ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ହରି ଭାଇ କମେଡି କ୍ଲବ ଦ୍ୱାରା ଆୟୋଜିତ *ନାଟକ ଶାଢ଼ୀ ହରଣ* ପରିବେଷଣ ହୋଇଥିଲା। ଏଥିରେ ୫୦ ରୁ ଅଧିକ କଳାକାର ଭାଗ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନିଟକ ପରିବେଷଣ କରିବା ସହ ଯେଉଁ କଳାକାର ମାନେ ଜୀଵନ ସାରା ସାଧନା କରିଛନ୍ତି ସେମାନଙ୍କୁ ପୂଜ୍ୟ ପୂଜାରେ ସମ୍ମାନିତ କରି ସେମାନଙ୍କୁ ସାରା ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ହରି ଭାଇ କମେଡି କ୍ଲବ ପକ୍ଷରୁ ମାସିକ ୧୦୦୦ ଟଙ୍କା ପେନସନ ପ୍ରଦାନ କରାଯାଉଛି। ପ୍ରତ୍ୟେକ ବର୍ଷ ପରି ଏବର୍ଷ ଲୋକ କଳା ଦାସ କାଠିଆ ଓ ରଙ୍ଗମଞ୍ଚରୁ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତିଙ୍କୁ ସମ୍ମାନିତ କରି ପ୍ରତ୍ୟେକ ମାସ ୧୦୦୦ ଟଙ୍କା ପେନସନ ଦେବାକୁ ସ୍ଥିର କରାଯାଇଛି। ଏଥ୍ ସହିତ ହରିଭାଇ କମେଡି କ୍ଲବ ଏକ ଆକ୍ଟିଙ୍ଗ୍ ସ୍କୁଲ୍ ଜାନୁଆରୀରେ ଖୋଲିବା ପାଇଁ ଯୋଜନା ରଖୁଛି । ପିଲାଠାରୁ ବୟସ୍କ ଲୋକମାନେ ଅଭିନୟ ଶିକ୍ଷା ନେଇପାରିବେ । ଯେଉଁମାନେ ଅଭିନୟ କରିବା ପାଇଁ ଇଚ୍ଛୁକ,ସେମାନେ ଏହି ମୋବାଇଲ୍ : ୬୩୭୧୫୪୦୬୧୪ ରେ ଯୋଗାଯୋଗ କରିପାରିବେ । ନୂତନ କଳାକାର ତିଆରି କରିବା ଲକ୍ଷ୍ୟ ନେଇ ହରିଭାଇ କମେଡି କ୍ଲବ୍ କାମ କରିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲକୋ ସି.ଏମ.ଡି ଶ୍ରୀଧର ପାତ୍ର, ଏମ୍ସ ହସ୍ପିଟାଲର ମେଡ଼ିସିନ ସ୍ପେସିଆଲିଷ୍ଟ ସଚ୍ଚିଦାନନ୍ଦ, ଚଳଚିତ୍ର ପ୍ରଯୋଜକ ଆଶିଷ ସିଂହ,ହେଲଥ ଇନ୍ ଟପ୍ ସିଇଓ ଗୌରବ ରାଲାହନ ଓ ଚଳଚିତ୍ର ପ୍ରଯୋଜକ ଡ଼ ଏଲ୍ ଏନ ଅଗ୍ରୱାଲ ଯୋଗଦେଇଥିଲେ। ଏହା ସହ କାର୍ଯ୍ୟକ୍ରମଟୀକୁ ଇଂ ମିଲନ୍ ପାଇକରାୟ ସଂଯୋଜନା କରିଥିଲେ।
