Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ

ତୈଳ ବିତରଣ କମ୍ପାନୀମାନଙ୍କ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ଉଝଜ) • କାର୍ଯ୍ୟକ୍ରମର ଦାୟିତ୍ୱନେବ କମନ ସର୍ଭିସ ସେଂଟର (ଉଝଉ)ବା ଜନସେବା କେନ୍ଦ୍ର.....

0

ଭୁବନେଶ୍ୱର, ନିରପେକ୍ଷ ଖବର:  ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତାବିକାଶମନ୍ତ୍ରଣାଳୟର ପ୍ରୟାସ ଅନୁସାରେଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନସେବା କେନ୍ଦ୍ର ମାନଙ୍କରେ ଉଜ୍ଜ୍ୱଳା ସାନିଟାରି  ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର) କାର୍ଯ୍ୟକ୍ରମ ଆଧାରରେ ସ୍ଥାପନ କରି ଓଡ଼ିଶାର ମହିଳାମାନଙ୍କୁ


ରୋଜଗାରକ୍ଷମ, ଶିକ୍ଷିତ ଏବଂ ସଶକ୍ତ କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଦକ୍ଷତବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଟା  ଭିଡ଼ିଛନ୍ତି । ସାମାଜିକ ଏବଂ ପର୍ଯ୍ୟାବରଣ ଗତ ସକରାତ୍ମକ ପରିବର୍ତନ ଆଣିବା ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱବେଶ୍ ପରିଚିତ । ଏହାକୁ ଧ୍ୟାନରେ  ରଖି ତିନି ତୈଳ ବିପଣନ କମ୍ପାନି ଓଡ଼ିଶାର ମହିଳାମାନଙ୍କ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବାକୁ ଅଗ୍ରସର ହୋଇଛନ୍ତି ।  ଆଜି ଭୁବନେଶ୍ୱରସ୍ଥିତ ରେଲ୍ୱେ ଅଡିଟୋରିଅମ୍ଠାରେ “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ ଅବସରରେ ଶ୍ରୀ ଟି କେ ଚାନ୍ଦ, ସିଏମ୍ଡ଼ି,
ନାଲ୍କୋ, ଶ୍ରୀମତି ସ୍ୱର୍ଣ୍ଣପ୍ରଭା ସିଂ, ସିଏସ୍ସି, ଓଡିଶା ମୁଖ୍ୟ, ଶ୍ରୀ ସଂଜୟ ଝା, ଜିଏମ (ଏଲପିଜି), ଆଇଓସିଏଲ୍, ଶ୍ରୀ ସଂଜୟ ଶର୍ମା, ରାଜ୍ୟମୁଖ୍ୟ  (ଏଲପିଜି), ବିପିସିଏଲ, ଓଡିଶା ଏବଂ ଝାରଖଣ୍ଡ, ଶ୍ରୀ ଧର୍ମେନ୍ଦ୍ର ବେହୁରା, ଡିଜିଏମ୍ (ଏଲ୍ପିଜି), ଏଚ୍ପିସିଏଲ୍, ଲୋକପ୍ରିୟ ଓଡ଼ିଆ ସିନେ କଳାକାର  ଶ୍ରୀମତି ମହେଶ୍ୱତା ରାୟ, ଶ୍ରୀମତି ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ସଂଯୁକ୍ତା ମହାପାତ୍ର ପ୍ରମୁଖ  ଉପସ୍ଥିତ ଥିଲେ ।
