Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଗାନ୍ଧି ବିଚାର ଆଜି ରହିଛି, କାଲିକି ମଧ୍ୟ ରହିବ…

*କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମାବେଶ...

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୪/୧୦ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଗାନ୍ଧିଜୀଙ୍କର ମୃତ୍ୟୁ ହୋଇଛି ସତ କିନ୍ତୁ ଗାନ୍ଧୀ ବିଚାରର ମୃତ୍ୟୁ ହୋଇପାରିବ ନାହିଁ । ଗାନ୍ଧି ବିଚାର ଆଜି ରହିଛି କାଲିକି ମଧ୍ୟ ରହିବ । ନୂତନ ଯୁବପିଢୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇବାକୁ କଂଗ୍ରେସ ଦଳ ଆଗାମୀ ଦିନରେ ଚେଷ୍ଟା ଜାରି ରଖିବ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଗାନ୍ଧୀ ସତ୍ୟ ଓ ଅହିଂସା ଭଗବାନ ଅଟେ । ସମାଜରେ ଗାନ୍ଧୀ ବିଚାରର ପ୍ରଚାର ଯେତେ ତୀବ୍ରତର ହେବ, ସମାଜରୁ କୁସଂସ୍କାର, ଭ୍ରଷ୍ଟାଚାର, ଅତ୍ୟାଚାର, ଅନୀତି, ଦୁର୍ନୀତି ହଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଂଯୋଜନା କରିବା ସହ ସ୍ୱାଗତଭାଷଣ ଦେଇ କହିଲେ ଯେ ଭାରତବର୍ଷରେ ସବୁଠାରୁ ବିଚିତ୍ରତା ହେଉଛି ଭାରତବର୍ଷର ସ୍ୱାଧିନତା ସଂଗ୍ରାମରେ ବିନ୍ଦୁଏ ରକ୍ତ ଦେଇନଥିବା ଦଳ ବର୍ତମାନ ଭାରତବର୍ଷର ୪ ଶହ କୋଟି ଜନତାଙ୍କ ନୀତି ନିର୍ଦ୍ଧାରଣ କରୁଛି । ସବୁଠାରୁ ଦୁର୍ଭାଗ୍ୟର କଥା ଭାଷଣବାଜିରେ ସରକାର ଚାଲିଛି ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ରବି ଦାସ, ସ୍ତମ୍ଭକାର ତୁଷାରକାନ୍ତ, ପୂର୍ବତନ କୁଳପତି ଡ. ଟି. ବାରିକ ଉଦ୍ବୋଧନ ଦେଇ କହିଛନ୍ତି ଯେ ଗାନ୍ଧିବାଦ ବିରୁଦ୍ଧରେ ଗତ କେତେବର୍ଷ ହେବ ଭାରତବର୍ଷରେ ଏକ ଷଡଯନ୍ତ୍ର ଚାଲିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତବର୍ଷର ସେତେବେଳର ପରିସ୍ଥିତିକୁ ନେଇ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । କିନ୍ତୁ ବର୍ତମାନ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇଛି । ସମସ୍ତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମକୁ କେନ୍ଦ୍ର ସରକାର ନିଜ ସୁବିଧା ଅନୁଯାୟୀ ପ୍ରୟୋଗ କରୁଛନ୍ତି । କଂଗ୍ରେସ ଦଳ ସାଧାରଣ ଜନତାଙ୍କ ଦଳ । ସାଧାରଣ ଜନତାର ସ୍ୱର ସହ ସ୍ୱର ମିଳାଇବା କଂଗ୍ରେସ ଦଳର କାର୍ଯ୍ୟକ୍ରମ । ଦେଶରେ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି ସେଥିପାଇଁ ବିମୁଦ୍ରାୟନ ଯେ ଦାୟୀ ଏହାକୁ ଆମକୁ ଗ୍ରହଣ କରିବାକୁ ପଡିବ ବୋଲି ବକ୍ତାମାନେ ଦୃଢତାର ସହ କହିଥିଲେ ।ସଭାର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଫୁଲମାଳ ଦିଆଯିବା ପରେ ବାବା ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦ ଦ୍ୱାରା ‘ବୈଷ୍ଣବ ଜନତୋ ତେନ କହିଏ’ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଡ. ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂକଳିତ ‘ଗାନ୍ଧୀ ଭଗବାନ’ ପୁସ୍ତିକାକୁ ଶ୍ରୀ ଜିତେନ୍ଦ୍ର ସିଂ ଉନ୍ମୋଚନ କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ନିଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି. ରୁଦ୍ରରାଜୁ, ମସ୍ତାନ ଭାଲି, ଅନିଲ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍, ବରିଷ୍ଠ ଆଇନ୍ଜୀବୀ ଶିବାନନ୍ଦ ରାୟ, ଧରଣୀଧର ନାୟକ, ସୁଦାମ ଦାସ, ଶିଳଭଦ୍ର ଶାସ୍ତ୍ରୀ, ଅମୀୟ ପଟ୍ଟନାୟକ, ଦେବଜାନୀ ରାଉତରାୟ, ଜିଆଉଲ୍ ହକ୍, ମିତ୍ରଭାନୁ ମହାପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ବାନାମ୍ବର ବାରିକି, ଜାନକୀକାନ୍ତ ପଟ୍ଟନାୟକ, ବାରି ବାରିକ, ଡାକ୍ତର ବିଭୂତି ଭୂଷଣ ଜେନା, ସୁରେଶ ପାଣିଗ୍ରାହୀ, ସତ୍ୟପ୍ରକାଶ ନାୟକ, ସୁଦର୍ଶନ ଦାସ ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ଅମୀୟ ପାଣ୍ଡବ, ଗୋବିନ୍ଦ ଭୁୟାଁ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ମନୋଜ ଜେନା, ଉମାବଲ୍ଲଭ ରଥ, ଦୀପକ ମହାପାତ୍ର, ସୁଶାନ୍ତ ପଣ୍ଡା, ସୂର୍ଯ୍ୟ ନାରାୟଣ ପଣ୍ଡା, ବିପ୍ଳବ ଚୌଧୁରୀ, ବିଣାପାଣି ସାମଲ ଓ ଅନ୍ୟାନ୍ୟ ବୋହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.