ଭୁବନେଶ୍ୱର,ନିରପେକ୍ଷ ଖବର:୦୭/୦୮/୨୦୧୯ ହସ୍ତତନ୍ତର ଉତ୍କର୍ଷ ଓ ବୁଣାକାରମାନଙ୍କ କଲ୍ୟାଣ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଛନ୍ତି । ଆଜି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ସମ୍ମିଳନୀ କକ୍ଷରେ ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ ୨୦୧୯ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ଦିଆନ କହିଲେ ଯେ ହସ୍ତତନ୍ତର ଆଦିଭୂମି ଭାବରେ ଓଡ଼ିଶା ବିଶ୍ୱପ୍ରସିଦ୍ଧ । ହସ୍ତତନ୍ତ ଆମ ରାଜ୍ୟର ପାରମ୍ପରିକ ତଥା କୌଳିକ ବୃତ୍ତି । ଆମ ରାଜ୍ୟର ‘ଇକତ’, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ, ହବାସ୍ପୁରୀ, କୋଟପାଡ଼ ଓ ଟସର ଶାଢ଼ି ଓ ବସ୍ତ୍ର ସାରା ବିଶ୍ୱରେ ପ୍ରସିଦ୍ଧ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ବୁଣାକାରମାନଙ୍କ ପାଇଁ ବହୁବିଧ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପ୍ରଗତିଶୀଳ ହସ୍ତତନ୍ତ ନୀତି ପ୍ରଣୟନ ସହିତ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଅବସରରେ ଭାରତର ହସ୍ତତନ୍ତ ଉନ୍ନୟନ କମିଶନର ସଂଜୟ ରସ୍ତୋଗୀ ଅତିଥିମାନଙ୍କୁ ସାଲ୍ ପ୍ରଦାନ କରି ସ୍ୱାଗତ କରିଥିଲେ ।ଭାରତ ସରକାରଙ୍କର ବସ୍ତ୍ର ମନ୍ତ୍ରଣାଳୟର ସଚିବ ରବି କପୁର କହିଲେ ଯେ ଭାରତର କୋଣ ଅନୁକୋଣରେ ଆମେ ଉଚ୍ଚକୋଟିର ହସ୍ତତନ୍ତ କୃତିମାନ ଦେଖିବାକୁ ପାଇଥାଉ । ଆମ ଦେଶରେ ୪୦ ଲକ୍ଷ ପରିବାର ଏହି କଳା ସହିତ ଜଡ଼ିତ । ଭାରତ ହସ୍ତତନ୍ତ ନିମନ୍ତେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଯୁବଗୋଷ୍ଠୀଙ୍କୁ ହସ୍ତତନ୍ତ ପ୍ରତି ଅଧିକ ଆକୃଷ୍ଟ କରାଯିବା ପାଇଁ ଅଭିଯାନ ଆରମ୍ଭ
କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ହସ୍ତତନ୍ତ ବୁଣାକାରମାନଙ୍କ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରିବେ । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କହିଲେ ଯେ, ଓଡ଼ିଶାର ପ୍ରାଚୀନ କଳାକୁ ବୁଣାକାରମାନେ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିଛନ୍ତି । ହସ୍ତତନ୍ତ କାରିଗରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହସ୍ତତନ୍ତ
କ୍ଷେତ୍ରରେ ପୁରୁଷମାନଙ୍କ ସହିତ ମହିଳାମାନେ କାନ୍ଧମିଳାଇ ହସ୍ତତନ୍ତ ବୁଣାକାରଙ୍କ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଏହି ଅବସରରେ ଦୁଇ ଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବୁଣାକାର ଶ୍ରୀ ଗୋବର୍ଦ୍ଧନ ପାନିକା ଓ ଚତୁର୍ଭୁଜ ମେହେର, ସନ୍ଥକବି ପୁରସ୍କାରପ୍ରାପ୍ତ କଳାବତୀ ମେହେର, ସ୍ୱର୍ଣ୍ଣଲତା ମେହେର, ଶରତ କୁମାର ପାତ୍ର, ଭଗବାନ ମେହେର, ଦୟାଳୁ ମେହେର, ସୁରେନ୍ଦ୍ର ମେହେର, ଶ୍ୟାମସୁନ୍ଦର କରଣ, ଭିକାରୀ ମେହେର, ମୁରଲୀ ମେହେର, କ୍ଷେତ୍ରମୋହନ ମେହେର, ଶଶିଧର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଚତୁର୍ଥ ସର୍ବଭାରତୀୟ ପରିସଂଖ୍ୟାନ ରିପୋର୍ଟ ଉନ୍ମୋଚିତ ହୋଇଥିଲା । ପାନ୍ ଇଣ୍ଡିଆ ଭିତ୍ତିରେ ବୁଣାକାରମାନଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ ହୋଇ ୫ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ହସ୍ତତନ୍ତ ପରମ୍ପରା ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ପାଞ୍ଚଜଣ ବୁଣାକାରଙ୍କୁ ମୁଦ୍ରାଋଣ ବଣ୍ଟନ କରାଯାଇଥିଲା । ୫ ଜଣ ବୁଣାକାରଙ୍କୁ ସୋଲାର ଲାଇଟ୍ ୟୁନିଟ୍ ବଣ୍ଟନ ସହିତ ୫ ଜଣ ହିତାଧିକାରୀଙ୍କୁ ହସ୍ତତନ୍ତ ସମ୍ବର୍ଦ୍ଧନ ସହାୟତା ପ୍ରମାଣପତ୍ର, ୫ ଜଣ ହିତାଧିକାରୀଙ୍କୁ ୱାର୍କସେଡ୍ ନିର୍ମାଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ ୨୦୧୯ ପାଳନ ଅବସରରେ ସାରା ରାଜ୍ୟରୁ ପ୍ରାୟ ୧୦୫୦ ଜଣ ବୁଣାକାର ଯୋଗଦାନ
କରିଥିଲେ । ଓଡ଼ିଶାର ପଦ୍ମଶ୍ରୀ ଓ ସନ୍ଥକବିର ପୁରସ୍କାରପ୍ରାପ୍ତ ବୁଣାକାରମାନଙ୍କର କଳା ସୃଷ୍ଟିର ଏକ ମନୋରମ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ
ହୋଇଥିଲା । ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