Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଗେଲ୍ (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା ବଲାଙ୍ଗୀରରେ ନିର୍ମାଣ ହେବ ଇନ୍ଡୋର୍ ଷ୍ଟାଡିୟମ୍..

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ...

0

ବଲାଙ୍ଗୀର (ଓଡ଼ିଶା), ଜାନୁୟାରୀ ୧୪, ୨୦୧୯: ଓଡ଼ିଶାରେ କ୍ରୀଡ଼ା ସୁବିଧାର ଉନ୍ନତି ପାଇଁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ   ୪.୫ କୋଟି ଟଙ୍କା ମୂଲ୍ୟରେ ଏକ ଇନ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ବିରୋଧୀ ଦଳ ମୁଖ୍ୟ, ଓଡ଼ିଶା ବିଧାନସଭା ତଥା ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ମାନ୍ୟବର ସାଂସଦ, ବଲାଙ୍ଗୀର ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ମାନ୍ୟବର ବିଧାୟକ, ପାଟଣାଗଡ଼ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ, ବଲାଙ୍ଗୀର ଶ୍ରୀମତି ସଂଙ୍ଗୀତା ନାରାୟଣ ସିଂଦେଓ, ପ୍ରଧାନ ଶିକ୍ଷୟିତ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଶ୍ରୀମତି ସନ୍ତୋଷିନି ସେଠୀ, ଗେଲ ଇଣ୍ଡିଆ ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀ ପି. କେ. ଗୁପ୍ତା ଏବଂ ବିଦ୍ୟାଳୟର ବିଦ୍ୟାର୍ଥୀଗଣ ତଥା ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ ।
ଗେଲ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଉଦ୍ୟମ ଆଧାରରେ ଏହି ଷ୍ଟାଡିୟମ୍ ନିର୍ମିତ ହେବ । ଏଥିରେ ଏକ ମୁଖ୍ୟ ପ୍ରକୋଷ୍ଠ, ଚାରିଟି ବ୍ୟାଡ଼୍ମିଣ୍ଟନ୍ କୋର୍ଟ, ଗୋଟିଏ ଟେବୁଲ ଟେନିସ୍ ଅଭ୍ୟାସ ପ୍ରକୋଷ୍ଠ ଏବଂ ଗ୍ୟାଲେରୀ ସମେତ କ୍ରୀଡ଼ାବିତ୍ଙ୍କ ପାଇଁ ପୋଷାକ ପରିବର୍ତ୍ତନ କକ୍ଷ, ଲକର୍ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ । ପୂର୍ବ ଯନ୍ତ୍ରୀକୃତ ନିର୍ମାଣ ଜ୍ଞାନକୌଶଳ ଆଧାରରେ ଉଚ୍ଚ ଗୁଣମାନ ନିୟନ୍ତ୍ରିତ ଭାବରେ ଦ୍ରୁତ ନିର୍ମାଣ କାର୍ଯ୍ୟ କରାଯିବ ।
୪.୫ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମ୍ରେ ବର୍ଷାଜଳ ଅମଳ ଏବଂ ସୌରଶକ୍ତି ସାହାଯ୍ୟରେ ବାହ୍ୟ ଆଲୋକୀକରଣର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ ।
ଗେଲ୍ (ଇଣ୍ଡିଆ) ଲିମିଟେଡ୍ ଦେଶର ପ୍ରମୁଖ ପ୍ରାକୃତିକ ଗ୍ୟାସ୍ କମ୍ପାନୀ, ଯାହା “ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା’ ନାମରେ ଜଣାଶୁଣା ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପ୍ ଲାଇନ୍ ନିର୍ମାଣ କରୁଛି । ଗେଲ୍ ମଧ୍ୟ ଭୁବନେଶ୍ୱର ଏବଂ କଟକରେ ସହରୀ ଗ୍ୟାସ୍ ବିତରଣ କାର୍ଯ୍ୟ ପରିଚାଳନା କରୁଛି ।


ଗେଲ୍ ଅନେକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମରେ ଉଦୀୟମାନ ଏବଂ ପ୍ରତିଷ୍ଠିତ ପ୍ରତିଭାଧରଙ୍କୁ ସହାୟତା ପ୍ରଦାନ କରୁଛି ଏବଂ ଦେଶର ଶ୍ରେଷ୍ଠ କ୍ରୀଡ଼ାପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନକୁ ପ୍ରୋତ୍ସାହନ ଯୋଗାଉଛି । ତନ୍ମଧ୍ୟରୁ “ଗେଲ୍ ରଫ୍ତାର୍’ ଦୌଡ଼କୁଦ ପ୍ରତିଭା ଅନ୍ୱେଷଣ ଅନ୍ୟତମ ଯାହା ଅଲିମ୍ପିକ୍ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାପାଇଁ ଉପଯୁକ୍ତ ଦୌଡ଼କୁଦ କ୍ରୀଡ଼ାବିତ୍ଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି ।

Mo sapath

Leave A Reply

Your email address will not be published.