ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୯/୧୯ ସରକାରୀ ସ୍କୁଲରେ ଏବେ ଦିଆଯିବ ପିଲାଙ୍କୁ ଜୋତା,ଡ୍ରେସ ଓ ପରିଚୟପତ୍ର ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଜୋତା-ଡ୍ରେସ ମିଳିବ।ପୂର୍ବରୁ କେବଳ ବିପିଏଲ ପରିବାରରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦିଆଯାଉଥିବା ବେଳେ ଏବେ ସମସ୍ତ ପିଲାଙ୍କୁ ଡ୍ରେସ ଓ ଜୋତା ମିଳିବ । ଛାତ୍ରଛାତ୍ରୀ ମାନେ ତଳେ ବସିବା ବଦଳରେ ସ୍କୁଲରେ ଥିବା ମ୍ୟାଟ୍ ବ୍ୟବହାର କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ଥିବା ନିୟମ ଅନୁଯାୟୀ ସ୍କୁଲର ସମୟସୀମା ୧୦ଟାରୁ ୪ଟା ରହିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
