ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାରରେ ନିବୃତ ନ ରହି ତିତ୍ ଲି (ବାତ୍ୟା)ପରେ ବର୍ଷା ଓ ବନ୍ୟାଜଳ ଯୋଗୁ କ୍ଷୟକ୍ଷତି ହୋଇଥିବା ପରିବାର ଓ ଚାଷୀମାନଙ୍କ ସଠିକ୍ ତଥ୍ୟ ରଖନ୍ତୁ । କ୍ଷୟକ୍ଷତି ହୋଇଥିବା ପରିବାରର ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ।କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦୦୦୦ଟଙ୍କା ଓ କୃଷିରୁଣ ଛାଡ଼ କରାଯାଉ ।ତିତ୍ ଲି ବାତ୍ୟାରେ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ ବାସ୍ତବ ତଥ୍ୟକୁ ନେଇ ସରକାର କରନ୍ତୁ । ଅତୀତରେ ଫାଇଲିନ୍ ଓ ହୁଡ୍ ହୁଡ୍ ଭଳି ଅଧାପନ୍ତରିଆ ଥଇଥାନ କାର୍ଯ୍ୟ ସରକାର ନ କରନ୍ତୁ । ଏହା କଂଗ୍ରେସ ମେଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ପ୍ରେସ୍ ବିବୃତିରେ ଦାବି କରିଛନ୍ତି ।
