପାର ।

ଶୀତ ବସ୍ତ୍ର କିଣିବାର ସୁଯୋଗ ହାତଛଡା କରୁନାହାନ୍ତି ଗ୍ରାହକ ।

0

ବାରିପଦା(ନିରପେକ୍ଷ ଖବର)ତା-୨୩/ଡ଼ିସେମ୍ବର/୨୦୧୯:ଆଜିର ଦିନରେ ଶୀତର ଚାଦୋର ରେ ସାରା ରାଜ୍ୟ ଘୋଡ଼ାଇ ହୋଇରହିଛି । ସେଥିପାଈ୍ ସବୁଠାରେ ଶୀତବସ୍ତ୍ର ବ୍ୟବସାୟୀମାନେ ନିଜ ପସରା ମେଲେଇ ବସିଲେଣି ।ସେହିପରି ଆମ ରାଜ୍ୟରେ ଆଦିବାସି ବହୁଳ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଠାରେ ଶୀତର ତ୍ପକୋପ ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଟିକେ ବେଶି ଅନୁଭୂତ ହୋଇଥାଏ ।

Advertising:
Blank space

ଶୀତର ପ୍ରକୋପରୁ ରକ୍ଷା ପାଇଁ ବିଭିନ୍ନ ରାଜ୍ୟରୁ ଶୀତବସ୍ତ୍ର ବ୍ୟବସାୟୀମାନେ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଶୀତବସ୍ତ୍ର ପସରା ମେଲାଇଥାନ୍ତି । ବିଶେଷ କରି ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହବ ବାରିପଦା ସହରରେ ନେପାଳିମାନେ ଶୀତବସ୍ତ୍ରର ଷ୍ଟଲ ଖୋଲି ଆସୁଛନ୍ତି । ବ୍ୟବସାୟୀମାନେ ପ୍ରତିବର୍ଷ ବାରିପଦା ସହରରେ ନିଜ ନିଜର ଷ୍ଟଲ ଖୋଲୁଥିବାରୁ କାଳକ୍ରମେ ଶୀତ ଦିନରେ ଏହି ବଜାର ନେପାଳି ମାର୍କେଟ ଭାବେ ଜିଲ୍ଲାରେ ପରିଗଣିତ ହେଉଛି । ଚଳିତ ବର୍ଷ ମଧ୍ୟ ବ୍ୟବସାୟୀମାନେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭଳିକି ଭଳି ରଙ୍ଗବେରଙ୍ଗର ଶୀତବସ୍ତ୍ରର ପସରା ମେଲାଇଛନ୍ତି । ବାରିପଦା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ନେପାଳି ମାର୍କେଟରୁ ନିଜ ନିଜର ମନପସନ୍ଦର ଶୀତବସ୍ତ୍ର କିଣିବାକୁ ଭିଡ଼ ଲଗାଉଛନ୍ତି । ଚଳିତ ଶୀତୁ ରୁତୁ ଆରମ୍ଭ ତଥା ନଭେମ୍ବର ୨୦ ତାରିଖରୁ ନେପାଳିମାନେ ବାରିପଦା ସହରରେ ଶୀତବସ୍ତ୍ର ଷ୍ଟଲ ଖୋଲିଛନ୍ତି । ନେପାଳି ମାର୍କେଟରେ ଏଥର ୩୫ଟି ଷ୍ଟଲ ପଡ଼ିଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏଠାରେ ଗଦି, ବେଡସିଟ୍, କମ୍ବଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଶୀତବସ୍ତ୍ରର ଷ୍ଟଲ ଖୋଲିଛନ୍ତି । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ଥର ମଧ୍ୟ ଶୀତ ଅନୁଭୂତି ହେଉ ଥିବାରୁ ଶୀତବସ୍ତ୍ରୀର ଆବଶ୍ୟକତା ପଡ଼ି ଥିବାରୁ ଶୀତବସ୍ତ୍ର କିଣିବାକୁ ଆସିଥିବା ଗ୍ରାହକ କହିଛନ୍ତି । ଫଳରେ ନେପାଳି ମାର୍କେଟରେ ଜନଗହଳ ପରିଲିକ୍ଷିତ ହେଉଛି। ବ୍ୟବସାୟମାନଙ୍କର ବ୍ୟବସାୟ ମଧ୍ୟ ଭଲ ହେଉଛି । ତଥାପି ଆଗକୁ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତି ହେବାର ଆଶଙ୍କା ଥିବା ବେଳେ ଶୀତବସ୍ତ୍ରର ବ୍ୟବସାୟ ବି ଖୁବ ଜମିବ ବୋଲି ନେପାଳରୁ ଆସିଥିବା ଜଣେ ବ୍ୟବସାୟୀ କହିଛନ୍ତି । ନେପାଳି ମାର୍କେଟରେ ସର୍ବନିମ୍ନ ୩୦୦ ଟଙ୍କାରୁ ୨ ହଜାର ଟଙ୍କା ଭିତରେ ଶୀତବସ୍ତ୍ର ବିକ୍ରି ହେଉଥିବା ସେ କହିଛନ୍ତି । ନେପାଳି ମାର୍କେଟରେ ଭଳିକି ଭଳି ଜାକେଟ, ସୁଇଟର, ଗ୍ଲୋବ୍ସ, ମଫିଲର ଠାରୁ ଆରମ୍ଭ କରି ଶହେ ରୁ ଅଧିକ ଭେରାଇଟିର ଜାକେଟ ବିକ୍ରି ହେଉଛି । ବାରିପଦା ସହର ମଧ୍ୟରେ ଖୋଲିଥିବା ଏହି ଶୀତବସ୍ତ୍ର ବଜାର ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ଏହାରି ଭିତରେ ଶୀତବସ୍ତ୍ର ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି

Mo sapath

Leave A Reply

Your email address will not be published.