ଭୁବନେଶ୍ୱର:ନିରପେକ୍ଷ ଖବର:ତା.୨୮/୦୨/୨୦୧୯ ଆଜି ଦିନ ଦୁଇ ପ୍ରହରରେ ଶହୀଦ ନଗର ସ୍ଥିତ ହାପି ହାୱାର ସ୍କୁଲ ସମୁଖ ଗେଟ୍ ନଂ-୧ ପାଖ ଦୋକାନ ନିକଟରେ ପ୍ରଣୀତ୍ ସାହୁ ଚାହା ପିଉଥିଲେ । ହଠାତ୍ ଦୁଇ ଜଣ ଲୁଟେରା ନମ୍ବର ବିହୀନ କଲା ରଙ୍ଗର ପଲସରରେ ଆସିଥିଲେ । ପ୍ରଣୀତ୍ ଙ୍କ ବେକରେ ବନ୍ଧୁକ ଲଗାଇ ସୁନା ଚେନ ନେବାକୁ ଚେଷ୍ଟା କରିଥିଲେ। ପ୍ରତିବାଦ କରିବାରୁ ଖଣ୍ଡା ରେ ଚୋଟ ମାରି ଚେନ ନେଇ ଚାଲିଯାଇଥିଲେ । ଏସବୁ ଘଟିଥିଲା ଲୋକଙ୍କ ଅଖି ସାମ୍ନାରେ । ହେଲେ ପ୍ରତିବାଦ କରିବାକୁ କେହି ସାହସ କରିନଥିଲେ । ବନ୍ଧୁକ ଦେଖି ଭୟଭୀତ ହୋଇଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଏଥିରୁ ପୋଲିସ୍ କେତେଯେ ତତ୍ପର ତାହା ଜଳ ଜଳ କରି ଦିଶୁଛି।