ଏହି ଐତିହାସିକ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତାଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ନୂଆ ଭାରତ ନୂଆ ଓଡିଶା  ବିନା ସମ୍ଭବ ନୁହେଁ । ସାଢେ ୪ କୋଟି ଜନସଂଖ୍ୟାର ୨.୨୫ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ, ସ୍ୱୟଂପ୍ରଭା ଓ ସ୍ୱୟଂସିଦ୍ଧା ନ କରିବା ପର୍ଯ୍ୟନ୍ତ ନୂଆ ଓଡିଶା  ସମ୍ଭବ ନୁହେଁ ବୋଲି କହିଥିଲେ । ରାଜ୍ୟରେ ୧୦୦ଟି ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ର ଶୁଭାରମ୍ଭ କରାଯିବ । । ମହିଳମାନଙ୍କୁ  ନିଜର ରୋଜଗାର ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ ଯୋଜନା ମାଧ୍ୟମରେ ପ୍ରତି କେନ୍ଦ୍ରରେ ଅନ୍ୟୁନ
୧୦ଟି ପରିବାର ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯିବାର ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି ।
ଏନ୍ଏଫ୍ଏଚ୍ଏସ୍-୪ର ରିପୋର୍ଟ ଅନୁସାରେ ଓଡ଼ିଶାରେ ସାନିଟାରି ନାପ୍କିନ୍ର ମୋଟ୍ ବ୍ୟବହାର ୩୩.୫ ଶତକଡା ଅଟେ । ୧୫- ୨୪ ବର୍ଷ ବର୍ଗର  ମାତ୍ର ୪୨.୮% ଗ୍ରାମୀଣ ମହିଳା ମାସିକ ଋତୁସ୍ରାବ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ରକ୍ଷା କୌଶଳ ଅବଲମ୍ବନ କରିଥାନ୍ତି । ରାଜ୍ୟରେ ମହିଳାମାନଙ୍କର  ମାସିକ ଧର୍ମର ସ୍ୱଚ୍ଛତା କ୍ଷେତ୍ରରେ ଏହି ସ୍ଥିତିକୁ ସୁଧାରିବା ପାଇଁ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଅନ୍ତର୍ଗତ ୯୩ଟି ବ୍ଲକ୍ରେ ଜନ ସେବାକେନ୍ଦ୍ର (ସିଏସ୍ସି)  ଗୁଡ଼ିକରେ ଉଜ୍ଜ୍ୱଳା ସାନିଟାରି ନାପକ୍କିନ୍ ଉପକ୍ରମ ଅଧିନରେ ୨.୯୪ କୋଟି ଟଙ୍କା ମୂଲ୍ୟରେ ୧୦୦ ଟି ଆଂଚଳିକ ପ୍ରସ୍ତୁତି କେନ୍ଦ୍ରସ୍ଥାପନ କରାଯିବ ।
ପ୍ୟାଡ୍ଗୁଡ଼ିକ ଉପଭୋକ୍ତାଙ୍କ ପାଇଁ ପ୍ୟାକ୍ କରାଯିବା ପୂର୍ବରୁ ଜୀବାଣୁମୁକ୍ତ ଥିବାର ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଜୀବାଣୁ ନାଶକ ଉପଚାର ଗୃହ ଉପଲବ୍ଧ  ପ୍ରତ୍ୟେକ ସଂସ୍ଥା ଦୈନିକ ୧୨୦୦-୨୦୦୦ ପ୍ୟାଡ୍ ଉତ୍ପାଦନକ୍ଷମ ହେବେ । ୪୫,୦୦୦-୫୦,୦୦୦ ପ୍ୟାଡ୍ ଉତ୍ପାଦନ ପାଇଁ ପ୍ରତ୍ୟେକ ସଂସ୍ଥାରେ  ପର୍ଯ୍ୟାପ୍ତ କଂଚାମାଲ୍ ଅଗ୍ରୀମ ଭାବେ ଉପଲବ୍ଧ । ୮ଟି ପ୍ୟାଡ୍ ଥାଇ ପ୍ରତି ପ୍ୟାକେଟ୍ର ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି ।  