Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ରାଫେଲ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି କଂଗ୍ରେସର ଦାବି{ ଅଭିଷେକ ମନୁ ସଂଘଭି}

ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ "କାଳିଆ" ଶବ୍ଦର ବ୍ୟବହାର ଓଡିଶାର କୋଟି କୋଟି ହିନ୍ଦୁଙ୍କର ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ...

0

ଭୁବନେଶ୍ୱର(ନିରପେକ୍ଷ ଖବର) ୨୨.୧୨.୨୦୧୮ – ରାଫେଲ୍ ଯୁଦ୍ଧ ବିମାନକୁ ନେଇ ହୋଇଥିବା ସମସ୍ତ ଅନିୟମିତତାର ଖୁଲାସା କେବଳ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ସମ୍ଭବ ହେବ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ସାଂସଦ ଡଃ ଅଭିଷେକ ମନୁ ସିଂଘଭି, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି । ଏହା ଉପରେ ଅଧିକ ସୂଚନା ଦେଇ ଶ୍ରୀ ସିଂଘଭି କହିଛନ୍ତି ଯେ ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହିତ ଧୋକା ଦେଉଛନ୍ତି । ୩୬ଟି ଯୁଦ୍ଧ ବିମାନକୁ ୧୮୯୪୦ କୋଟି ପରିବର୍ତେ ୬୦୧୪୫ କୋଟି ଟଙ୍କା ଦେଇ କିଣିବା ଦେଶବାସୀଙ୍କର କେଉଁ ସ୍ୱାର୍ଥ ସାଧନ କରୁଅଛି । ପ୍ରତ୍ୟେକ ଯୁଦ୍ଧ ବିମାନ ଉପା ସରକାର ସମୟରେ ୫୨୬ କୋଟିରେ କିଣିବା ପାଇଁ ସ୍ଥିର ହୋଇଥିବା ବେଳେ ବର୍ତମାନ ୧୬୨୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ୱାର୍ଥରେ । ଫ୍ରାନ୍ସର ଡାସଲଟ୍ ଆଭିଏସନ୍ ୧୩ ମାର୍ଚ୍ଚ ୨୦୧୪ ମସିହାରେ ହିନ୍ଦୁସ୍ଥାନ ଏରୋନୋଟିକ୍ସକୁ ନିଜର ଅଂଶୀଦାର ଭାବରେ ବାଛିବା ପାଇଁ ନିଷ୍ପତି ହୋଇଥିବା ବେଳେ ପରବର୍ତୀ ସମୟରେ ରିଲାଏନ୍ସ କମ୍ପାନୀକୁ ବଦଳ ଅଂଶୀଦାର ଭାବରେ ବାଛିବା ପାଇଁ ହୋଇଥିବା ସରକାରୀ ସ୍ତରୀୟ ନିଷ୍ପତି ଏବଂ ଏ ପରିପ୍ରେକ୍ଷୀରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଓଲାନ୍ଦେ ଦେଇଥିବା ମନ୍ତବ୍ୟ ବିଜେପି ଏବଂ ତାଙ୍କର ନେତା ଶ୍ରୀ ନରେନ୍ଦ୍ର ମୋଦିଙ୍କର ଅସଲମୁଖା ପଦାରେ ପକାଇ ଦେଇଛି । ୩୬ଟି ଯୁଦ୍ଧ ବିମାନ କିଣିବାରେ ସରକାର ୪୧୨୦୫ କୋଟି ଟଙ୍କା ଅଧିକ ପ୍ରଦାନ କରିବାକୁ ନେଇଥିବା ନିଷ୍ପତି ଦେଶର ରାଜକୋଷକୁ ଲୁଟ ବୋଲି ଶ୍ରୀ ସିଂଘଭି କହିଥିଲେ । ଦେଶବାସୀଙ୍କ ଆଗରେ ବାରମ୍ବାର ମିଥ୍ୟା ତଥ୍ୟ ରଖୁଥିବା କେନ୍ଦ୍ର ସରକାର ସାଇକେଲ୍ ତିଆରି କରିବାର ଅଭିଜ୍ଞତା ନଥିବା ରିଲାଏନ୍ସ କମ୍ପାନୀକୁ ରାଫେଲ ଯୁଦ୍ଧ ବିମାନର ୩୦ ହଜାର କୋଟି ଟଙ୍କାର ଅଫସେଟ୍ କଂଟ୍ରାକ୍ଟ ଏବଂ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣର