Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ପ୍ରଥମ ଦିବସରେ ଗାନ୍ଧୀଙ୍କ ଭାରତ ବିଷୟରେ ବୁଦ୍ଧିଜୀବୀଙ୍କ ଆଲୋଚନା..

0

ଭୁବନେଶ୍ୱର,ନିରପେକ୍ଷ ଖବର: ୧୯. ୭. ୨୦୧୯: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି ।
ଭୁବନେଶ୍ୱର ଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ଉଦଘାଟନୀ ଦିବସରେ ଯୋଗଦେଇ ଗାନ୍ଧୀଙ୍କ ଭାରତ : ସତ୍ୟ, ଭାଇଚାରା ଓ ଅହିଂସା ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଅଟଳ ବିହାରୀ ବାଜପେୟୀ ସରକାର ଅମଳରେ ଅର୍ଥମନ୍ତ୍ରୀ ଦାୟିତ୍ତ୍ୱ ତୁଲାଇଥିବା ଶ୍ରୀ ସିହ୍ନା କହିଥିଲେ ଯେ, ସମୟ ଆସିବ ଆମେ ଭାରତରେ ରୁଷ ଭଳି ଗୋଟିଏ ଗଣତନ୍ତ୍ର ଦେଖିବାକୁ ପାଇବୁ ଯେଉଁଥିରେ ଅନେକ ଦଳ ଭାଗନେଲେ ମଧ୍ୟ ଗୋଟିଏ ଦଳ ଶାସନ କରିପାରିବ । ଦିନକୁ ଦିନ ବୃଦ୍ଧି ପାଉଥିବା ଭିଡ଼ରେ ହେଉଥିବା ହତ୍ୟା ସମ୍ପର୍କରେ କହି ଶ୍ରୀ ସିହ୍ନା କହିଥିଲେ ଯେ ନୈତିକତାର ଅଭାବ କେବଳ ବିଜେପି ଦଳରେ ନୁହେଁ, ଆମ ଜନସମାଜରେ ମଧ୍ୟ ରହିଛି, ଯାହା ଗାନ୍ଧୀଙ୍କ ଭାରତର ପରିକଳ୍ପନା ନୁହେଁ । ସେ କହିଥିଲେ,ଆଜି ଆମେ ଭିଡରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଗଲେ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଭଳିଆ ଭାବି ଭୁଲି ଯାଉଛୁ, କିନ୍ତୁ ଏହା ଆଗକୁ ଆମ ପାଇଁ ବିପଦ ଆଣିବ । ଏହି ଉଦଘାଟନୀ ସଭାରେ ଜନତା ଦଳ ୟୁନାଇଟେଡ଼ର ନେତା ପବନ କୁମାର ସିହ୍ନା , ଇତିହାସକାର ରାଜଶେଖର ଭୁନ୍ଦୃ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଭାରତ ସମ୍ପର୍କରେ ନିଜର ମତାମତ ରଖିଥିଲେ । ମହାତ୍ମାଗାନ୍ଧୀ ଓଡ଼ିଶାକୁ ପ୍ରାୟ ଆଠ ଥର ଆସିଥିଲେ ଓ ଏହି ସମୟରେ ତାଙ୍କୁ ପ୍ରବଳ ବିରୋଧ ହେବା ସତ୍ତେ୍ୱ ଓଡ଼ିଶା ପ୍ରତି ତାଙ୍କର ଏକ ପ୍ରଗାଢ ସ୍ନେହ ଥିଲା ବୋଲି ଇତିହାସକାରମାନେ ଏକ ଆଲୋଚନା ଚକ୍ରରେ କହିଛନ୍ତି । ଇତିହାସକାର ତଥା ‘ଗାନ୍ଧୀ ଇନ ଓଡ଼ିଶା’ ପୁସ୍ତକର ରଚୟିତା ସଂଗ୍ରାମ ଜେନା ଓଡ଼ିଶାରେ ଗାନ୍ଧୀ ନାମକ ଆଲୋଚନା ଚକ୍ରରେ ଭାଗ ନେଇ କହିଥିଲେ ଯେ, ଗାନ୍ଧିଜୀଙ୍କୁ ଓଡ଼ିଶାର ଅନେକ ସ୍ଥାନରେ ବିରୋଧ କରାଯାଇଥିଲା ଏହା ସତ, ତେବେ ଏସବୁ ସତ୍ତେ୍ୱ ସେ ଗୋପବନ୍ଧୁଙ୍କ ସେବାଭାବ ଓ ମଧୁସୂଦନ ଦାସଙ୍କ ଉଦ୍ୟୋଗ ପ୍ରତିଷ୍ଠା ଦେଖି ଅଭିଭୂତ ହେଇଥିଲେ । ଏ ବିଷୟରେ ଅଧିକ ବର୍ଣ୍ଣନା କରି ଶ୍ରୀ ଜେନା କହିଥିଲେ ଯେ, ଓଡ଼ିଶା ଗାନ୍ଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏପରିକି ଓଡ଼ିଶାର ଉକ୍ରଟ ଦାରିଦ୍ର‌୍ୟ ଦେଖି ଗାନ୍ଧୀ ଲମ୍ବା ଲୁଗା ପରିତ୍ୟାଗ କରି ଆଣ୍ଠୁଲୁଚା କପଡା ପିନ୍ଧିବାକୁ ମନସ୍ଥ କରିଥିଲେ ।ସେହିପରି ଓଡ଼ିଶାର ପ୍ରଗତିଶୀଳ ମହିଳାମାନେ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହେଇ ଗାନ୍ଧିବାଦୀ ମହିଳାବାଦର ପ୍ରଚଳନ
