Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭୁବନେଶ୍ୱରରେ ହେବାକୁ ଯାଉଛି ସାହିତ୍ୟର ସର୍ବବୃହତ୍ତ ମହୋତ୍ସବ-ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯..

0

ମହୋତ୍ସବରେ ମୁଖ୍ୟବକ୍ତା ଭାବେ ଶ୍ରୀ ସୁଧୀର ଚନ୍ଦ୍ର ମୁଖ୍ୟାଂଶ:
୧. ଓଡ଼ିଶା ପର୍ଯ୍ୟଟନ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ମୁଖ୍ୟ ପ୍ରାୟୋଜକ
୨. ଶ୍ରୀ ସୁଧୀର ଚନ୍ଦ୍ର ମୁଖ୍ୟବକ୍ତା ଭାବେ ଯୋଗଦେବେ
୩. ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ମିଳିବ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର
୨୦୧୯
୪. ଏସିଡ୍ ପିଡ଼ୀତାଙ୍କ ଉଦ୍ଦେଶ୍ୟରେ ହେବ ସ୍ୱତନ୍ତ୍ର ଅଧିବେଶନ
୫. କଳିଙ୍ଗ କଳା ମହୋତ୍ସବରେ ଓଡ଼ିଶା ଏବଂ ସମଗ୍ର ଭାରତର ୬୦ ଜଣ ଚିତ୍ରଶିଳ୍ପୀଙ୍କ କଳାକୃତୀ ହେବ ପ୍ରଦର୍ଶନ
୬. ୩୦ରୁ ଊଦ୍ଧ୍ୱର୍ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପୁସ୍ତକ/ପ୍ରକାଶନୀ ହେବ ଉନ୍ମୋଚନ
୭. ଅତିଥି ଓ ବକ୍ତାମାନଙ୍କ ନିମନ୍ତେ ହେରିଟେଜ ୱାକ୍ ଏବଂ ସାଇକେଲ ଦ୍ୱାରା ସବୁଜ ଭ୍ରମଣର ସୁଯୋଗ
୮. ଚାରାରୋପଣ, ସିଡ୍ ବଲ୍ ପ୍ରସ୍ତୁତି, କଳିଙ୍ଗ ସାହିତ୍ୟ ମହୋତ୍ସବ-ଲିଟଲ୍ସ ଆଦି ତିନି ଦିନିଆ କାର୍ଯ୍ୟକ୍ରମର ଅନ୍ୟାନ୍ୟ
ଆକର୍ଷଣ                                           
ଭୁବନେଶ୍ୱର,ନିରପେକ୍ଷ ଖବର :୧୮. ୭. ୨୦୧୯: ଭାରତର ସର୍ବବୃହତ୍ତ ଗ୍ରୀଷ୍ମକାଳୀନ ମହୋତ୍ସବ, ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୬ଷ୍ଠ ସଂସ୍କରଣ ସ୍ମାର୍ଟ ସହର ଭୁବନେଶ୍ୱରରେ ଆସନ୍ତା ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନୀ ସମାରୋହରେ ଶ୍ରୀ ସୁଧୀର ଚନ୍ଦ୍ର, ଶ୍ରୀ ପବନ କୁମାର ବର୍ମା, ଶ୍ରୀ ୟଶୱନ୍ତ ସିଂହ୍ନା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନୀ ଉତ୍ସବରେ ସୁଧୀର ଚନ୍ଦ୍ର ମୁଖ୍ୟବକ୍ତା ଭାବେ ସ୍ୱାଗତ ଭାଷଣ ଦେବେ । ସୁଧୀର ଚନ୍ଦ୍ର, ପବନ ବର୍ମା, ୟଶୱନ୍ତ ସିହ୍ନା, ରାଜଶେଖର ବୁନ୍ଦ୍ରୁ ପ୍ରମୁଖ ମିଳିତ ଭାବେ କଳିଙ୍ଗ ସାହିତ୍ୟ ମହୋତ୍ସବର ଏହି ୬ଷ୍ଠ ସଂସ୍କରଣର ମୁଖ୍ୟ ବିଷୟ ‘ଗାନ୍ଧୀଙ୍କ ଆଇଡିଆ ଅଫ୍ ଇଣ୍ଡିଆ ବା ଗାନ୍ଧିଜୀଙ୍କ ଦୃଷ୍ଟିରେ ଭାରତ : ସତ୍ୟ, ସଦ୍ଭାବନା, ଅହିଂସା’ ଉପରେ ଆଲୋକପାତ କରିବେ ।
