Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

କୃଷକର ଦୟନୀୟ ସମସ୍ୟା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦାୟୀ : କଂଗ୍ରେସ…..

ରାଜ୍ୟ ସରକାର ଋଣ ଛାଡ କରନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ....

0

ଭୁବନେଶ୍ୱର ତା ୨୧.୧୨   (ନିରପେକ୍ଷ ଖବର)ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶାର ଚାଷୀ କିଭଳି ଭାବରେ ଏ ସରକାର ସମୟରେ ପ୍ରତାରିତ ହୋଇଛନ୍ତି ଏବଂ ଋଣ ଯନ୍ତାରେ ପଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି, ତାର ଏକ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
ଶ୍ରୀ ପଟ୍ଟନାୟକ କୃଷକର ଏହି ଦୟନୀୟ ସମସ୍ୟା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦାୟୀ ବୋଲି କହିଥିଲେ । ପୂର୍ବରୁ କଂଗ୍ରେସ ସରକାର ସମୟରେ ଏବଂ ଉପା ସରକାର ସମୟରେ କୃଷି ଋଣ ଛାଡ କରାଯାଇଥିଲା । ଶ୍ରୀ ପଟ୍ଟନାୟକ କହିଲେ ଯେ ଯଦି କଂଗ୍ରେସ ସରକାରକୁ ଆସେ ତେବେ କୃଷିଋଣ ଛାଡ କରିବା ସହିତ କୃଷକମାନଙ୍କୁ ସୋଲାର ପମ୍ପସେଟ୍ ପ୍ରଦାନ କରାଯିବ ଏବଂ କୃଷକମାନଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ କୃଷିକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସୁତରାଂ କୃଷକଟି ବେଉସଣ ଠାରୁ ଆରମ୍ଭ କରି ଫସଲ ଆମଦାନୀ ପର୍ଯ୍ୟନ୍ତ ଯେଉଁ ପ୍ରକାରର ଆବଶ୍ୟକତା ରହିବ ତାହା ସରକାର ବହନ କରିବେ । ପଂଚାୟତମାନଙ୍କରେ ଏ.ଇ.ଓ (କୃଷି ଅଧିକାରୀ)ମାନଙ୍କୁ ନିଯୁକ୍ତି ଦିଆଯିବ ଏବଂ ସେମାନେ ପ୍ରତ୍ୟେକ ଅଂଚଳକୁ ଯାଇ ମାଟିର ନମୁନା ପରୀକ୍ଷା କରିବେ ଓ ସେ ଅଂଚଳର ଭୌଗୋଳିକ ପରିସ୍ଥିତିକୁ ନେଇ କି ପ୍ରକାର ଚାଷ କଲେ କୃଷକଟି କ୍ଷତି ସହିବ ନାହିଁ, ତାହା ମଧ୍ୟ କରାଯିବ । ଜିଲ୍ଲାପାଳମାନେ ଏ କାର୍ଯ୍ୟକୁ ବାଧ୍ୟତାମୂଳକ ମନିଟରିଂ କରିବେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା ବୋନସ୍ ଏବଂ ସହାୟକ ମୂଲ୍ୟର ବୃଦ୍ଧି ପାଳନ କରି ନାହାନ୍ତି । ଶ୍ରୀ ପଟ୍ଟନାୟକ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ପାଇଁ ଦାବି କରିଛନ୍ତି । ପଡୋଶୀ ରାଜ୍ୟ ଛତିଶଗଡର ନୂଆ ସରକାର ଆସିବା ପରେ ତତ୍କ୍ଷଣାତ୍ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇପାରିଲା । କିନ୍ତୁ କେଉଁ କାରଣରୁ ଏ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିପାରୁ ନାହାନ୍ତି ତାହା ତାଙ୍କୁ ଜଣା । ଉଭୟ ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ । ଓଡିଶାରେ ଧାନର ଅଭାବୀ ବିକ୍ରୀ ଅତିମାତ୍ରାରେ ବଢିଯାଇଛି । ଓଡିଶାର ଚାଷୀମାନେ ଛତିଶଗଡ ସୀମାନ୍ତବର୍ତୀ ଅଂଚଳରେ ଛତିଶଗଡର ଧାନବେପାରୀମାନଙ୍କୁ କ୍ୱିଂଟାଲ ପିଛା ୭୦୦/୮୦୦ ଟଙ୍କା ଦରରେ ବିକ୍ରୀ କରି ଦେଉଛନ୍ତି । କାରଣ ଧାନମଣ୍ଡି ଏ ପର୍ଯ୍ୟନ୍ତ ଖୋଲାଯାଇପାରି ନାହିଁ । ତେଣୁ ଏ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏକ ପ୍ରଚାର ସର୍ବସ୍ୱ ସରକାର, ଖବରକାଗଜର ପୃଷ୍ଠା ମଣ୍ଡନ କରିବା ସରକାର । ପିଠା କାର୍ଯ୍ୟକ୍ରମର ଉପଯୋଗିତା ସନ୍ଦେହ ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଏହା ପିଠା କାର୍ଯ୍ୟକ୍ରମ ନା ପିଟା କାର୍ଯ୍ୟକ୍ରମ । ସମ୍ବିଧାନ ସମ୍ମତ ସଂଗଠନ ଦ୍ୱାରା (ପଂଚାୟତ) କୌଣସି କାର୍ଯ୍ୟକ୍ରମ ହେଉନାହିଁ । ଗ୍ରାମାଂଚଳର ସମସ୍ତ କାର୍ଯ୍ୟକ୍ରମ ବିଡିଓଙ୍କ ମାଧ୍ୟମରେ କରାଯିବାର ଯେଉଁ ଉଦ୍ଦେଶ୍ୟ ରଖାଯାଇଛି, ତଦ୍ୱାରା ସମ୍ବିଧାନକୁ ଉପେକ୍ଷା କରାଯାଇଛି ଏବଂ ଏଥିରେ ଏକ ନିର୍ଦ୍ଦିଷ୍ଟ ଦଳୀୟ ଲୋକଙ୍କୁ କାମ ଦେବା ପାଇଁ କରାଯାଇଛି । ଏହାଦ୍ୱାରା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପାଣ୍ଠି ଯୋଗାଡ ପାଇଁ ଏ କାର୍ଯ୍ୟକ୍ରମ ବୋଧହୁଏ ହାତକୁ ନିଆଯାଇଛି । ଏହା ପିଠା ନୁହେଁ ଏହା ଗରିବ ଲୋକଙ୍କୁ ପିଟିବାର କାର୍ଯ୍ୟକ୍ରମ ।
ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଉପରେ ଜବାବ ରଖି ଶ୍ରୀ ପଟ୍ଟନାୟକ କହିଲେ ଯେ ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ କହିଲେ ଓଡିଶାରେ ଆଉ ତିନି ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବେ । ଏହି ପୁଞ୍ଜି ରିଲାଏନସ ଜିଓ ଅପଟିକ୍ ଫାଇବର କାମରେ ବିନିଯୋଗ ହେବ । ପ୍ରଶ୍ନ ଉଠୁଛି ଏହାଦ୍ୱାରା ଓଡିଶାରେ କେତେ ଯୁବକ ନିଯୁକ୍ତି ପାଇବେ । ତେଣୁ ରାଜ୍ୟ ସରକାର କର୍ମନିଯୁକ୍ତି ପାଇଁ ପ୍ରୟାସ କରୁଛନ୍ତି ବୋଲି ବାହାଦୂରୀ ମାରୁଛନ୍ତି । କିନ୍ତୁ କ’ଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ କଥା କେବେ ପ୍ରକାଶ କରୁନାହାନ୍ତି । ଯୁବବର୍ଗ ହତାଶ, ସରକାର କେବଳ ଯୁବବର୍ଗଙ୍କୁ ପ୍ରତାରିତ କରି ଚାଲିଛନ୍ତି । ମୋଦିଙ୍କର ଓଡିଶା ଆଗମନ ଉପରେ ଶ୍ରୀ ପଟ୍ଟନାୟକ କହିଲେ ମୋଦିଙ୍କ ଉପରେ ସାରାଦେଶବାସୀ ଆଉ ଭରସା କରୁନାହାନ୍ତି । ମୋଦି ମହାଶୟ ଯେଉଁ ବଡ ବଡ ପ୍ରତିଶ୍ରୁତି ଯେଉଁ ଦେଶବାସୀଙ୍କୁ ଦେଇଥିଲେ, ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିବାକୁ ସକ୍ଷମ ହୋଇନାହାନ୍ତି । ଦେଶର ଅନ୍ୟ ଅଂଚଳରେ ବିଜେପିର ଭୋଟ ଭାଗ କମିଯାଇଥିବାରୁ ଓଡିଶାବାସୀଙ୍କ ପାଖକୁ ଆସୁଛନ୍ତି । କିନ୍ତୁ ତିତିଲି ଭଳି ସମସ୍ୟା ଉପରେ ଓଡିଶାବାସୀଙ୍କ ପ୍ରତି କି ସହାନୁଭୂତି ଦେଖାଇଲେ ତାହା ମଧ୍ୟ ବୁଝାପଡୁଛି । ମୋଦି ଓଡିଶାକୁ ପୂର୍ବରୁ ଆସି ବରଗଡ, ପାରାଦ୍ୱୀପ ଏବଂ ଅନ୍ୟ ଅଂଚଳଗୁଡିକରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଗୁଡିକ ପାଳନ ହୋଇଛି କି ନାହିଁ ତାହା ଆଗ ସମୀକ୍ଷା କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ, ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.