ଭୁବନେଶ୍ୱର :ନିରପେକ୍ଷ ଖବର, ୦୬/୦୭/୨୦୧୯
ବନ ମହୋତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ପରିସରରେ ଚାରା ରୋପଣ କରିଛନ୍ତି । ‘ଫନି’ରେ କ୍ଷତିଗ୍ରସ୍ତ ରାଜଭବନର ସବୁଜିମା ଫେରାଇ ଆଣିବା ପାଇଁ ଉଦ୍ୟମ କରିବା ସହ ନିଜ ନିଜ ସ୍ତରରେ ବୃକ୍ଷ ରୋପଣକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ଅଧିକାରୀ ଓ
କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜଭବନ ପରିସରରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷରୋପଣ କରାଯାଉଛି ।
ରାଜ୍ୟପାଳଙ୍କ ସହିତ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ସିଟି ଡ଼ି.ଏଫ.ଓ ଅଶୋକ କୁମାର ମିଶ୍ର, ଉପସଚିବ ବେଦବନ୍ଧୁ ମିଶ୍ରଙ୍କ ସମେତ ଅନେକ ଅଧିକାରୀ ଓ କର୍ମଚାରୀ ଚାରା ରୋପଣ କରିଥିଲେ । ରାଜଭବନର ଉଦ୍ୟାନବିତ୍ ବସନ୍ତ କୁମାର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କର ଥିଲେ ।
