ଭୁବନେଶ୍ୱର, ନିରପେକ୍ଷ ଖବର: ୧୭/୧୧/୨୦୧୯ କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ପିଲାମାନଙ୍କ ପାଇଁ ‘ଟ୍ରେଜର ହଣ୍ଟ୍’ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେଇ ସମୁଦାୟ ୮ଟି ପ୍ରକୋଷ୍ଠ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଓ କାଠ ଖୋଦେଇ, ଧାତବ କଳାକୃତି, ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ ହସ୍ତଶିଳ୍ପ, ବୟନ, ଜନଜାତି ଗ୍ୟାଲେରୀ ଓ ହସ୍ତତନ୍ତ
ଗ୍ୟାଲେରୀକୁ ପ୍ରତିଯୋଗୀମାନେ ଯାଇ ପ୍ରତି ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷରେ ପ୍ରତିଯୋଗୀମାନଙ୍କୁ ମନୋନୀତ କରାଯାଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ କଳାଭୂମି ପକ୍ଷରୁ ହସ୍ତଶିଳ୍ପ ସାମଗ୍ରୀ ଉପହାର ଦିଆଯାଇଥିଲା । ପିଲାମାନଙ୍କ ମଧ୍ୟରେ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ଥିଲା ଓ ସେମାନେ ଉତ୍ସୁକତାର ସହିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ ଏବଂ କଳାଭୂମିର ଗ୍ୟାଲେରୀ ଦେଖି ହସ୍ତଶିଳ୍ପ ସଂପର୍କରେ ଜ୍ଞାନ ଆହରଣ କରିଥିଲେ ବୋଲି ‘କଳାଭୂମି’ ସୂତ୍ରରୁ ପ୍ରକାଶ ।
