ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦/୨୦୧୯ରିଖ ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ସପ୍ତମ ବୈଠକ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ।ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ପୂର୍ତ୍ତ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ବିକ୍ରମ କୁମାର ପଣ୍ଡା, ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀ ପ୍ରକାଶ ସୋରେନ୍ ଅଂଶଗ୍ରହଣ କରିଥିଲେ । ଏଥିରେ ପୂର୍ତ୍ତ ବିଭାଗର କମିଶନର ତଥା ଶାସନ ସଚିବ ଡ. କିଷନ କୁମାର, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