ଏହି ସିଏସ୍ଆର ୍ଉପକ୍ରମର ଉଦ୍ଦେଶ୍ୟ ସାଧନ ପାଇଁ ଉଜ୍ଜ୍ୱଳା ପ୍ୟାଡ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଖାପାଖି ୬୦୦ ଜଣ ଉଜ୍ଜ୍ୱଳାର ମହିଳା  ହିତାଧିକାରୀଙ୍କୁ ନିଯୁକ୍ତି ଦେବେଏବଂ ପ୍ରତି ସଂସ୍ଥା ୫-୬ଜଣ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ । ଏହି ସିଏସ୍ସିଗୁଡ଼ିକ ଏକ ତାଲିମ୍ ପାଠ୍ୟକ୍ରମଜରିଆରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ ଯାହା ସେମାନଙ୍କୁ ଗୁଜୁରାଣ ମେଂଟାଇବାରେ କେବଳ ଏକ ସମ୍ମାନଜନକ ମାଧ୍ୟମ ହେବ ନାହିଁ ବରଂ  ସେମାନଙ୍କୁ ଔଦ୍ୟୋଗିକ ଦକ୍ଷତାଯୁକ୍ତ ଭାବେ ବିକଶିତ କରିବ ।  ଆହୁରି ମଧ୍ୟ ଏହି ସାନିଟାରି ପ୍ୟାଡ୍ଗୁଡ଼ିକ ଭର୍ଜିନ୍ଉଡ୍ ପଲ୍ପରଚାଦର ସହିତ ବୁଣାହୋଇ ନ ଥିବା ଧଳା ପଟି ଏବଂ ଜେଲ୍ ପଟି ପରି ପ୍ରାକୃତିକ ଭାବେ  ଜୈବ ବିଘଟନୀୟ ସାମଗ୍ରୀରୁ ପ୍ରସ୍ତୁତହେବ ଏବଂ ସର୍ବନିମ୍ନ ଅଙ୍ଗାରକ ନିଃସରଣକାରୀ ହେବ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ପଦକ୍ଷେପ ସ୍ୱଚ୍ଛଭାରତ
ଅଭିଯାନକୁ ବଳଦାୟୀହେବ ।  ଆଇଓସିଏଲ୍, ବିପିସିଏଲ୍, ଏଚ୍ପିସିଏଲ୍ ଦ୍ୱାରାଏହି ପଦକ୍ଷେପ, ରାଜ୍ୟରେ ମହିଳାଙ୍କସ୍ୱାସ୍ଥ୍ୟ ସୁଧାରଏବଂସେମାନଙ୍କୁସାଧାରଣ ସ୍ୱାସ୍ଥ୍ୟା ଭ୍ୟାସ ପାଇଁ
ପ୍ରୋତ୍ସାହିତ କରିବାର ଯୁଗ୍ମ ଉଦ୍ଦେଶ୍ୟ ହାସଲ ଲାଗି ଲୋକମାନଙ୍କ ମଧ୍ୟରେ ମହିଳାଙ୍କ ମାସିକ ଧର୍ମ ଆଧାରିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମନୋଭାବକୁ ପରିବର୍ତନ କରିବ ।  କେନ୍ଦ୍ରସରକାରଙ୍କ ଯୋଗଦାନ:
ପେଟ୍ରୋଲିୟମ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ପାଇଁ ଉଜ୍ଜ୍ୱଳା ଯୋଜନାରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ପରିବାରଙ୍କୁ ସ୍ୱଚ୍ଛ ରନ୍ଧନ  ଗ୍ୟାସ୍ ଯୋଗାଣ ପରି ଉପକ୍ରମ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅଧିନରେ ବିଗତ ସାଢ଼େ ଚାରିବର୍ଷରେ ଏଲ୍ପିଜି କନେକ୍ସନ
ଅସମାନ୍ତରାଳ ଭାବେବୃଦ୍ଧି ପାଇଛି । ଯାହାଦ୍ୱାରା ଓଡ଼ିଶାରେ ପ୍ରାୟ ୩୫ ଲକ୍ଷମହିଳା ସହ ଜଜୀବନ ଧାରଣ ସୁବିଧା ପ୍ରାପ୍ତ ହୋଇଛନ୍ତି ।ଶ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ନେତୃତ୍ୱାଧୀନ ମନ୍ତ୍ରଣାଳୟଏଲ୍ପିଜି ଉପଭୋକ୍ତାଙ୍କୁ ନିଜ ନିଜମଧ୍ୟରେ ଆଲୋଚନା କରିବାଏବଂ ଆପୋଷ ଭାବେ ପ୍ରଶିକ୍ଷିତ ହେବା ପାଇଁ ଏକ  ମଂଚ ପ୍ରଦାନ କରିବାକୁସାରା ଓଡ଼ିଶାରେ ୩୦୦୦ ଏଲ୍ପିଜି ପଂଚାୟତ ଆୟୋଜନ କରିଛି । ତାସହିତ ସେମାନଙ୍କୁଏଲପିଜି ଭଳିସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନ  ବ୍ୟବହାର କରିବା ପାଇଁ ସମସ୍ତ ପ୍ରୋତ୍ସାହନ ପ୍ରଦାନ କରିବାଲାଗି ପ୍ରୟାସ ଚାଲୁ ରଖିଛି ।

