Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ…

ରାଜ୍ୟରେ ଗରୀବ ଆଦିବାସୀ ଦଳିତ ଏବଂ ଅନ୍ୟ ବର୍ଗର ମହିଳା ସଂପୂର୍ଣ୍ଣରୂପେ ଆଜି ଅସୁରକ୍ଷିତ ।

0

ନିରପେକ୍ଷ ଖବର: ଆଜି ରାଜ୍ୟରେ  ଗରୀବ ଆଦିବାସୀ ଦଳିତ ଏବଂ ଅନ୍ୟ ବର୍ଗର ମହିଳା ସଂପୂର୍ଣ୍ଣରୂପେ ଅସୁରକ୍ଷିତ । କିଛିଦିନ ତଳେ ଢ଼େଙ୍କାନାଳ ଜିଲାର ବେଲଟିକିରି ଘଟଣା ମନରେ ନ ଲିଭିବା ପୂର୍ବରୁ ଆଉ ଏକ ଲୋମଟାଙ୍କୁରା ଘଟଣା ପୁଣି ଘଟିଗଲା । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମହିଳା ସଭାପତି ଶ୍ରୀମତୀ ସୁମିତ୍ରା ଜେନା ଓ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଡାରିଙ୍ଗବାଡ଼ିରେ ଏକ କନ୍ୟାଶ୍ରମ ସ୍କୁଲରେ ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ଦୀର୍ଘ ଦିନ ଧରି ସେଠାରେ ଯୌନ ଉତ୍ପିଡ଼ନା ଦିଆଯାଉଥିଲା । ଫଳସ୍ୱରୂପ ଛାତୀ ଜଣକ ଗର୍ଭବତି ଥିଲେ ଏବଂ ଗତକାଲି ଆଶ୍ରମର ଗାଧୁଆ ଘରେ ଏକ ପିଲା ଜନ୍ମ କରିଛନ୍ତି । ସଭାନେତ୍ରୀ ଶ୍ରୀମତୀ ଜେନା ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଏ ଘଟଣାର ସେବାଶ୍ରମର ପରିଚାଳକ, ଶିକ୍ଷକ, ଶିକ୍ଷୟତ୍ରୀ କିଭଳି ଭାବରେ ଜାଣିସୁଣି ଦୀର୍ଘ ୮ମାସ କାଳା ଚୁପ ରହିଥିଲେ ଏବଂ ଦୋଷୀକୁ ଦଣ୍ଡଦେବା ପରିବର୍ତେ ତାକୁ ଘୋଡ଼ାଇ ରଖିଥିଲେ । ଖାଲି ସେତିକି ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ଡାକ୍ତର କନ୍ୟାଶ୍ରମ ମାନଙ୍କୁ ବିଭିନ୍ନ ସମୟରେ ଯାଇ କନ୍ୟାଶ୍ରମରେ ରହୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥାର ନିରକ୍ଷଣ କରିବା କଥା । ଯଦି ଡାକ୍ତର ସେ ବିଦ୍ୟାଳୟକୁ ଯାଇଥିଲେ ତାହାଲେ ସେହି ଛାତ୍ରଜଣଙ୍କୁ ଡାକ୍ତରଜଣକ ପରୀକ୍ଷା ନିରୀକ୍ଷା କରିଥିଲେ କି? ଏକ ଅପ୍ରାପ୍ତ ବୟସ୍କା ଛାତ୍ରୀ ଜଣଙ୍କ କନ୍ୟାଶ୍ରମରେ ପାଠ ପଢ଼ୁଥିଲାବେଳେ କିଭଳି ଗର୍ଭଧାରଣ କଲେ ଏହାର ତଥ୍ୟ ତାଙ୍କ ପାଖରେ ଥିଲାକି ଯଦି ଥିଲା ତାହାେଲେ ସେ ଜିଲ୍ଲାପାଳଙ୍କୁ ଓ ସିଡିଏମଙ୍କୁ ଜଣାଇଥିଲେକି । ଏ ସବୁ ତଥ୍ୟକୁ କିଭଳି ଏତେଦିନ କାଳ କାହା ଚାପରେ ଆସି ଲୁଚାଇ  ଗରୀବ ଅବହେଳିତ ଝିଅଟିକୁ ବିପଦ ମୁହଁକୁ ଠେଲିଦିଆଗଲା । ଏ ରାଜ୍ୟ ସରକାର ସମୟରେ ଆଦିବାସୀ ଓ ହରିଜନ ଏବଂ ବିଭିନ୍ନ ବର୍ଗର ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲିଛି କିନ୍ତୁ ନବୀନ ବାବୁ ନିରବରେ ବସିରହିଛନ୍ତି । ପ୍ରଦେଶ କଂଗ୍ରେ ଏ ଅପାରଗ ସ୍ଥାଣୁ ସରକାରଙ୍କ ପାଖରୁ କୈଫତ ମାଗୁଛି । ଆଜି ମହିଳା ଏତେ ଅସୁରକ୍ଷତିକାହଁକି । ତେଣୁ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଏ ଦାୟତ୍ୱରେ ଶୀଘ୍ର ଖସିପରିବେ ନାହିଁ ଏବଂ ସେ ଶୀଘ୍ର ତାଙ୍କ ପଦରୁ  ଇସ୍ତଫା ଦିଅନ୍ତୁ।

Mo sapath

Leave A Reply

Your email address will not be published.