Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ପ୍ରଧାନମନ୍ତ୍ରୀ ଇ.ଏସ୍.ଆଇ.ସି ହସ୍ପିଟାଲକୁ ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିବା ଦୁର୍ଭାଗ୍ୟଜନକ – କଂଗ୍ରେସ

ଇ.ଏସ୍.ଆଇ.ସି ହସ୍ପିଟାଲକୁ ନେଇ ସାଧାରଣ ସଭାରେ ମିଛ କହିଲେ ମୋଦି ....

0

ଭୁବନେଶ୍ୱର :ନିିରପେକ୍ଷ ଖବର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତକାଲିର ଓଡିଶା ଗସ୍ତ ଅବସରରେ ଏବଂ ଖୋର୍ଦ୍ଧା ଠାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏ ସଂପର୍କରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଥିଲେ ଯେ, ଇ.ଏସ୍.ଆଇ. ହସ୍ପିଟାଲର ଶଯ୍ୟା ସଂଖ୍ୟା ୫୦ ରୁ ୧୦୦ କୁ ବୃଦ୍ଧି କରିବାକୁ ନେଇ ଡିଣ୍ଡିମ ପିଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ହସ୍ପିଟାଲକୁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ମେଡିକାଲ କଲେଜରେ ରୂପାନ୍ତରିତ କରିବା ପାଇଁ ନେଇଥିବା ନିଷ୍ପତି ଉପରେ ସଂପୂର୍ଣ୍ଣ ନୀରବ ରହିଥିଲେ । ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଇ.ଏସ୍.ଆଇ.ସି. ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିଲେ ଏବଂ ତଦନୁଯାୟୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ସରକାରୀ ଜାଗାରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଦ୍ୱାରା ୧୩.୯୭ କୋଟି ଟଙ୍କା ବ୍ୟୟରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲା । ଏ ସଂପର୍କରେ ବିଧାନସଭାରେ ବିଧାୟକ ଶ୍ରୀ ଭୁଜବଳ ମାଝୀଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତର ରଖି ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ସରକାରଙ୍କ ଠାରୁ ତା ୯.୧୦.୨୦୧୫ ରିଖରେ ଓଡିଶା ଶ୍ରମ ଓ ନିଯୁକ୍ତି ବିଭାଗକୁ ଲେଖା ଯାଇଥିବା ପତ୍ର ଅନୁଯାୟୀ ପ୍ରକଳ୍ପଟିକୁ ବର୍ତମାନ ପାଇଁ ଘୁଂଚାଇ ଦିଆଯାଇଛି । ଉକ୍ତ ଆବଂଟିତ ଜମିରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରାଳାପ କରିଛନ୍ତି । ଇତି ମଧ୍ୟରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ତା ୧୬.୨.୨୦୧୮ ରିଖରେ ୧୭୩ତମ ବୈଠକର ନିଷ୍ପତି ଅନୁଯାୟୀ ଭୁବନେଶ୍ୱର ନିକଟ ଅନ୍ଧାରୁଆ ଠାରେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲାଯିବା ପାଇଁ ମଞ୍ଜୁର ହୋଇଅଛି ଯାହାକି କ୍ରମଶଃ ୨୫୦ ଶଯ୍ୟାକୁ ଉନ୍ନିତ କରାଯିବ । ଏଣୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜମିରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଚକ୍ରାନ୍ତ କରି ୨୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଷ୍ପତି ନିଆଯାଇଛି, ଯାହା ପ୍ରାରମ୍ଭିକ ଅବସ୍ଥାରେ ୧୫୦ ଶଯ୍ୟା ବିଶିଷ୍ଟ ହେବ । କିନ୍ତୁ ମେଡିକାଲ କଲେଜ ପାଇଁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ନେଇଥିବା ନିଷ୍ପତିକୁ ପରିବର୍ତନ କରି ବର୍ତମାନ ୫୦ ରୁ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରି ବାହାବା ନେବା ଦୁର୍ଭାଗ୍ୟଜନକ । ଏ ସଂପର୍କରେ ବିଜୁ ଜନତା ଦଳ ସବୁ ଜାଣି ନୀରବ ରହିବା ଏବଂ ଓଡିଶାର ସ୍ୱାର୍ଥ ସହିତ ସାଲିସ କରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେଉଁ ପରିପ୍ରେକ୍ଷୀରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ କେବଳ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରି ଦିଆଗଲା ଓ ମେଡିକାଲ କଲେଜକୁ ବନ୍ଦ କରି ଦିଆଗଲା ସେ ସଂପର୍କରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ ଉତର ରଖନ୍ତୁ । ଇଏସ୍ଆଇ ମେଡିକାଲ କଲେଜକୁ ବନ୍ଦ କରିବାକୁ ନେଇ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ପ୍ରମାଣ କରୁଛି ଯେ ବିଜେପି ଏବଂ ବିଜେଡି ଭିତରେ ଭିତିରିଆ ସଂପର୍କ ରହିଛି ଏବଂ ଉଭୟ ଦଳର ଆଚରଣ ଏବଂ ଉଚ୍ଚାରଣ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭା ପୁଣି ଥରେ ପ୍ରମାଣିତ କରିଛି ଯେ ଓଡିଶାର ସ୍ୱାର୍ଥ ଅପେକ୍ଷା ବିଜେପି ଏବଂ ବିଜେଡି ନିଜର ଦଳୀୟ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି କଂଗ୍ରେସ ସିଧାସଳଖ କଟାକ୍ଷ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ବିଭୁ ପ୍ରସାଦ ତରାଇ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.