କରିଥିଲେ ବୋଲି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସଚ୍ଚିଦାନନ୍ଦ ମହାନ୍ତି ଉକ୍ତ ଆଲୋଚନା ଚକ୍ରରେ କହିଥିଲେ ।
ଭାରତର ସର୍ବବୃହତ୍ତ ଗ୍ରୀଷ୍ମକାଳୀନ ମହୋତ୍ସବ, ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୬ଷ୍ଠ ସଂସ୍କରଣ ସ୍ମାର୍ଟ ସହର ଭୁବନେଶ୍ୱରରେ ଆସନ୍ତା ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ·ଲିବ । ଏହି ଅବସରରେ ସାହିତ୍ୟ ଏବଂ ବୃତ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରେରଣାଦାୟକ ଅବଦାନ ନିମନ୍ତେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ୨୦୧୯ରେ ସମ୍ମାନିତ କରାଯାଇଥିଲା । ଯୁବ ଏବଂ ପ୍ରତିଭାବାନ ଲେଖକ କେଦାର ମିଶ୍ରଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ୨୦୧୯ରେ ସମ୍ମାନିତ ହୋଇଥିଲେ ।
କେଏଲ୍ଏଫ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା ବିଶ୍ୱାସ ରଖନ୍ତି ଯେ, କେଏଲ୍ଏଫ୍ ୨୦୧୯ ହେଉଛି ଏକ ସ୍ୱତନ୍ତ୍ର ତଥା ବିଶେଷ ମହୋତ୍ସବ ଯାହା କି ସ୍ଥାନୀୟ, ରାଷ୍ଟ୍ରୀୟ ଏବଂ ବିଶ୍ୱସ୍ତରରେ ଭାଷା ସଂଳାପ ମଧ୍ୟରେ ରହିଥିବା ବିବିଧତାକୁ ଯୋଡ଼ିବାର ଅନ୍ୟ ଏକ ପ୍ରୟାସ ଚଳିତ ବର୍ଷ ପ୍ରଥମଥର ପାଇଁ ଓଡିଶା ଟୁରିଜିମ ଏହାର ପ୍ରଯୋଜକ ଭାବେ ସାମିଲ ହୋଇଛି । କୌଣସି ଏକ ଭାଷା ସାହିତ୍ୟ ମହୋତ୍ସବରେ ସାମିଲ ହେବା ଓଡିଶା ଟୁରିଜିମ ପାଇଁ ଏକ ପ୍ରଥମ ଘଟଣା । ଏହି ମହୋତ୍ସବରେ ଯୋଗଦେବାକୁ ଥିବା ଅତିଥି ଏବଂ ବକ୍ତାମାନଙ୍କ ମଧ୍ୟରେ ଭୁବନେଶ୍ୱର ତଥା ସ୍ୱର୍ଣ୍ଣ-ତ୍ରିଭୁଜର ପ୍ରସାର ନିମନ୍ତେ ଓଡ଼ିଶା ପର୍ଯ୍ୟଟନ କେଏଲ୍ଏଫ୍ ଏକ ସ୍ୱତନ୍ତ୍ର ଆୟୋଜନ କରିଅଛି । ଭୁବନେଶ୍ୱର ସହରରେ ଭ୍ରମଣ କରି ଆଧୁନିକୀ ସହରୀ ବ୍ୟବସ୍ଥାର ଅନୁଭୂତି ପାଇବା ନିମନ୍ତେ ଅତିଥିମାନେ ଭଡ଼ାସୂତ୍ରରେ ସାଇକେଲ ଚଲାଇବାର ସୁଯୋଗ ପାଇବେ । ଏଥିନିମନ୍ତେ କେଏଲ୍ଏଫ୍ ଟିମ୍ ସ୍ଥାନୀୟ ସାଇକେଲ କ୍ଲବମାନଙ୍କ ସହ ସହବନ୍ଧିତ ହୋଇଛି । ପୁରୁଣା ଭୁବନେଶ୍ୱରର ସବୁଜିମା ତଥା ମନ୍ଦିରମାଳିନୀ ସହରର ଐତିହ୍ୟକୁ ଜାଣିବା ନିମନ୍ତେ ହେରିଟେଜ୍ ୱାକ ବା ଐତିହ୍ୟ ଭ୍ରମଣର
ବ୍ୟବସ୍ଥା କରାଯାଇଛି । ଓଡ଼ିଶା ପର୍ଯ୍ୟଟନ କେଏଲ୍ଏଫ୍ ଚଳିତ ବର୍ଷ ପିଲାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ମହୋତ୍ସବ କେଏଲ୍ଏଫ୍ ଲିଟଲ୍ସର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏତଦ୍ବ୍ୟତୀତ ଅତିଥିମାନେ ·ରାରୋପଣ ଓ ସିଡ୍ ବଲ ପ୍ରସ୍ତୁତିରେ
ଭାଗ ନେବାର ସୁଯୋଗ ପାଇପାରିବେ ।

Mo sapath

Leave A Reply

Your email address will not be published.