ସାହିତ୍ୟ ଏବଂ ବୃତ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରେରଣାଦାୟକ ଅବଦାନ ନିମନ୍ତେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ୨୦୧୯ରେ ସମ୍ମାନିତ କରାଯିବ । ଯୁବ ଏବଂ ପ୍ରତିଭାବାନ ଲେଖକ କେଦାର ମିଶ୍ରଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ୨୦୧୯ରେ ସମ୍ମାନିତ କରାଯିବ । ତିନି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବରେ ୨୫୦ ରୁ ଊଦ୍ଧ୍ୱର୍ ଲେଖକ, କବି, ଗୀତିକାର, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଏକ ‘ଜଷ୍ଟ ସୋସାଇଟୀ’ ସମ୍ବନ୍ଧରେ ଆଲୋକପାତ କରିବେ ଏବଂ ସମାନତା, ନ୍ୟାୟିକ ଓ ମାନବିକ ଚିନ୍ତାଧାରା ମାଧ୍ୟମରେ ସାହିତ୍ୟ କିପରି ଜଷ୍ଟ ସୋସାଇଟୀ ଦିଗରେ ପ୍ରତିମ୍ବିବିତ ହୋଇପାରିଛି ସେ ବିଷୟରେ ଆଲୋଚନା କରିବେ । ତିନିଦିନ ବ୍ୟାପୀ ଏହି ମହୋତ୍ସବରେ ସାହିତ୍ୟ, ଗାନ୍ଧିବାଦୀ ଚିନ୍ତାଧାରା, ସତ୍ୟ, ସଦ୍ଭାବନା ଏବଂ ଅହିଂସାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଅଧିବେଶନର ବିଷୟବସ୍ତୁଗୁଡ଼ିକ ହେଲା ସାଂସ୍କୃତିକ ଜାତୀୟତାବାଦ, ଗାନ୍ଧୀଗିରି, ଜେନେରେସନ ୱାଇ, ଓଡ଼ିଶା, ଗଣମାଧ୍ୟମ, ବଜାର, ଶିଶୁ, ମହିଳା, କିନ୍ନର (ଟ୍ରାନ୍ସଜେଣ୍ଡର), କାମସୂତ୍ର, ନାଗରିକ ସମ୍ପୃକ୍ତିକରଣ, ସିନେମା, କ୍ରୀଡ଼ା, ନୀତିଆଦର୍ଶ, ମତଭେଦ, ବିପ୍ଳବ, ଶାନ୍ତିପ୍ରତିଷ୍ଠା, ଦ୍ୱେଷମୁକ୍ତି ଏବଂ ସଦ୍ଭାବନା ।କଳିଙ୍ଗ କଳା ମହୋତ୍ସବ ଭାରତର ବିଭିନ୍ନ ରାଜ୍ୟର କଳାକାର ତଥା ଶିଳ୍ପୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଥିବା ବେଳେ ୬୦
ଜଣ ଚିତ୍ରଶିଳ୍ପୀ ଏହି ମହୋତ୍ସବରେ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ମହୋତ୍ସବରେ ଶିଳ୍ପୀଙ୍କ କୃତୀକୁ ବୁଝିବା ଏବଂ ପ୍ରଂଶସା କରିବା ଭଳି ଏକ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଛି । ଶିଳ୍ପୀ ଏବଂ କଳା ସମାଲୋଚକମାନେ ସେମାନଙ୍କ ନିଜସ୍ୱ ବୃତ୍ତିଗତ ଆବେଗ ସମ୍ପର୍କରେ ଏବଂ କଳା, ସାହିତ୍ୟ ଓ ସମାଜର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଥିବା ସମ୍ପର୍କ ସମ୍ପନ୍ଧରେ ଆଲୋଚନା କରିବା ସହିତ ଭବିଷ୍ୟତରେ ସାହିତ୍ୟର ନିକଟତର ହେବା ନିମନ୍ତେ ଏକ ପଥ ପ୍ରସ୍ତୁତ କରିବେ । ଗାନ୍ଧିବାଦୀ ନେତା ଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶ୍ରୀ ଗୋକୁଳ ପଟ୍ଟନାୟକ, ଶ୍ରୀ ୟଶୱାନ୍ତ ସିହ୍ନା, ଶ୍ରୀ ପବନ କେ. ବର୍ମା ପ୍ରମୁଖ କିଟ୍ କନ୍ଭେନ୍ସନ କେନ୍ଦ୍ରଠାରେ ୧୯, ୨୦ ଏବଂ ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛ କେଏଲ୍ଏଫ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା ବିଶ୍ୱାସ ରଖନ୍ତି ଯେ, କେଏଲ୍ଏଫ୍ ୨୦୧୯ ହେଉଛି ଏକ ସ୍ୱତନ୍ତ୍ର
ତଥା ବିଶେଷ ମହୋତ୍ସବ ଯାହା କି ସ୍ଥାନୀୟ, ରାଷ୍ଟ୍ରୀୟ ଏବଂ ବିଶ୍ୱସ୍ତରରେ ଭାଷା ସଂଳାପ ମଧ୍ୟରେ ରହିଥିବା ବିବିଧତାକୁ ଯୋଡ଼ିବାର ଅନ୍ୟ ଏକ ପ୍ରୟାସ । ପୁଷ୍ପେସ ପନ୍ତ, ୟଶୱନ୍ତ ସିହ୍ନା, ପବନ କେ.ବର୍ମା, ଆନନ୍ଦ ନୀଳକାନ୍ତନ୍, କ୍ରିଷ୍ଟୋଫର ସି. ଡୋୟଲ, ଶୁଭା ବିଳାସ, ରିୟା ଶର୍ମା, ଭାବନା ଅରୋରା, ରଶ୍ମି ବଂଶଲ, ରାଧେଶ୍ୟାମ ଯାଦବ, ଅନିର୍ବାଣ ଗାଙ୍ଗୁଲି, ଅଂଶୁମାନ ତିୱାରୀ, ନାମ୍ବି ନାରାୟଣନ୍, ଅରୁଣ ରାମ, ରାଜାଶେଖର ଭୁନ୍ଦ୍ରୂ, ପ୍ରିୟା ସୋମାୟା, ଟି ଏନ୍ ହରି, ପାରମିତା ଶତପଥି, ସ୍ୱାନନ୍ଦ କିରକିରେ, ଆର୍ ଜେ ସାୟମା, ନୀତା ଗୁପ୍ତା, ପୁରୁଷୋତ୍ତମ ଅଗ୍ରୱାଲ, ଅନୁରାଧା ବେନିୱାଲ, ବିନୀତ କୁମାର, ଅଶୋକ ମାହେଶ୍ୱରୀ, ଶିବ୍ ସିଂ, ନବୀନ ଚୌଧୁରୀ, ଦାଶ ବେନହୁର, ରାଜେନ୍ଦ୍ର ପଣ୍ଡା, ମୟଙ୍କ ଶେଖର, ସତ୍ୟ ଶରଣ, ପୁନମ ସକ୍ସେନା, ରିଚା ଲଖେରା, ନଳୀନି ମେହଟ୍ଟା, ସତ୍ୟାର୍ଥ ନାୟକ, ଶାନ୍ତନୁ ରାୟ ଚୌଧୁରୀ, ସତ୍ୟାନନ୍ଦ ନିରୁପମ, ଡଃ ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ଜୟନ୍ତ ମହାପାତ୍ର, ଜତୀନନାୟକ, ରୁଚିତା କାଜାରିଆ, ସାୟରା ସାହା ହଲିମ, ଅନୁଭବ ସିହ୍ନା, ସୋନିଆ ସିଂ, ରାଧାକ୍ରିଷ୍ଣନ ପିଲାଇ, ମିଲୀ ଐଶ୍ୱର୍ଯ୍ୟା, ରଖଛନ୍ଦା ଜଲିଲ, ଅନୁ ଚୌଧୁରୀ, ଭାବନା ସୋମାୟା, ଭବାନୀ ବି. ଆୟର, ଭିଭାନ ଶାହା, ରବି ମିଶ୍ର, ତମାଲ ବନ୍ଦୋପଧ୍ୟାୟ, କେଦାର ମିଶ୍ର, ଡଃ ଶନ୍ତରୂପ୍ତ ମିଶ୍ର, ନିଷ୍ଠା ସତ୍ୟମ, ଭବାନୀ ମହାନ୍ତି, ରାମେନ୍ଦ୍ର କୁମାର, ରଞ୍ଜନ ମଲ୍ଲିକ, ରୋହିତ ସୁପକାର, ଦେବାଶିଷ ସାମନ୍ତରାୟ, ସାୟଦ ସଦାବ ହୁସେନ, ମୀରା ରିଜ୍ବୀ,
ଅଶ୍ୱିନ କୁମାର, ଅହମ୍ମଦ ଅଫ୍ସାର, ଅନାମିକା, ଆଶୁତୋଷ ପରିଡ଼ା, ବିପୀନ ବିହାରୀ ମିଶ୍ର, ଚିରଶ୍ରୀ ଇନ୍ଦ୍ର ସିଂ, ମମତା ସିଂ, ନବୀନ
ବିଶ୍ୱବନ୍ଧୁ, ନିଲୀମା ସିହ୍ନା, ନିତିଶ୍ୱର କୁମାର, ନିଖିଲ ନାଜ୍, ପ୍ରଭାତ ରଞ୍ଜନ, ପ୍ରତୀକ ପଟ୍ଟନାୟକ, ରବି ସିଂ, ସୁଦିପ୍ତୀ, ୟୁନୁସ ଖାନ୍,
ପ୍ରମୁଖଙ୍କ ଭଳି ଲେଖକ, କବି, ବକ୍ତା ଏବଂ କଳାକାର ସେମାନଙ୍କ ଜୀବନ, ସମାଜ ଓ ବିଶ୍ୱର କାହାଣୀ ଉପସ୍ଥାପନ କରିବା ସହ
ଆଲୋଚିତ ବିଷୟବସ୍ତୁର ଭବିଷ୍ୟତ ଦୃଷ୍ଟିକୋଣ ସମ୍ବନ୍ଧରେ ନିଜର ମତ ରଖିବେ । ଏହି ମହୋତ୍ସବରେ ଯୋଗଦେବାକୁ ଥିବା ଅତିଥି ଏବଂ ବକ୍ତାମାନଙ୍କ ମଧ୍ୟରେ ଭୁବନେଶ୍ୱର ତଥା ସ୍ୱର୍ଣ୍ଣ-ତ୍ରିଭୁଜର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ପର୍ଯ୍ୟଟନ କେଏଲ୍ଏଫ୍ ଏକ ସ୍ୱତନ୍ତ୍ର ଆୟୋଜନ କରିଅଛି । ଭୁବନେଶ୍ୱର ସହରରେ ଭ୍ରମଣ କରି ଆଧୁନିକୀ ସହରୀ ବ୍ୟବସ୍ଥାର ଅନୁଭୂତି ପାଇବା ନିମନ୍ତେ ଅତିଥିମାନେ ଭଡ଼ାସୂତ୍ରରେ ସାଇକେଲ ଚଲାଇବାର ସୁଯୋଗ ପାଇବେ । ଏଥିନିମନ୍ତେ କେଏଲ୍ଏଫ୍ ଟିମ୍ ସ୍ଥାନୀୟ ସାଇକେଲ କ୍ଲବମାନଙ୍କ ସହ ସହବନ୍ଧିତ ହୋଇଛି । ପୁରୁଣା ଭୁବନେଶ୍ୱରର ସବୁଜିମା ତଥା ମନ୍ଦିରମାଳିନୀ ସହରର ଐତିହ୍ୟକୁ ଜାଣିବା ନିମନ୍ତେ ହେରିଟେଜ୍ ୱାକର ବା ଐତିହ୍ୟ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ପର୍ଯ୍ୟଟନ କେଏଲ୍ଏଫ୍ ଚଳିତ ବର୍ଷ ପିଲାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ମହୋତ୍ସବ କେଏଲ୍ଏଫ୍ ଲିଟଲ୍ସର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏତଦ୍ବ୍ୟତୀତ ଅତିଥିମାନେ ଚାରାରୋପଣ ଓ ସିଡ୍ବଲ ପ୍ରସ୍ତୁତିରେ ଭାଗ ନେବାର ସୁଯୋଗ ପାଇପାରିବେ ।

Mo sapath

Leave A Reply

Your email address will not be published.