ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୧/୨୦୧୯ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ବୋଇତ ବନ୍ଦାଣ । ରାତି ପାହାନ୍ତାରୁ ଶ୍ରଦ୍ଧାଳୁୁୁମାନେ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମନ୍ଦିରରେ ଥିବା ଜଳାଶ୍ରୟରେ ବିଭିନ୍ନ ରଙ୍ଗ ବେରଙ୍ଗ ବୋଇତରେ ପାନ, ଗୁଆ,ଦୀପ ରଖି ପୂଜା କରିଥିଲେ ଓ ପରେ ଏହାକୁ ଭସାଇଥିଲେ। ଏହି ସମୟରେ ଆ.କା.ମା.ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡ଼ିଥିଲା ବିଭିନ୍ନ ସ୍ଥାନ।
