ଭୁବନେଶ୍ୱର ନିରପେକ୍ଷ ଖବର:ତା ୨୭.୩ – ଆଜି ବିଜେଡି ଦଳର ଛାତ୍ର ନେତା ଭୁବନେଶ୍ୱର ଜୋନ୍ ଉପସଭାପତି
ଶ୍ରୀ ଅଭିଷେକ ଖୁଂଟିଆ ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏହି ଉପଲକ୍ଷେ ଛାତ୍ରନେତା ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଂଚିବା ପରେ କଂଗ୍ରେସ ଭବନ ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରମୁଖ ଶ୍ରୀ
ଖୁଂଟିଆ ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ, କଂଗ୍ରେସ ଉତରୀୟ ଓ ଟୋପି ପ୍ରଦାନ କରି ସ୍ୱାଗତ କରିଥିଲେ । ଶ୍ରୀ ଖୁଂଟିଆଙ୍କ ଯୋଗଦାନ ଦଳକୁ ସୁଦୃଢ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ
କରିଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଦୃଢ ଆସ୍ଥା ପ୍ରକଟ କରି ସେ କଂଗ୍ରେସ
ଦଳରେ ଯୋଗ ଦେଇଛନ୍ତି ବୋଲି ଛାତ୍ରନେତା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଜେଡି ଛାତ୍ର ଜୋନ ସଂପାଦକ ସୋମରାଜ ତ୍ରିପାଠୀ,
ସାଜନ ନାୟକ, ଅମିତ୍ କୁମାରଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।