Blank space

ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତକରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ତତ୍ୱାବଧାନରେ କେନ୍ଦ୍ର ସରକାର, ଗ୍ରାମୀଣ ବିପିଓମାନଙ୍କରେ ମହିଳାମାନଙ୍କୁ ନିଯୁ୍କ୍ତି ପ୍ରଦାନ  ଆରମ୍ଭ କରିବା, ଗ୍ରାମଉଦ୍ୟୋଗୀଙ୍କୁ (ଗ୍ରାମୀଣ ସିଏସ୍ସିଗୁଡ଼ିକୁ) ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ କରିବାକାର୍ଯ୍ୟରେ ଯୋଡ଼ିବା, ମହିଳା କର୍ମଚାରୀଙ୍କୁ ସ୍ୱଳ୍ପ
ମୂଲ୍ୟଯୁକ୍ତ ସାନିଟାରି ନାପକିନ୍  ମହିଳା ଇ-ହାଟଜରିଆରେ ସାରା ଭାରତର ହଜାର ହଜାର ସ୍ୱୟଂସହାୟକ ଗୋଷ୍ଠୀର
ମହିଳା ଉଦ୍ୟୋଗୀଙ୍କୁ ଅନ୍ଲାଇନ୍ ବଜାର ଭଳି କ୍ଷେତ୍ର ପ୍ରଦାନ କରିବା ଆଦି ପରି ପଦକ୍ଷେପ ନେଇଛନ୍ତି । ବିଶେଷତଃ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ  ଅଧିନରେ ଏନ୍ଡିଏ ସରକାର ସୁରକ୍ଷିତ ମାତୃତ୍ୱ ଅଭିଯାନ, (ଦୃଢ଼ଇଚ୍ଛା ସମ୍ପନ୍ନ) ମିଶନ ଇନ୍ଦ୍ରଧନୁଶ, ବେଟି ବଚାଓ ବେଟି ପଢ଼ାଓ, ମହିଳା ଶକ୍ତିକେନ୍ଦ୍ର, ସ୍ୱଚ୍ଛ ଭାରତମିଶନ, ସ୍ୱଚ୍ଛବିଦ୍ୟାଳୟ ମିଶନ୍ ପରିଯୋଜନା ମାଧ୍ୟମରେ ମହିଳାସଶକ୍ତି କରଣକୁ ଗୁରୁତ୍ୱ ଦେଇଛନ୍ତି । ନିକଟବର୍ଷ ମାନଙ୍କରେ ସରକାର ସାରା ଭାରତର ଉଦ୍ୟୋଗମାନଙ୍କୁ ସେମାନଙ୍କ ଲାଭାଂଶର ୧୦ ପ୍ରତିଶତ କର୍ପୋରେଟ ୍ସାମାଜିକ ଦାୟିତ୍ୱ  (ସିଏସ୍ଆର୍)ରେ ଦେଶର ସାମାଜିକ ଓ ଆର୍ôଥକବିକାଶ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପ୍ରରୋଚିତ କରିଛନ୍ତି । ଏହିକ୍ରମରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟର ଯତ୍ନ ଏବଂ  ଲିଙ୍ଗଗତ ସମ୍ବେଦନଶୀଳତା ସୃଷ୍ଟିସମ୍ପର୍କରେ ଶିକ୍ଷିତ କରିବା ସହସାରା ଓଡ଼ିଶାରେ ମହିଳାମାନଙ୍କ ପାଇଁ ସାନିଟାର ପ୍ୟାଡ୍ର ସୁଲଭତା ଲାଗି ସାନିଟାରି  ପ୍ୟାଡ୍ ପ୍ରସ୍ତୁତକାରୀ ସଂସ୍ଥା ପରିସିଏସ୍ଆର୍ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି । ଆଇଓସିଏଲ୍, ବିପିସିଏଲ୍, ଏଚ୍ପିସିଏଲ୍ ନିଜର ସିଏସ୍ଆର୍ ଉପକ୍ରମରେ
ମହିଳାଙ୍କ ସାମାଜିକ-ଆର୍ôଥକସ୍ଥିତି ସୁଦୃଢ଼କରିବାର ଉଦ୍ଦେଶ୍ୟ ସାକାର କରିବାକୁ ଆଶାବାଦୀ ।

Mo sapath

Leave A Reply

Your email address will not be published.