ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୯/୨୨ କମିଶନରେଟ୍ ପୋଲିସ୍ କୁ ପୂଜା ପୂର୍ବରୁ ନାଲକୋ ପକ୍ଷରୁ ୬ଟି ପିସିଆର ଭ୍ୟାନ୍ ଉପହାରରେ ଦିଆଯାଇଛି। ଏଥି ମଧ୍ୟରୁ ୫ଟି ପେଟ୍ରୋଲିଂ ପାଇଁ ବ୍ୟବହାର ହେବ ଓ ଆଉ ଗୋଟିଏ ନୂଆପଲ୍ଲୀ ଥାନାକୁ ଦିଆଯାଇଛି। ଏହି ପାର୍ବଣ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲିସ୍ ର ଭୁମିକା ଅଧିକ ଥାଏ। ଏଥିପାଇଁ ଅଧିକ ପେଟ୍ରୋଲିଂର ମଧ୍ୟ ଆବଶ୍ୟକ ହୁଏ। ପାର୍ବଣକୁ ଦୃଷ୍ଟିରେ ରଖି ନାଲକୋ ପକ୍ଷରୁ ପିସିଆର ଭ୍ୟାନ୍ ଦିଆଯାଇଛି। ଏବେ ୬ଟି ପିସିଆର ଓ ପୂର୍ବରୁ ୪୭ ଟି ସମୁଦାୟ ଏବେ ପର୍ଯ୍ୟନ୍ତ ନାଲକୋ ପକ୍ଷରୁ ୫୩ଟି ପିସିଆର ଭ୍ୟାନ୍ କମିଶନରେଟ୍ ପୋଲିସ୍ କୁ ଯୋଗାଇ ଦିଆଯାଇଛି।
