ଭୁବନେଶ୍ୱର, ନିରପେକ୍ଷ ଖବର: ତା.୩୦/୧୨/୨୦୧୮ ଭାଷାର ଭିନ୍ନତା ଓ ସାଂସ୍କୃତିକ ବିବିଧତା ରହିଥିବା ଭାରତ ପରି ଦେଶରେ ସାହିତ୍ୟ ଆମର ସାମାଜିକ ସାଂସ୍କୃତିକ ସଂପର୍କକୁ ସଶକ୍ତ କରିପାରିଛି । ସାହିତ୍ୟ ହିଁ ବିଶ୍ୱଦୃଷ୍ଟି ଓ ମାନବିକତାର ପ୍ରତିଷ୍ଠାରେ
ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି ବିଶିଷ୍ଟ ହିନ୍ଦୀ ସାହିତି୍ୟକା ଡ. ଗୀତାଞ୍ଜଳି ଶ୍ରୀ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ରାଜସ୍ତରୀୟ ସାରସ୍ୱତ ସମାଗମ ‘ଶୀତା ଆସର’ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ. ଗୀତାଞ୍ଜଳି ସାହିତ୍ୟ ଭାଷାର ବନ୍ଧନକୁ ସ୍ୱୀକାର କରେ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ଇଡ଼୍କଲ ଅଡିଟୋରିୟମ୍ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଗୀତାଞ୍ଜଳି କହିଲେ ଯେ ପ୍ରତି ଭାରତୀୟ ସାହିତି୍ୟକ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଯେକୌଣସି ଗୋଟିଏ
ଭାରତୀୟ ଭାଷାର ସାହିତ୍ୟ, ଜନଜୀବନ ଓ ସାଂସ୍କୃତିକ ବାତାବରଣ ସହ ପରିଚିତି ଅର୍ଜନ କରିବା ଆବଶ୍ୟକ । ଏହା ଫଳରେ ଅନୁବାଦ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଦୃଢ଼ ଓ ସମନ୍ୱିତ ସାହିତି୍ୟକ ସଂପର୍କ ସ୍ଥାପିତ ହୋଇପାରିବ ବୋଲି ସେ ମତ ଦେଇଥିଲେ । ବିଶିଷ୍ଟ ସାହିତି୍ୟକ ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ କାର୍ଯ୍ୟକ୍ରମରେ ଉଦ୍ଘାଟନୀ ବକ୍ତବ୍ୟ ରଖି
କହିଲେ ଯେ ପାଗଳାମି ନଥିଲେ ସାହିତ୍ୟ ଉତୁରିବ ନାହିଁ । ଏହି ପାଗଳପଣ ସଂପର୍କ ଓ ସହୃଦୟତା ଲେ।ଡେ । ଜୀବନର ବିବିଧ ଅନୁଭୂତିକୁ ଆଦର çଲେ ସାହିତ୍ୟର ଭାଷା ଅଧିକ ପ୍ରାଣବ; ହେବ ।
ଅନ୍ୟପକ୍ଷରେ, ସାହିତ୍ୟ ପ୍ରଶଂସା, ପୁରସ୍କାର କି ସମ୍ମାନ ନଖୋଜି ହୃଦୟ ଓ ସଂପ୍ରୀତି ଖୋଜୁଥାଏ ବୋଲି ଶ୍ରୀ ଦାସ କହିଥିଲେ । ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ ସାହିତ୍ୟର ଉଦ୍ଦେଶ୍ୟ, ସାହିତି୍ୟକର ଲକ୍ଷ୍ୟ ଓ ଅଭିପ୍ରାୟ ତଥା ସମକାଳୀନ ସାହିତି୍ୟକ ପରିବେଶ ଉପରେ ଏକ ସାରଗର୍ଭକ
ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ଶ୍ରୀ ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
କବି ବୀଣାପାଣି ପଣ୍ଡାଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ାଙ୍କୁ ‘ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ’ ଅର୍ପଣ କରାଯାଇଥିଲା । ଉଭୟଙ୍କୁ ପ୍ରଶସ୍ତି ପତ୍ର, ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଉପସଭାପତି କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘କବିତା ୨୦୧୮’ ଓ ଏକ ସଂପାନ ବକ୍ତବ୍ୟ ସଂକଳନପ୍ରସଙ୍ଗେଷୁ’ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ମାନପତ୍ର ପାଠ କରିଥିବାବେଳେ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାତୀ ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପିତ କରିଥିବାବେଳେ ଅନ୍ୟତମ ଉପସଭାପତି
ମିନତି ଦାଶ(ମାନୀ) ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ
ସତ୍ୟ ମହାପାତ୍ର, ଚିତ୍ରଶିଳ୍ପୀ ସ୍ୱର୍ଗତ ଦିନନାଥ ପାଠୀ ଓ ସାହିତି୍ୟକ ସ୍ୱର୍ଗତ କୈଳାସ ଲେଙ୍କାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ପ୍ରବାସିନୀ ମହାକୁଡ଼ଙ୍କ
ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ରୁ ଊଦ୍ଧ୍ୱର୍ କବି ପାଠୋତ୍ସବରେ ସ୍ୱରଚିତ କବିତା ପାଠ କରିଥିଲେ । କବି ନୀଳଲୋହିତ ମହାପାତ୍ର, ଅଧ୍ୟାପିକା ଡ. ଗୀତାଶ୍ରୀ ପି୍ରୟମ୍ବଦା ଓ ପ୍ରଣତି ମିଶ୍ର କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡ଼୍ଭୋକେଟ୍ ଶ୍ରୀ ଗୁରୁ ମହାନ୍ତି, ଡ. ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୃଜନର ପ୍ରକାଶକ ସୁଧୀର ମଉଡ଼ମଣି
ଓ ମମତା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
