Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ପୁରୀଠାରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ପୁରୀ,ନିରପେକ୍ଷ ଖବର, ୩୧-୧୨-୨୦୧୯ପୁରୀ ୱାଟର ୱାର୍କ୍ସ ରୋଡ଼ସ୍ଥିତ ମହୋଦଧି ମହାବୀର କ୍ଲବଠାରେ ଭାରତୀୟ ତୈଳ ନିଗମ ବା ଇଣ୍ଡିଆନ ଅଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଜ୍ଞାନୋଦୟ ଯୋଜନାରେ ଜନସାଧାରଣଙ୍କ ନିମନ୍ତେ ନିର୍ମିତ ଏକ ପାଠାଗାର କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଅଛି ।

Advertising:
Blank space

ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ପୁôରୀ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ, ମାନବ ସମ୍ବଳ, ଇଣ୍ଡିଆନ ଅଏଲ, ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା, ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଦୁଇ ମହଲା ବିଶିଷ୍ଟ ସର୍ବସାଧାରଣ ପାଠାଗାରଟିରେ, ଟେବୁଲ, ଚେୟାର, କପବୋର୍ଡ଼, ଟିଭି ଆଦି ସମସ୍ତ ବ୍ୟବସ୍ଥା ଉପଲବ୍ଧ ଅଛି । ଏହି ପାଠାଗାରଟି ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ବିଶେଷ ସହାୟକ ହୋଇପାରିବ ।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରିବା ସହ ଏହିପରି ପ୍ରୟାସ ନିମନ୍ତେ ଇଣ୍ଡିଆନ ଅଏଲ୍ କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ ମଧ୍ୟ କ୍ଲବ ସଦସ୍ୟ ଓ ସ୍ଥାନୀୟ ଲୋକମାନଙ୍କୁ ଏହାର ଉପଯୁକ୍ତ ବ୍ୟବହାର ନିମନ୍ତେ ବାର୍ତ୍ତା ଦେବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ ।

Mo sapath

Leave A Reply

Your email address will not be published.