ଭୁବନେଶ୍ୱର:୨୨/୦୨/୨୦୧୯ ନିରପେକ୍ଷ ଖବର:ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲିର ଆୟୋଜନ କରାଯାଇଛି।ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯେପରି ସମସ୍ତେ ରାସାୟନିକ ହୋଲିରୁ ନିବୃତ୍ତ ରହିବେ ଯାହାଦ୍ୱାରା ପରିବେଶ ଓ ନିଜକୁ ସୁରକ୍ଷିତ ରଖିବା ସମ୍ଭବ ହେବ। ଏହି ବାର୍ତ୍ତା ସର୍ବସାଧାରଣଙ୍କ ପାଖରେ ପହଁଚିବା ପାଇଁ ଏହି ହୋଲି ଖେଳର ଆୟୋଜନ କରାଯାଇଛି। ୨୨ମାର୍ଚ୍ଚ ରେ ହୋଲି ଥିବା ବେଳେ ଫାଉଣ୍ଡେସନ ପକ୍ଷରୁ ୨୦ମାର୍ଚ୍ଚ ରେ ହୋଟେଲ୍ କଳିଙ୍ଗ ଅଶୋକରେ ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହାର ବ୍ରାଣ୍ଡ୍ ଅମ୍ବାସଡର ଭାବେ ଅଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ସ୍ୱପ୍ନାପତି ଫାଉଣ୍ଡେସନ ସହ ଋଷିହାଉସ୍ ସଂସ୍ଥା ଆଜି ହୋଟେଲ୍ କେଶରୀ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ ସ୍ୱପ୍ନା ପତି, ସବ୍ୟସାଚୀ ମିଶ୍ର, ରାଜେଶ ମହାନ୍ତି ଓ ସଂଯୋଜକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
