କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନୂତନ ମୋବାଇଲ୍ ଆପ୍ ଲୋକାର୍ପିତ
‘କୀଟଦମନ ଦିଗରେ ମୋବାଇଲ୍ ଆପ୍ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ’
ଭୁବନେଶ୍ୱର,ନିରପେକ୍ଷ ଖବର: ୦୭/୦୮/୨୦୧୯ ଚାଷୀମାନଙ୍କୁ କୀଟନାଶକର ସଠିକ୍ ବ୍ୟବହାର ସଂପର୍କରେ ସଚେତନ କରିପାରିଲେ ଚାଷ ଓ ଚାଷୀଙ୍କୁ ସୁରକ୍ଷିତ କରାଯାଇପାରିବ । ରୋଗପୋକର ଆକ୍ରମଣରୁ ଫସଲକୁ ରକ୍ଷା କରିବା ଓ କୀଟଦମନ ଦିଗରେ ପ୍ରସ୍ତୁତ ଏହି ନୂତନ ମୋବାଇଲ୍ ଆପ୍ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ଏହି ଆପ୍ ମାଧ୍ୟମରେ ଚାଷୀ ଓ କ୍ଷେତ୍ର
କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ ବିଶେଷଜ୍ଞମାନଙ୍କ ନିକଟକୁ ପଠାଇଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଉପଦେଶାବଳୀ ପାଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି କୃଷିଭବନଠାରେ ରୋଗପୋକ ସର୍ବେକ୍ଷଣ ଫସଲ ସୁରକ୍ଷା ଏବଂ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସଂପର୍କରେ ମାଷ୍ଟର ଟ୍ରେନରମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ
ସଶକ୍ତିକରଣ ବିଭାଗ ପକ୍ଷରୁ ଏନ୍ଆଇସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ନୂତନ ମୋବାଇଲ୍ ଆପ୍ର ଲୋକାର୍ପଣ କରିଥିଲେ । ଫସଲରେ କୀଟ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଅତିଶୀଘ୍ର
ବ୍ୟାପୁଥିବାରୁ ଏହାର ଦମନ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଗ୍ରାମ କୃଷି କର୍ମଚାରୀ, ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦ୍ଦେଶକ କୃଷି, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ ସମସ୍ତେ ଏହି ଆପ୍ ମାଧ୍ୟମରେ
ପରସ୍ପର ସହିତ ସଂଯୋଗରେ ରହି କୀଟଦମନ ପାଇଁ ମିଳିତ ଉଦ୍ୟମ କରିବେ ଓ ରାଜ୍ୟସ୍ତରରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ପୋକ ଦମନ ନିମନ୍ତେ ବ୍ୟବହୃତ କୀଟନାଶକର ସଠିକ୍ ମାତ୍ରା, ସଠିକ୍ ଫସଲ, ସଠିକ୍ ସମୟ ଏବଂ କୀଟନାଶକ ଆଦିର ସୁରକ୍ଷିତ ବ୍ୟବହାର ସଂପର୍କରେ ଚାଷୀମାନଙ୍କର ଅଧିକ ଜାଣିବାର ଆବଶ୍ୟକତା ଦୃଷ୍ଟିରୁ ଚାଷୀମାନଙ୍କୁ ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩ ଲକ୍ଷ ୪୦ ହଜାର ୫୦୦ ଚାଷୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତରେ ଏହିପରି ସଚେତନତା ଅଭାବରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଲୋକ ଚର୍ମ, ଆଖି, କିଡ୍ନୀ, ସ୍ନାୟୁଯନ୍ତ୍ର ଆଦି ରୋଗର ଶିକାର ହୋଇ ମୃତୁ୍ୟବରଣ କରିଥାଆନ୍ତି । ଏଥି ନିମନ୍ତେ ରାଜ୍ୟ, ଜିଲ୍ଲା ଏବଂ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସଂପ୍ରସାରଣ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠାରେ େୱବ୍ ପରିଚାଳିତ ରୋଗପୋକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଏହାର ସୁପ୍ରଭାବ ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି ।ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ କହିଥିଲେ ଯେ ୨୦୧୮ ମସିହାରେ ସଠିକ୍ ପଦକ୍ଷେପ ଯୋଗୁଁ ରୋଗପୋକ ଦ୍ୱାରା ଫସଲ କ୍ଷତିର ପରିମାଣକୁ ବହୁପରିମାଣରେ କମ କରାଯାଇପାରିଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଡ. ସୌରଭ ଗର୍ଗ ବିଶେଷଜ୍ଞ କମିଟି ରିପୋର୍ଟ ନିୟମିତ ଅପ୍ଡେଟ୍ କରିବା ଓ ସଠିକ୍ କୀଟନାଶକ ବିକି୍ରବଟା ଉପରେ ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷି ଓ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ଉଦ୍ବୋଧନ ଦେଇ ମୋବାଇଲ୍ ଆପ୍ର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ସମସ୍ତଙ୍କର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ ।