କଟକ, ନିରପେକ୍ଷ ଖବର:ତା ୩୦/୦୮ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସହିତ ଉତ୍ସାଗିକୃତ ମନୋଭାବ ନେଇ ସେବା କରି ଥିବାରୁ ବ୍ରାଜିଲ ର ଏକ ସଂସ୍ଥା (ଆଇ ଟି ଏମ ୟୁ ଟି) ପକ୍ଷରୁ ଏହି ଅନୁଷ୍ଠାନ ର ସଭାପତି ଏବଂ କୁଳାଧିପତି ଙ୍କ ଦ୍ଵାରା ଡାକ୍ତର ପଟ୍ଟନାୟକ ସମ୍ମାନିତ କରାଯାଇଛି। ଆବଶ୍ୟକତା ସମୟରେ ସମାଜ ପ୍ରତି ମୋର ଉତ୍ସାଗିକୃତତା ,ଭକ୍ତି ଏଵଂ ପ୍ରତିବନ୍ଧ ତାକୁ ସ୍ଵୀକୃତି ଦେଇ ଥିବାରୁ ଡ଼ା ଅଭୟ (ଆଇ ଟି ଏମ ୟୁ ଟି) କୁ ଧନ୍ୟବାଦ ଜଣାଇଛନ୍ତି।ଏହି ସମ୍ମାନ ଜନକ ଡାକ୍ତର ଡିଗ୍ରୀ ନିଶ୍ଚିତ ଭାବରେ ମୋର ଆତ୍ମାକୁ ବଜାୟ ରଖିବ ଓ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରେରଣା ମଧ୍ୟ ଯୋଗାଇବ ବୋଲି କହିଛନ୍ତି।ଏହି ଅକ୍ଲାନ୍ତ ପ୍ରୟାସ ମୋର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ପ୍ରୟାସ ଜାରି ରହିବ ବୋଲି ଦୃଢ ଉକ୍ତି ରଖିଛନ୍ତି।
