ଭୁବନେଶ୍ୱର :ନିରପେକ୍ଷ ଖବର: ୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ‘ଏଚ୍ପିସିଏଲ୍’ ତରଫରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଶ୍ରୀ ରାକେଶ ମିଶ୍ରି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ –ଏଲ୍ପିଜି, ଏଚ୍ପିସିଏଲ୍ ଆଜି ଭୁବନେଶ୍ୱରଠାରେ ଶାସନ ସଚିବ, ବିପର୍ଯ୍ୟୟ ପରିଚାଳନା ଓ ପରିଚାଳନା ନିର୍ଦ୍ଦେଶକ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ (ଆଇଏଏସ୍)ଙ୍କୁ ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
