Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଦେଢ଼ ଏକର ଜମି ପାଇଁ ଧୋକା ଦେଲେ ନବୀନ ସାଜିଲେ ଜମି ଦଲାଲ – କଂଗ୍ରେସ

୧. ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ ପ୍ରାଧିକରଣଙ୍କ ସହ ରାଜ୍ୟ ସରକାର ଜମି ଅଦଳବଦଳ କଲେ କିନ୍ତୁ ଉକ୍ତ ଜମିକୁ ନବୀନ ନିବାସର ଏକଚାଟିଆ ବ୍ୟବହାର ପାଇଁ କାହିଁକି ଜମିକୁ ଘେରାବନ୍ଦୀରେ ରଖାଗଲା? ୨. ରାସ୍ତା ପ୍ରଶସ୍ତିକରଣର ଅର୍ଥ କ’ଣ ନବୀନ ନିବାସ ଗେଟ୍ ଠାରୁ ଆରମ୍ଭ ଓ ପାଚେରୀ ପାଖରେ ଶେଷ? ୩. ରାଜ୍ୟ ସରକାର ଯେଉଁ ୧ ଏକର ୬୦୦ ଡିସମିଲ୍ ଜମି ଏୟାରପୋର୍ଟ ଅଥରିଟିଙ୍କୁ ଦେଲେ ତାକୁ ରାଜ୍ୟ କ୍ୟାବିନେଟ୍କୁ ଜଣା ଯାଇଥିଲା ନା ନାହିଁ? ୪. ଏୟାରପୋର୍ଟ ଅଥରିଟି କେନ୍ଦ୍ର କ୍ୟାବିନେଟ୍ରେ ଜମି ଦେବା ନିଷ୍ପତିକୁ ପାରିତ କଲେ କିନ୍ତୁ ନବୀନ ବାବୁ କାହିଁକି ରାଜ୍ୟ କ୍ୟାବିନେଟ୍ରେ ପକାଇଲେ ନାହିଁ? ୫. କାହା ଭୟରେ ଓ କାହାକୁ ଲୁଚାଇବାକୁ ଯାଇ ନବୀନ ବାବୁ କ୍ୟାବିନେଟ୍ରେ ଏ ପ୍ରସ୍ତାବକୁ ଉଠାଇଲେ ନାହିଁ?

