ଭୁବନେଶ୍ୱର , ନିରପେକ୍ଷ ଖବର: ତା ୩୦/୦୮/୨୪ ମାନ୍ୟବର ଗୃହ ମନ୍ତ୍ରାଳୟ ଦିଲ୍ଲୀରୁ ଯେଉଁ ଚିଠି ଆସିଥିଲା ଏହି ଥରକୁ ମିଶେଇ ୪ ଥର ହୋଇଗଲା | ପ୍ରଥମ ପର୍ଯ୍ୟାୟ ଚିଠି ୦୫.୧୧.୧୯୮୩ ମସିହାରେ ଆସିଥିଲା | ଦ୍ୱିତୀୟ ପର୍ଯ୍ୟୟରେ ୧୭.୦୧.୧୯୮୪ ଆଉ ଏକ ଚିଠି ତା ୦୬.୦୨.୨୦୨୪ ରେ ଗୃହ ମନ୍ତ୍ରାଳୟରୁ ସବୁ ରାଜ୍ୟର ସରକାରଙ୍କୁ ମଧ୍ୟ ଚିଠି ଆସିଥିଲା | ସବୁ ରାଜ୍ୟର ଗୃହରକ୍ଷୀ ମାନଙ୍କୁ ସରକାରୀ ଚାକିରୀର ଗ୍ରୁପ ସି ଏବଂ ଗ୍ରୁପ୍ ଡି. ବିଭାଗ ମାନ୍ୟତା ଦିଆଯାଉ ବୋଲି ମାନ୍ୟବର ଓଡ଼ିଶା ସରକାର ବା ଓଡ଼ିଶା ଗୃହ ବିଭାଗକୁ ମଧ୍ୟ ଚିଠି ଆସିଥିଲା | ଏହି ବିଷୟକୁ ନେଇ ଗତ ତା ୦୪.୦୭.୨୦୨୪ ରେ ମଧ୍ୟ ଚିଠି ଆସିଥିଲା | ଚିଠିରେ ସ୍ପଷ୍ଟ ଭାବରେ ଲେଖା ଯାଇଥିଲା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ଗ୍ରୁପ ସି. ଏବଂ ଗ୍ରୁପ ଡି. ର ମାନ୍ୟତା ଦିଆଯାଉ କିନ୍ତୁ ଏବେ ଯେଉଁ ଚିଠି ଆସିଛି ଓଡିଶା ସରକାର ପୁଣି ତାହାକୁ ଉପସ୍ଥାପନା କରିଛନ୍ତି | ପୂର୍ବତନ ସରକାରଙ୍କୁ ମାନ୍ୟବର ଗୃହ ମନ୍ତ୍ରାଳୟ ଦିଲ୍ଲୀ ଓ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ତରଫରୁ ବହୁତ ସମସ୍ୟା ନେଇ ବାରମ୍ବାର ଚିଠି ପ୍ରଦାନ କରାଯାଇ ଥିଲେ ମଧ୍ୟ କିଛି ରେଜଲ୍ଟ ମିଳିନଥିଲା କେବଳ ସାନ୍ତ୍ୱନା ଦିଆଯାଇଥିଲା | ୨୦୨୪ ନିର୍ବାଚନ ପର୍ବରେ ରାଜ୍ୟରେ ବିଜେପି ସରକାର ଇଲେକ୍ସନର ମୁଦା ରଖୁଥିଲେ କି କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେପି ସରକାର ସତାକୁ ଆସିଲେ ଓଡ଼ିଶାର ଗୃହରକ୍ଷୀ ମାନଙ୍କୁ ସରକାରୀ ଚାକିରି ମାନ୍ୟତା ଦେବାର ପ୍ରତିଶୃତି ପୂରଣ କରିବେ ବୋଲି କହିଥିଲେ, ଯାହା ଏବେ ବିଜେପି ସରକାର ମଧ୍ୟ ଓଡ଼ିଶା ରାଜ୍ୟର ଗୃହରକ୍ଷୀ ଅର୍ଥାତ୍ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘକୁ ଦେଇ ଥିବା ପ୍ରତିଶ୍ରୁତି ଗୁଡ଼ିକୁ ଧିରେ ଧୀରେ ଗୋଟିଏ ପରେ ଗୋଟିଏ ପ୍ରତିଶୃତିକୁ ପୂରଣ କରୁଛନ୍ତି, ଯାହା ଓଡ଼ିଶାର ଗୃହରକ୍ଷୀ ମାନଙ୍କ ମଧ୍ୟ ଖୁସିର ଲହରୀ ଦେଖିବାକୁ ମିଳିଛି| ଆଉ କିଛି ସ୍ୱପ୍ନ ବାକି ଅଛି ଯାହା ଖୁବଶୀଘ୍ର ପୂରଣ ହେବ ବୋଲି ଆଶା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ସାକ୍ଷାତ୍ କରି ଧନ୍ୟବାଦ ଅର୍ପଣ କରିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଓ କୋର୍ କମିଟି | ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ହିସାବରେ ଏରିଅର ମିଳୁଛି ଓ ବଢ଼ା ଦରମା ମିଳିବ ତତ୍ ସହିତ ଗୃହରକ୍ଷୀ ମାନଙ୍କ ପୁନଃ ନିଯୁକ୍ତି ହେବ ବୋଲି ଆସା ରଖିଛି ମହାସଂଘ ଓ ମାନ୍ୟବର ଗୃହ ମନ୍ତ୍ରାଳୟଙ୍କ ଦିଲ୍ଲୀ ଚିଠି ମୁତାବକ ସରକାରୀ ଚାକିରୀ ମାନ୍ୟତା ଅର୍ଥାତ୍ ଗ୍ରୁପ ସି. ଏବଂ ଗ୍ରୁପ ଡି. ର ମାନ୍ୟତା ମିଳିବ ବୋଲି ଡବଲ ଇଞ୍ଜିନ ସରକାରଙ୍କ ଉପରେ ଦୃଢ଼ ଆସା ଓ ବିଶ୍ୱାସ ମଧ୍ୟ ରଖିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ତଥା ଓଡ଼ିଶା ରାଜ୍ୟର ୧୭ ହଜାର ଗୃହରକ୍ଷୀ ପରିବାରର ସଦସ୍ୟ ମାନେ |
