Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ରାୟଗଡ଼ାଠାରେ ଏଚ୍ପି.ସି.ଏଲ୍ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…

ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

0

ରାୟଗଡ଼ା ନିରପେକ୍ଷ ଖବର, ୧୯ା୨ା୨୦୧୯: ଭାରତ ସରକାରଙ୍କ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାୟଗଡ଼ାଠାରେ ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଜୟପୁରଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠାଘର ନିମନ୍ତେ ଏବଂ ବିମାନ ଇନ୍ଧନ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ପ୍ରଧାନ ରାୟଗଡ଼ା, ଲଡ୍ଡା ଏବଂ ଝିମିଡ଼ିପେଟାଠାରେ ରେଲ୍ୱେ ଫୁଟ ଓଭରବ୍ରିଜ୍ ଲୋକାର୍ପିତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁରଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା  କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଶ୍ରୀ ଏମ୍ କେ ସୁରାନା, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡ଼ି), ଏଚ୍ପିସିଏଲ୍, ଶ୍ରୀ ରାକେଶ ମିଶ୍ରି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏଲ୍ପିଜି,  ଏଚ୍ପିସିଏଲ୍, ଶ୍ରୀ ଏସ୍ ଜୟକ୍ରିଷ୍ଣନ୍, ନିର୍ଦ୍ଦେଶକ, ମାର୍କେଟିଂ, ଏଚ୍ପିସିଏଲ୍, କର୍ଣ୍ଣେଲ ଜଳେଶ୍ୱର କହଁର, ପୋଷ୍ଟ  ମାଷ୍ଟର ଜେନେରାଲ, ଓଡ଼ିଶା, ଶ୍ରୀ ସୁଧାଂଶୁ ମିଶ୍ର, ଆଞ୍ଚଳିକ ପାସପୋର୍ଟ ଅଧିକାରୀ, ଶ୍ରୀ ମୁକୁଲ ଶରନ ମାଥୁର,
ଡିଆର୍ଏମ୍-ୱାଲଟର, ଇଷ୍ଟକୋଷ୍ଟ ରେଲ୍ୱେ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କେବିକେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ  ଦିଆଯାଉଛି, ଗତବର୍ଷ ବଲାଙ୍ଗୀରରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି ଏବଂ ବର୍ତ୍ତମାନ  ରାୟଗଡ଼ା ବଟ୍ଲିଂ ପ୍ଲାଣ୍ଟ ଏହି କ୍ଷେତ୍ରରେ ଆର୍ଥିକ ବିକାଶରେ ସାହାଯ୍ୟ କରିବ ଏବଂ କେବିକେ ଅଞ୍ଚଳରେ ଯୁବବର୍ଗଙ୍କୁ
ରୋଜଗାରର ନୂତନ ଅବସର ମଧ୍ୟ ପ୍ରଦାନ କରିବ ।  ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ଆସନ୍ତା ୨୦୨୦ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ  ରଖାଯାଇଥିବା ବେଳେ ଏହା ଓଡ଼ିଶାର ଦ୍ୱିତୀୟ ପ୍ଲାଣ୍ଟ ହେବ ଏବଂ ଏଥିପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ
କରାଯାଇଛି । ୬୦ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ଏହି ବଟ୍ଲିଂ ପ୍ଲାଣ୍ଟ (ବର୍ଷକୁ ୪୨ ଲକ୍ଷ ସିଲିଣ୍ଡର) ୨୪ଟି ପ୍ରମୁଖ  ଇଲେକ୍ଟ୍ରୋନିକ୍ କରୋଜଲ ସହ ଫିଲିଂ କରିବାର କ୍ଷମତା ରହିବ । ଏହି ନୂତନ ପ୍ଲାଣ୍ଟରେ ଅତ୍ୟାଧୁନିକ ସୁରକ୍ଷା  ବ୍ୟବସ୍ଥା ସମ୍ବଳିତ ମାଉଣ୍ଡେଡ୍ ଷ୍ଟୋରେଜ୍ ରହିବ ।  ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କେବଳ ଯେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି,
ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା  ଆଦି ବିଭିନ୍ନ ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରିବ ତାହାନୁହେଁ, ଏହା ସ୍ଥାନୀୟ ଯୁବକଙ୍କୁ  ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ, ବିଭିନ୍ନ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ଓଡ଼ିଶାରେ ୩୭.୧୬ ଲକ୍ଷ  ଏଲ୍ପିଜି ସଂଯୋଗୀକରଣ କରାଯାଇଛି । ୨୦୧୪ ମସିହା ଠାରୁ, ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ
ରୁ ବୃଦ୍ଧି ଘଟି ୨୦୧୯ ମସିହାରେ ୭୬.୬୫ ଲକ୍ଷରେ ପହଞ୍ଚିଛି ଯାହାର ଅଭିବୃଦ୍ଧି ହାର ୨୦% ରୁ ୭୧.୫% କୁ ବୃଦ୍ଧି ଘଟିଛି ।ଏଚ୍ପିସିଏଲ୍ର ରାୟଗଡ଼ା ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ନୂତନ ଅଭିବୃଦ୍ଧି, ଏଲ୍ପିଜି କଭରେଜ୍ରେ ଆହୁରି ବୃଦ୍ଧି ଘଟିବା ସହ ଏହା ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଅଧିକ ସୁଦୃଢ କରିବ ।

Mo sapath

Leave A Reply

Your email address will not be published.