Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ…

‘ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ’ ‘ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କଲେ ସଫଳତାର ଶୀର୍ଷରେ ପହଞ୍ଚିହେବ’

0

ଭୁବନେଶ୍ୱର,ନିରପେକ୍ଷ ଖବର, ୨୮/୧୧ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।
ଆଜି ଜୟଦେବ ଭବନଠାରେ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶକ । ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ । ଜ୍ଞାନ ହିଁ ପ୍ରକୃତ ଶକ୍ତି । ଏଥି ନିମନ୍ତେ ସେମାନଙ୍କୁ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ଦରକାର । ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚିହେବ ବୋଲି ମନ୍ତ୍ରୀ ଡ.
ସାହୁ କହିଥିଲେ । ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ ‘ଟି’କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇ ବିଭାଗରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଦୃଢ଼ ଥିଲେ ଜୀବନରେ ଯେକୌଣସି ଆହ୍ୱାନକୁ ସମ୍ମୁଖୀନ କରିହେବ । ଅଧ୍ୟାପକମାନେ ସମୟାନୁବର୍ତ୍ତିତା ଅବଲମ୍ବନ କରି ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପର ହେଲେ ଶିକ୍ଷା ବ୍ୟବସ୍ଥା ସହିତ ସମାଜର ଉନ୍ନତି ସମ୍ଭବ ହୋଇପାରିବ । ଆଜିର ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ । ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ନିଯୁକ୍ତ ଦିଆଯିବ । ଏମାନଙ୍କ ମଧ୍ୟରେ ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨ ଜଣ, ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ,
କମ୍ପୁ୍ୟଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିସ୍‌ଟିକ୍ସରେ ଜଣେ, ହିନ୍ଦୀରେ ୭ ଜଣ, ହୋମ୍‌ ସାଇନ୍ସରେ ୭ ଜଣ, ସାଇକୋଲୋଜିରେ ୮ ଜଣ, ଏଜୁକେସନ୍‌ରେ ୨୯ ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨ ଜଣ, ପଦାର୍ଥ ବିଜ୍ଞାନରେ ୩୪ ଜଣ, ଜୁଲୋଜିରେ ୨୯ ଜଣ ଏବଂ ସୋସିଓଲୋଜିରେ ୧୨ ଜଣ ଅଧ୍ୟାପକ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଇଛି । ଏଥି ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଗତ ଅକେଫାବର ୨୫ ତାରିଖରେ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ କରିବା ନିମନ୍ତେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।

Mo sapath

Leave A Reply

Your email address will not be published.