ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜରାମ ଓ ଛତିଶଗଡ଼ ରାଜ୍ୟ ଗୁଡ଼ିକରେ ନିର୍ବାଚନ ଫଳାଫଳ କଂଗ୍ରେସ ଦଳ କୁ ଉତ୍ସାହିତ କରିଛି।ପ୍ରତିକ୍ରିୟା ରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଏହି ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ଭାରତ କଂଗ୍ରେସ ମୁକ୍ତ ନୁହେଁ ବରଂ ବଜେପି ମୁକ୍ତ ହେବାକୁ ଚାହୁଁଛି। ପିସିସି ସଭାପତି ଆଜି କିଛି ସାମ୍ବାଦିକଙ୍କ କହିଛନ୍ତି, ଏହି ନିର୍ବାଚନରେ ବିଜେପି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ମଧ୍ୟ କଂଗ୍ରେସକୁ ଜନତା ମନରୁ ଦୁରେଇ ପାରିନାହିଁ , ଏବେ ମଧ୍ୟ କଂଗ୍ରେସ ପ୍ରତି ଜନତାକଂ ଭଲପାଇବା ଏହି ନିର୍ବାଚନ ଫଳାଫଳରୁ ଜଣାଯାଉଛି।ଏହା ମଧ୍ୟ କହିଛନ୍ତି ସାଧାରଣ ଲୋକ ଚାରି ବର୍ଷର ବିଜେପି ସରକାରଙ୍କ ଶାସନକୁ ଅନୁଭବ କରିବା ପରେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି।ଶ୍ରୀଯୁକ୍ତ ପଟନାୟକ ଖୁସିରେ କହିଛନ୍ତି ଛତିଶଗଡ଼ ଲୋକଙ୍କ ବଜେପି ଦଳକୁ ପ୍ରତ୍ୟାଖ୍ୟାନ କରିବା ଭଳି ଓଡ଼ିଶାରେ ଓଡ଼ିଶା ବାସୀବି ବିଜେଡି କୁ ପ୍ରତ୍ୟାଖ୍ୟାନ କରିବେ।କଂଗ୍ରେସ ବିଜେଡ଼ି ଶାସନରୁ ଓଡ଼ିଶାକୁ ମୁକ୍ତ କରିବା ସହ ଓଡ଼ିଶା ବାସୀଙ୍କ ସମସ୍ତ ସମସ୍ୟା ଦୂର କରିବ।
