ଭୁବନେଶ୍ବର:ନିରପେକ୍ଷ ଖବର:ଭୁବନେଶ୍ବର ଉପକଣ୍ଠ ଧଉଳି ନିକଟସ୍ଥ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାସାୟନିକ ରଙ୍ଗ ଓ ଅଭିର ଠାରୁ ଦୂରେଇ ଏକ ସ୍ବତନ୍ତ୍ର ଭାବେ ରଙ୍ଗ ପ୍ରସ୍ତୁତ କରାଯାଇଥିଲା। ପଳାସ ଫୁଲ,ଚନ୍ଦନ,ହଳଦୀକୁ ମିଶାଇ ସମିତି କର୍ମକର୍ତ୍ତାମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ।
ଏହି ଅବସରରେ ଯୋଗ ବେଦାନ୍ତ ସେବା ସମିତିର ମୁଖ୍ୟ ସୂର୍ଯମଣି ସାମଲ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପଳାସ ଫୁଲ ବ୍ୟବହାର କରିବା ଦ୍ବାରା ବର୍ଷଯାକର ପ୍ରଫୁଲତା ଓ ଉତ୍ତମ ସ୍ବାସ୍ଥ୍ୟ ମିଳିବା ସଙ୍ଗେ ସଙ୍ଗେ ଅଶୁଂଘାତ ପରି ଘାତକ ରୋଗରୁ ମୁକ୍ତି ମିଳିଥାଏ ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ବିପିନ୍ ଭାଇ,ସଂଯୋଜକ କେଦାର ସେନାପତି ଓ ବୃନ୍ଦାବନ ରଥ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବରେ ଆଶ୍ରମ ତରଫରୁ ତରଣୀ ଭଉଣୀଙ୍କ ଦ୍ବାରା ଗୀତା ଭାଗବତ ସତସଙ୍ଗ କରାଯାଇଥିଲା।
