Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ମୟୁରଭଞ୍ଜିଆଙ୍କ ଦୁଃଖ କେବେ ସରିବ ?

0

*ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ *

 ହସ୍ପିଟାଲ କ୍ୟାଣ୍ଟିନର ମହିଳା କର୍ମଚାରୀଙ୍କ ହାତରେ ବନ୍ଧା ପଡିଛି ରୋଗୀଙ୍କ ଜୀବନ

Blank space

ବାରିପଦା(ନିରପେକ୍ଷ ଖବର) ୦୬/୧୨/୧୯/ଡ଼ିସେମ୍ବର/୨୦୧୯-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର ହେବା ତ ଦୂରର କଥା ଏବେ ଭଗବାନଙ୍କ ଭରଷାରେ ରୋଗୀମାନେ ମେଡିକାଲରେ ଚିକିତ୍ସା ହେଉଛନ୍ତି। କେତେବେଳେ ଡାକ୍ତରଙ୍କ ଦୌରାତ୍ମରେ ଶିକାର ହେଉଛନ୍ତି ତ ଆଉ କେତେବେଳେ ନର୍ସଙ୍କ ହାତରେ ଚିକିତ୍ସା ହେବାକୁ ପଡୁଛି। ତଥାପି ଆଉ ବିକଳ୍ପ କିଛି ନ ଥିବାରୁ ମୟୁରଭଞ୍ଜବାସୀ ବାଧ୍ୟବାଧ୍ୟକତାରେ ଏଠାକୁ ଚିକିତ୍ସା ହେବାକୁ ଆସୁଛନ୍ତି। ଏବେ ପିଆରଏମ୍ ମେଡିକାଲରେ ଏମିତି ଏକ ଚିତ୍ର ଆସିଛି, ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଆଉ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ଧିକ୍କାର କରିବେ। ଏହି କିଛିଦିନ ତଳେ ଜଣେ ଡାକ୍ତର ରୋଗୀଙ୍କୁ ଘରୋଇ ମେଡିକାଲକୁ ଜୋରଜବରଦସ୍ତ ସ୍ଥାନନ୍ତର ଘଟଣା ଭିଡିଓ ଭାଇରାଲ ହେବା ପରେ ପୁଣି ଜଣେ ମେଡିକାଲ କେଣ୍ଟିନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଦ୍ୱାରା ରୋଗୀଙ୍କୁ ଇଂଜେକସନ ଦିଆଯାଉଥିବା ଭିଡିଓ ଭାଇରାଲ ହୋଇଛି। ଜଣେ କେଣ୍ଟିନ କର୍ମଚାରୀଙ୍କ ହାତରେ ରୋଗୀ ଚିକିତ୍ସା ହେବା ଘଟଣା ରାଜ୍ୟ ସରକାରଙ୍କର ସବୁଠୁଁ ଲୋକପ୍ରିୟ ଯୋଜନା କୁହାଯାଉଥିବା ‘ମୋ ସରକାର’ ଏବଂ 5ଟି ଯୋଜନାକୁ ଉପହାସ କଲାଭଳି ଲାଗୁଛି। ପିଆରଏମ୍ ମେଡିକାଲରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଗତ ଅକ୍ଟୋବର ୧୩ ତାରିଖରେ 5ଟି ସଚିବ ଭି କେ କାର୍ତ୍ତିକେୟ ପାଣ୍ଡିଆନ ମେଡିକାଲ ପରିଦର୍ଶନରେ ଆସିଥିଲେ। ସେତେବେଳେ କିଛି ସମୟ ପାଇଁ ଚିକିତ୍ସାସେବା ଠାରୁ ମେଡିକାଲର ସବୁ ରଙ୍ଗ ବଦଳି ଯାଇଥିଲା। 5ଷ୍ଟାର ହୋଟେଲ ଭଳି ପିଆରଏମ୍ ମେଡିକାଲର ଦୁର୍ଶ୍ୟ ଦେଖା ଯାଉଥିଲା। ହେଲେ ପାଣ୍ଡିଆନ ଯିବାପରେ ମେଡିକାଲର ଚିତ୍ର ପୁଣି ଯେସାକୁତେସାରେ ପରିଣତ ହୋଇଗଲା। ସରକାରଙ୍କର ଏ ଭଳି ବିଚିତ୍ର ନୀତିକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା।


ପିଆରଏମ୍ ମେଡିକାଲରେ ରୋଗୀଙ୍କୁ ବାରମ୍ବାର ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀ ମୃତ୍ୟ ହେଉଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଚେତୁ ନାହାନ୍ତି।24 ଘଣ୍ଟା ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଦୁଇଟି ବିକଳ ଚିତ୍ର । ପ୍ରଥମେ ଢେଙ୍କାନାଳ ଏବେ ବାରିପଦା । ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଚାଲିଛି ଏହି ଦୁଇଟି ଘଟଣା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛି । ଢେଙ୍କାନାଳରେ ରୋଗୀଙ୍କୁ ସୁଇପର ଇଞ୍ଜେକସନ ଦେବାର କେଇ ଘଣ୍ଟା ନପୁରୁଣୁ ପୁଣି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ କ୍ୟାଣ୍ଟିନ ମହିଳା କର୍ମଚାରୀ ସାଜିଲେ ଡାକ୍ତର । ତେବେ ଜଣେ କେଣ୍ଟିନ କର୍ମଚାରୀଙ୍କ ହାତରେ ରୋଗୀ ଚିକିତ୍ସା ହେବା ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ମେଡିକାଲରେ ରୋଗୀଙ୍କ ପ୍ରତି ଡାକ୍ତର ଓ ନର୍ସ ମାନଙ୍କର କେତେ ଦାଇତ୍ୱ ରହିଛି ତାହା ସ୍ପଷ୍ଟ ବାରିହେଉଛି । ଅନ୍ୟପକ୍ଷରେ ସରକାର 5T କୁ ଗୁରୁତ୍ବର ସହ ନେଇଥିବା ବେଳେ ସମସ୍ତ ନିୟମ କାନୁନ କୁ ଜଳାଞ୍ଜଳି ଦେଇ କିପରି ରୋଗୀଙ୍କୁ କେଣ୍ଟିନ କର୍ମଚାରୀ ଇଞ୍ଜେକ୍ସନ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଭିଡିଓ ଭାଇରଲ ଖବରକୁ ନେଇ ଆମ୍ଭେ ସିଡିଏମଓଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି କହି ପାରିବେନି ବୋଲି ରୋକଠୋକ ମନା

Advertising:

କରିଦେଇଥିଲେ। ଯାହା ଜାଣିବାର ଅଛି ସବୁ ମେଡିକାଲ ସୁପରିଟେଣ୍ଡଣ୍ଟଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଏଥିରୁ ଆପଣମାନେ ଅନୁମାନ କରନ୍ତୁ ଯେ, ପିଆରଏମ୍ ମେଡିକାଲର ଚିତ୍ର କେବେ ବଦଳିବ, ଆଉ ମୟୁରଭଞ୍ଜିଆଙ୍କ ଦୁଃଖ ସରିବ ତାହା ସମୟ କହିବ!

Mo sapath

Leave A Reply

Your email address will not be published.