ଭାର କିଭଳି ଦେଲେ ତାହା ଦେଶବାସୀଙ୍କ ଆଗରେ ଛପନ ଇଂଚର ଛାତି ଦେଖାଇ ପ୍ରକାଶ କରିବା ଉଚିତ୍ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ରାଫେଲ ଯୁଦ୍ଧ ବିମାନ ଚୁକ୍ତିନାମାରେ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳକୁ ଭାରତ ସହିତ ବିନିମୟ କରିବାକୁ ନେଇ କୌଣସି ସର୍ତ ରଖାଯାଇନାହିଁ ଯାହା ଦେଶବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଏଥିରେ ଲେଟର ଅଫ୍ କମ୍ଫଟ୍କୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ସଭରେନ୍ ଗ୍ୟାରେଂଟି ବା ଦେଶର ସାର୍ବଭୌମତ୍ୱକୁ ନେଇ କୌଣସି ସର୍ତ ନରଖିବା ଦୁର୍ଭାଗ୍ୟର ବିଷୟ । ଏ ସମସ୍ତ ବିଷୟକୁ କେବଳ ଜେପିସି (ଜଲଦି ପକ୍ଡୋ ଚୌକିଦାର) ହିଁ ତଦନ୍ତ କରି ସତ୍ୟାସତ୍ୟ ନିର୍ଣ୍ଣୟ କରିପାରିବେ ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନେଇଥିବା ନୂତନ ନିଷ୍ପତି ବ୍ୟକ୍ତି ସ୍ୱାଧିନତାର ପରିପନ୍ଥୀ ତଥା ଗୋପନୀୟତାର ଅଧିକାର ଉପରେ ଶକ୍ତ କୁଠାରଘାତ । ଆଇ.ଟି. ଆକ୍ଟରେ ପୂର୍ବରୁ ଥିବା ବ୍ୟବସ୍ଥାକୁ ଜାତୀୟ ସୁରକ୍ଷା ନାମରେ ମୋଦି ସରକାର ପରିବର୍ତନ କରି ଚୋରା ଖବର ସଂଗ୍ରହ କରିବା, ଟିକିନିଖି ଦେଖିବା ଓ ସଂନୀରିକ୍ଷଣ କରିବାର ଯେଉଁ ଅପଚେଷ୍ଟା କରିଛନ୍ତି, ଜନସାଧାରଣ ଆଗାମୀ ଦିନରେ ତାହାର ଜବାବ ଦେବେ ।ଆଉ ମଧ୍ୟ
ଓଡିଶା ସରକାରଙ୍କର ‘କାଳିଆ’ ଯୋଜନାକୁ କଟାକ୍ଷ କରି ଶ୍ରୀ ସିଂଘଭି କହିଥିଲେ ଯେ ‘କାଳିଆ’ ଶବ୍ଦର ବ୍ୟବହାର ଓଡିଶାର ଆରାଧ୍ୟ ଦେବତା ତଥା କୋଟି କୋଟି ହିନ୍ଦୁଙ୍କର ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ । ଦୀର୍ଘ ୧୮ ବର୍ଷ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ଓଡିଶାର ଜନସାଧାରଣ ଶକ୍ତ ରାଜନୈତିକ ଚାପୁଡା ଦେଇ ସରକାରରୁ ବିଦା କରିବେ । କୃଷକମାନଙ୍କର ମୂଳ ସମସ୍ୟା ପ୍ରତି ଚରମ ଉଦାସୀନ ମନୋଭାବ ପୋଷଣ କରୁଥିବା ରାଜ୍ୟ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ସର୍ବନିମ୍ନ ଆବଶ୍ୟକତା ଯଥା ଜଳସେଚନ ବ୍ୟବସ୍ଥା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଉପଯୁକ୍ତ ବଜାର, ଅଭାବୀ ବିକ୍ରୀ ବନ୍ଦ, କୃଷିଋଣ ଛାଡ, ଗୋଦାମଘର ଓ ଶୀତଳଭଣ୍ଡାର ବ୍ୟବସ୍ଥାକୁ ପୂରଣ କରିବାରେ ସଂପୂର୍ଣ୍ଣ ଅସମର୍ଥ । ଏଭଳି ଏକ ସରକାର ରାଜ୍ୟରେ କ୍ଷମତାରେ ରହିବାର ତିଳେମାତ୍ର ଅଧିକାର ନାହିଁ ।

Mo sapath

Leave A Reply

Your email address will not be published.