ଭୁବନେଶ୍ୱର:ନିରପେକ୍ଷ ଖବର: ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଫୋରମ୍ ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି ସହାନ୍ତି, ଉପଦେଷ୍ଟା ଜ୍ଞାନ ରଞ୍ଜନ ମହାନ୍ତି, ଆବାହକ ମଧୁରାମ ଓ ବରିଷ୍ଠ ସଭ୍ୟ କେଦାର ସେନାପତି ପ୍ରମୁଖ ଯୋଗଦାନ କରି ସହିଦ୍ ଜବାନଙ୍କର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହା ସହ ବୀର ଜବାନ୍ଙ୍କ ବଳିଦାନ ଯେପରି ବ୍ୟର୍ଥ ନଯାଏ ଓ ଆତଙ୍କବାଦ ବିରୋଧରେ କଡା ପଦକ୍ଷେପ ନେବାପାଇଁ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।
