Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଜାତୀୟ ଶିକ୍ଷାନୀତି ନିରନ୍ତର ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବ :ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର,ନିରପେକ୍ଷ ଖବର: ୨୩ ଜୁଲାଇ ୨୦୧୯ ପ୍ରଣୀତ ହେବାକୁ ଥିବା ଜାତୀୟ ଶିକ୍ଷାନୀତି ସମାଜର ଉପଦେୟତା, ପ୍ରୟୋଜନୀୟତା ଏବଂ ପ୍ରୟୋଗୀକରଣ ଉପରେ ପର୍ଯ୍ୟବେଶିତ ହେବା ଆବଶ୍ୟକ । ଏହା ନିରନ୍ତର ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ
ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଆଜି ପୂର୍ବାହ୍ନରେ ଦୁଇଦିନିଆ ଜାତୀୟ ଶିକ୍ଷାନୀତି କର୍ମଶାଳା-୨୦୧୯ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ଏହି ଜାତୀୟ ଶିକ୍ଷାନୀତି ନିରନ୍ତର ଶିକ୍ଷା ପ୍ରଦାନକୁ ପ୍ରୋତ୍ସାହିତ କରିବ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଛାତ୍ରଛାତ୍ରୀଙ୍କ ସାଧାରଣ ଶିକ୍ଷା ସହିତ ମାନସିକ ଦକ୍ଷତା ଓ ଶାରୀରିକ ଦକ୍ଷତାରେ ବିକାଶର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ । ଚିଠା ପ୍ରସ୍ତାବ ଉପରେ ମତାମତ ପାଇଁ ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟର ଆହ୍ୱାନ କ୍ରମେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା
ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ ୟୁନିସେଫ୍‌, ଓଡ଼ିଶାର ସହାୟତାରେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ଏହି କର୍ମଶାଳାରେ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଶ୍ରୀ ବିଜୟ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ୟୁନିସେଫ୍‌ର ରାଜ୍ୟ ମୁଖ୍ୟ ଡ.ମୋନିକା ଓ. ନିଏଲ୍‌ସେନ୍‌ ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଗଙ୍ଗାଧର ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍‌, ଶିକ୍ଷକ ସଂଘ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ଜାତିସଂଘ ପ୍ରତିନିଧି, ୟୁ.ଏନ୍‌ ଏଜେନ୍ସି, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରମୁଖ ଉପସ୍ଥିର ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Mo sapath

Leave A Reply

Your email address will not be published.