ନିରପେକ୍ଷ ଖବର:୧୯/୦୫/୨୦୧୯:ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ବିବାଦ। ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ମୋଦିଙ୍କ ଯାତ୍ରା ବିରୋଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ଟିଏମସି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୭ ମେ ୨୦୧୯ ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା ନିର୍ବାଚନ ପ୍ରଚାର ଅବଧି । କିନ୍ତୁ ମୋଦିଙ୍କ କେଦାରନାଥ ଯାତ୍ରା ନେଇ ବିଗତ ୨ ଦିନ ହେବ ଆଞ୍ଚଳିକ ଓ ଅର୍ନ୍ତଜାତୀୟ ଗଣମାଧ୍ୟମ ଦ୍ୱାରା ଟେଲିଭିଜନରେ ଖବର ପ୍ରସାରଣ ହେଉଛି । ଏହା ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିରୁଦ୍ଧ । ଏହିପରି ସମୟରେ ମୋଦିଙ୍କ ଯାତ୍ରା ସମ୍ପୂର୍ଣ୍ଣ ଭୁଲ ବୋଲି ଚିଠିରେ ଦର୍ଶାଇଛି ଟିଏମସି ।ବାରଣାସୀରୁ ଦ୍ୱିତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ମୋଦି ଗତକାଲି କେଦାରନାଥଙ୍କ ଦର୍ଶନ କରିଛନ୍ତି । ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରି, ଆଶୀର୍ବାଦ ନେଉଛନ୍ତି। ହିମାଳୟର ଏକ ସମ୍ପୂର୍ଣ୍ଣ ବନ୍ଦ ଗୁମ୍ଫାରେ ଧ୍ୟାନରେ ବସିଥିଲେ ପ୍ରଧାନମନ୍ତ୍ରୀ ।ମୁଖ୍ୟ କଥା ହେଲା ମୋଦି ଧ୍ୟାନ କରିଥିବା ଗୁମ୍ଫାରେ ଥିଲା ସ୍ୱତନ୍ତ୍ର ସୁବିଧା ।

ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଗୁମ୍ଫାରେ ପାଣି, ବିଜୁଳି ସହ ସିସିଟିଭି କ୍ୟାମେରା ହୋଇଥିଲା । ଆଉ ବାହାରେ ଜଗୁଥିଲା ଏସପିଜି ଗାର୍ଡ । ଯାହାଙ୍କ ଦାୟିତ୍ୱରେ ଥିଲା ଗୁମ୍ଫାରେ ଥିବା ସିସିଟିଭି ଅପରେଟିଂ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଗୋଟିଏ ରାତି ବିତାଇଥିବା ଏହି ଗୁମ୍ଫା ସାଧାରଣ ଗୁମ୍ଫା ନଥିଲା । ଗୁମ୍ଫାରେ ଥିଲା ୱାସିଂ ରୁମ, ଗୋଟିଏ ଝରକା, ଶୋଇବା ପାଇଁ ଖଟ ଓ ଧ୍ୟାନ ପାଇଁ ଆବଶ୍ୟକ ସ୍ଥାନ ।
