Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ରାଜଧାନୀ ଏକ୍ସପ୍ରେସ ଓଡିଶାର ସଂସ୍କୃତି, କଳା ଏବଂ ଐତିହ୍ୟ କୁ ପ୍ରଦର୍ଶିତ କରିବ….

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୪/୦୯/୧୯-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ବହିର୍ଭାଗରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରାଯିବ I ଏଥିପାଇଁ ପୂର୍ବତଟ ରେଳପଥ ଏବଂ ନାଲକୋ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଅଛି I

ରାଜଧାନୀ ଏକ୍ସପ୍ରେସ ଟ୍ରେନର ବହିର୍ଭାଗରେ ଉଚ୍ଚ ଗୁଣବତ୍ତା ଭିନIଇଲ ଲଗାଇବାକୁ ନାଲକୋ ପକ୍ଷରୁ ପ୍ରାୟୋଜିତ କରାଯିବ I ପୂର୍ବତଟ ରେଳପଥ ରେ ରାଜଧାନୀ ଏକ୍ସପ୍ରେସ ପାଇଁ ସମୁଦାୟ ୩ ସେଟ ରେକ ଅଛି I ରାଜଧାନୀ ଏକ୍ସପ୍ରେସ କୋଚ ଗୁଡିକ ଅଧିକ ସୁନ୍ଦର ଦେଖାଯିବ ପାଇଁ ଡିଜାଇନ ଗୁଡିକ ନିପୁଣତାର ସହ ତିଆରି କରାଯାଇଅଛି I ଡିଜାଇନ ଗୁଡିକ ରାଜଧାନୀ ଟ୍ରେନ ଗୁଡିକର ଶୋଭା ବୃଦ୍ଧି କରିବ I

Blank space

ଓଡିଶାର ନୃତ୍ୟ ଶୈଳୀ, ପ୍ରତ୍ନତତ୍ୱ ପ୍ରାଚୀନ କୀର୍ତ୍ତି ଏବଂ ଜଙ୍ଗଲ ପରିବେଶ ଓ ଜୀବଜନ୍ତୁ ଗୁଡିକୁ ନେଇ ତିନିଟି ବିଷୟ ବସ୍ତୁ ଉପରେ ଡିଜାଇନ ଗୁଡିକ ତିଆରି ହୋଇଛି I ପୂର୍ବତଟ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ ବେହେରା କହିଛନ୍ତି ଯେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶକୁ ପ୍ରୋତ୍ସାହନ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ I ଏହି ଡିଜାଇନ ଗୁଡିକ ଟ୍ରେନ ଝରକାଗ୍ଲାସ ଗୁଡିକର ମଧ୍ୟବର୍ତ୍ତୀ ସ୍ଥାନମାନଙ୍କରେ ଲଗାଯିବା ସହିତ ଏହାର ଉପରେ ଓ ତଳେ ଦୁଇଟି ଷ୍ଟ୍ରିପରେ ବିଭିନ୍ନ ଛବି ସହ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ I

ରାଜଧାନୀ ଏକ୍ସପ୍ରେର ସମୁଦାୟ ୩ଟି ରେକ ଅଛି I ପ୍ରତ୍ୟକଟି ରେକରେ ପ୍ରାୟ ୧୫ଟି କୋଚ ରହିଛି I ପ୍ରତିଟି ରେକ ପାଇଁ ଏକ କୋଟି ବାବଦରେ ନାଲକୋ ୩ଟି କୋଚ ପାଇଁ ସମୁଦାୟ ୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ପୂର୍ବତଟ ରେଳପଥ କୁ ଦେବ I ଏହି କୋଚ ଗୁଡିକରେ ନାଲକୋର ଡିଜାଇନ ଓ ଲୋଗୋ ମଧ୍ୟ ସ୍ଥାନ ପାଇବ I ଏହି କାର୍ଯ୍ୟ ପାଇଁ ନାମୀ ସଂସ୍ଥା କାର୍ଯ୍ୟରେ ଲାଗିଛନ୍ତି I

ପ୍ରାୟ ଏକମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ ହେବ I ରାଜିନାମା ସ୍ୱାକ୍ଷରିତ ହେବ ସମୟରେ ନାଲକୋର ଅଧ୍ୟକ୍ଷ ଡ଼ଃ. ତପନ କୁମାର ଚାନ୍ଦ ଉଭୟ ପୂର୍ବତଟ ରେଳପଥ ଏବଂ ନାଲକୋର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ I ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟପାଇଁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ପ୍ରଦାନ କରିଛନ୍ତି I

ଚଉକରିନାମାରେ ସ୍ଵାକ୍ଷର କରିଥିବା ଅଧିକାରୀ :

୦୧. ଶ୍ରୀ ପି. କେ. ସାମଲ, ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ, ପୂର୍ବତଟ ରେଳପଥ I
୦୨. ଶ୍ରୀ ଲଲାଟେନ୍ଦୁ ଦାସ, ଉପ ମହାପ୍ରବନ୍ଧକ, ନାଲକୋ I

ଉପସ୍ଥିତ ଥିବା ଅଧିକାରୀ ମାନେ :

ପୂର୍ବତଟ ରେଳପଥ : ଶ୍ରୀ ଏମ.ଏଲ.ଆଶିଷ ରାଓ, ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ମାର୍କେଟିଙ୍ଗ); ଶ୍ରୀ ଜେ.ଏଲ.ଜେନା, ଉପମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ସର୍ଭିସ) ଏବଂ ଶ୍ରୀ ଏସ. ଆଚାର୍ଯ୍ୟ, ବରିଷ୍ଠ କୋଚିଂ ଡିପୋ ଅଧିକାରୀ, ଭୁବନେଶ୍ୱର I

ନାଲକୋ : ଶ୍ରୀ ଭି.ବାଲଶୁଭ୍ରମଣ୍ୟମ, ନିର୍ଦେଶକ (ପ୍ରଡକ୍ସନ); ଶ୍ରୀ ବସନ୍ତ କୁମାର ଠାକୁର, ନିର୍ଦେଶକ (ଏଚଆର); ଶ୍ରୀ ସଂଜୀବ କୁମାର ରାୟ, ନିର୍ଦେଶକ (ପି ଆଣ୍ଡ ଟି); ଶ୍ରୀ ପ୍ରଦୀପ କୁମାର ମିଶ୍ର, ନିର୍ଦେଶକ (ବାଣିଜ୍ୟ); ଶ୍ରୀ ସୋମନାଥ ହାଁସଦା, ମୁଖ୍ୟ ସତର୍କତା ଅଧିକାରୀ I

Mo sapath

Leave A Reply

Your email address will not be published.