0

ଭୁବନେଶ୍ୱର( ନିରପେକ୍ଷ ଖବର) ତା:୨୮:୦୧:୨୦୧୯- ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ହରାଇଲେ ୧ ଏକର ୬୦୦ ଡିସମିଲ୍ ସରକାରୀ ଜମି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଓ ବେସରକାରୀ ବାସଭବନ ସାମ୍ନା ରାସ୍ତାକୁ କେବଳ ନବୀନ ବାବୁଙ୍କ ବ୍ୟବହାର ପାଇଁ ରାଜ୍ୟ ସରକାର କିଭଳି ଚଂଚକତା କରିଛନ୍ତି ତାହାର ଖୁଲାସା କରିଛି ଆଜି ପ୍ରଦେଶ କଂଗ୍ରେସ । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ବାବୁଙ୍କର ନଜର ପଡିଥିଲା ଘର ସାମ୍ନା ଦେଇ ଯାଇଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଷ୍ଟାଫ୍ କଲୋନୀ ଛକ ଠାରୁ ପଳାସପଲ୍ଲୀ ଫ୍ଲାଏଓଭର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ।
ଶେଷରେ ଏହାକୁ ଘେରାବନ୍ଦୀକୁ ନେବା ପାଇଁ ଆରମ୍ଭ ହେଲା ସରାକରୀ ସ୍ତରରେ ଷଡଯନ୍ତ୍ର । ୩ ଫେବୃଆରୀ ୨୦୧୬ ରେ ସରକାରୀ ରାସ୍ତା ପ୍ରଶସ୍ତିକରଣ ନାଁରେ ସାମ୍ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ ସମାନ ପରିମାଣଣ ଜମିକୁ ଅଦଳବଦଳ କରିବା ସର୍ତରେ ପ୍ରସ୍ତାବ ଦେଲା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ।ସିଭିଲ ଆଭିଏସନ୍ ମନ୍ତ୍ରଣାଳୟ ୭ ଅକ୍ଟୋବର ୨୦୧୬ ରେ ଏ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ପାରିତ କରିବା ପାଇଁ ଲେଖା ଦେଲେ । ଶେଷରେ ୨୭ ଅକ୍ଟୋବର ୨୦୧୬ ରେ କେନ୍ଦ୍ର କ୍ୟାବିନେଟ୍ ଓଡିଶା ସରକାରଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଲେ । ଏ ସଂପର୍କରେ ୧୦ ଏପ୍ରିଲ୍ ୨୦୧୭ ରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ୱାକ୍ଷରିତ କରାଗଲା । ତଦନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡିସ୍ମିଲ୍ ଜମି ଦେଲେ ଓ ପ୍ରତି ବଦଳରେ ସାଧାରଣ ପ୍ରଶାସନ ବିଭାଗ ଦୁଇଟି ପ୍ଲଟ ଯଥା – ୪୯୫/୧୬୬୪ (ପାର୍ଟ) ଏକର ୦.୩୦୭ ଡିସ୍ମିଲ୍ ଓ ପ୍ଲଟ ନଂ – ୪୯୩ (ପାର୍ଟ) ୧ ଏକର ୨୯୩ ଡିସ୍ମିଲ, ଭୀମପୁର ମୌଜା, ଭୁବନେଶ୍ୱରକୁ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲେ । ଜମି ହାତକୁ ଆସିବା ପରେ ନବୀନ ବାବୁଙ୍କ ପାଇଁ ଆରମ୍ଭ ହେଲା ସରକାରୀ ସ୍ତରରେ ଦଲାଲୀ । ରାସ୍ତା ଚଉଡା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବ୍ଜା କରାଗଲା ଏବଂ ସୁରକ୍ଷା ଆଳରେ ସମଗ୍ର ରାସ୍ତାକୁ ବନ୍ଦ କରି ରଖାଗଲା । କିନ୍ତୁ ଏହା ଫଳରେ ବାସ୍ତବ ଆଇନ୍ଗତ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । ଚଂଚକତା କରି ନବୀନ ନିବାସ ଭଳି ଏକ ବେସରକାରୀ ଘରୋଇ ଜାଗା ପାଇଁ ସରକାର ନିଜ ଖାତାରୁ ୧ ଏକର ୬୦୦ ଡିସମିଲ୍ ଜାଗା ପ୍ରଦାନ କଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ପ୍ରଦେଶ କଂଗ୍ରେସ ଉଠାଇଛି କେତୋଟି ପ୍ରଶ୍ନ ।
୧. ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ ପ୍ରାଧିକରଣଙ୍କ ସହ ରାଜ୍ୟ ସରକାର ଜମି ଅଦଳବଦଳ କଲେ କିନ୍ତୁ ଉକ୍ତ ଜମିକୁ ନବୀନ ନିବାସର ଏକଚାଟିଆ ବ୍ୟବହାର ପାଇଁ କାହିଁକି ଜମିକୁ ଘେରାବନ୍ଦୀରେ ରଖାଗଲା?
୨. ରାସ୍ତା ପ୍ରଶସ୍ତିକରଣର ଅର୍ଥ କ’ଣ ନବୀନ ନିବାସ ଗେଟ୍ ଠାରୁ ଆରମ୍ଭ ଓ ପାଚେରୀ ପାଖରେ ଶେଷ?
୩. ରାଜ୍ୟ ସରକାର ଯେଉଁ ୧ ଏକର ୬୦୦ ଡିସମିଲ୍ ଜମି ଏୟାରପୋର୍ଟ ଅଥରିଟିଙ୍କୁ ଦେଲେ ତାକୁ ରାଜ୍ୟ କ୍ୟାବିନେଟ୍କୁ ଜଣା ଯାଇଥିଲା ନା ନାହିଁ?
୪. ଏୟାରପୋର୍ଟ ଅଥରିଟି କେନ୍ଦ୍ର କ୍ୟାବିନେଟ୍ରେ ଜମି ଦେବା ନିଷ୍ପତିକୁ ପାରିତ କଲେ କିନ୍ତୁ ନବୀନ ବାବୁ କାହିଁକି ରାଜ୍ୟ କ୍ୟାବିନେଟ୍ରେ ପକାଇଲେ ନାହିଁ?
୫. କାହା ଭୟରେ ଓ କାହାକୁ ଲୁଚାଇବାକୁ ଯାଇ ନବୀନ ବାବୁ କ୍ୟାବିନେଟ୍ରେ ଏ ପ୍ରସ୍ତାବକୁ ଉଠାଇଲେ ନାହିଁ?
ଅତ୍ୟନ୍ତ ଚତୁରତାର ସହିତ ଏହି ଜମି ଘୋଟାଲାକୁ ରାଜ୍ୟ ସରକାର ଜଣେ ବ୍ୟକ୍ତି ବିଶେଷଙ୍କ ପାଇଁ ଲୁଚାଇବାର ବ୍ୟର୍ଥ ପ୍ରୟାସ କରିଛନ୍ତି । ପ୍ରଦେଶ କଂଗ୍ରେସର ଦାବି ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଏହାର ଜବାବ ରଖନ୍ତୁ ଓ ଘେରାବନ୍ଦୀରେ ଥିବା ଜମିକୁ ସର୍ବସାଧାରଣଙ୍କ ନିମନ୍ତେ ତୁରନ୍ତ ଖାଲି କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.