ଭୁବନେଶ୍ୱର,ନିରପେକ୍ଷ ଖବର:୦୬/୦୮/୨୦୧୯ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅଚାନକ ଶ୍ରମିକ ହାଟ ଗସ୍ତ କରି ଶ୍ରମିକମାନଙ୍କ ସମସ୍ୟା, ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଭୁବନେଶ୍ୱରସ୍ଥ କଳ୍ପନା ଛକ, ନାବାର୍ଡ ବ୍ୟାଙ୍କ, ନୟାପଲ୍ଲୀ, ଡେଲଟ୍ା ଛକ ଇତ୍ୟାଦି ସ୍ଥାନରେ ପହଞ୍ଚି ନିର୍ମାଣ ଶ୍ରମିକମାନଙ୍କ ନାମକୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଚୀକୃତ କରାଯାଇଛି କି ନାହିଁ ତାହା ପଚାରି ବୁଝିଥିଲେ । ଏଥି ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଏବଂ ସେମାନଙ୍କ ମଜୁରି ଏବଂ ସରକାରଙ୍କଠାରୁ କେଉଁ କେଉଁ ସୁବିଧା ଆଶା କରୁଛନ୍ତି ସେ ସଂପର୍କରେ ନିର୍ମାଣ ଶ୍ରମିକମାନଙ୍କ ସହିତ ଆଲୋଚନା କରି ପଚାରି ବୁଝିଥିଲେ । ଏହି ଅବସରରେ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
