ପୁରୀ:ନିରପେକ୍ଷ ଖବର:୦୩/୦୫/୨୦୧୯:ଫୋନିର ଭୟ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ, ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟରେ ପହଁଚିଲା ଫୋନି । ପୁରୀଠାରୁ ୭୦ କିମି ଦୂରରେ ଅଛି। ପୁରୀରେ ଘଂଟା ପ୍ରତି ୧୭୪ କିମି ବେଗରେ ପବନ ବହିବା ଆରମ୍ଭ ହୋଇସାରିଲାଣି ।ଗୋପାଳପୁର ଠାରୁ ୭୫ କିମି ଦୂରରେ ରହିଛି ଫୋନି । ଏହାର ପ୍ରଭାବରେ ଗୋପାଳପୁରରେ ଘଂଟା ପ୍ରତି ୮୫ କିମି ବେଗରେ ପବନ ବହୁଛି ।ବାତ୍ୟାର ଭୟକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ୨୦ଟି ଅଧିକ ଏନଡ଼ିଆରଏଫ୍ ଟିମ୍ ମାଗିଲା ଓଡ଼ିଶା । ପୂର୍ବରୁ ରାଜ୍ୟରେ ୨୮ଟି ଏନଡିଆରଏଫ୍ ଟିମ୍ ଅଛନ୍ତି । ପାଟଣାରୁ ୬ଟି, ବାରାଣାସୀରୁ ୪ଟି ଏନଡ଼ିଆରଏଫ୍ ଟିମ୍ ଅଛନ୍ତି ।
