Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ହେଲା ବାହାଘର।

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ ବାହାଘର ହୋଇଥିଲା। କରୋନା କଟକଣା ଯୋଗୁଁ ଶେଷରେ ନିରାଡମ୍ବର ମଧ୍ୟରେ ପାଳନ ହୋଇଛି ଗଣମାଧ୍ୟମ ପ୍ରତିନିଧିଙ୍କ ବାହାଘର। ଲକ୍ ଡାଉନ୍ ଯୋଗୁଁ ହୋଇ ପାରିଲା ନାହିଁ ଧୁମଧାମରେ ବାହାଘର। କୋରାନା କଟକଣାକୁ ଦୃଷ୍ଟିରେ ରଖି ବର କନ୍ୟା ମୁହଁରେ ମାସ୍କ ପିନ୍ଧି ମାତ୍ର ସାତ ଜଣ ଲୋକଙ୍କ ଉପସ୍ଥିତି ରେ ସାମାଜିକ ଦୂରତା ବଜାୟ ରଖି ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ ମୋରଡା ଥାନା ଚିତ୍ରଡା ଗ୍ରାମର ମହେନ୍ଦ୍ର ବେହେରାଙ୍କ ପୁତ୍ର ବିଶ୍ବ ବନ୍ଦନ ବେହେରାଙ୍କ ସହ ରାଇରଙ୍ଗପୁର ସହର ୱାର୍ଡ ନଂ ୧୦ ର ଗଣେଶ ପ୍ରଜାପତିଙ୍କ ଝିଅ ଅରୁଣା ପ୍ରଜାପତି ଙ୍କ ସହ ହାତଗଣ୍ଡି ପଡିଛି।ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କ ଠାରୁ ଅବଶ୍ୟକ ଅନୁମତି ମିଳିବା ପରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ମୋରଡା ବିଧାୟକ ରାଜ କିଶୋର ଦାସ ଙ୍କ ଉପସ୍ଥିତି ରେ ରାଇରଙ୍ଗପୁର ଏସଡିପିଓ ଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ବିବାହ ସମ୍ପନ୍ନ ହୋଇଛି। ନିରାଡ଼ମ୍ବରରେ ବାହାଘର ହୋଇଥିଲେ ମଧ୍ୟ ଉଭୟଙ୍କ ପରିବାର ବହୁତ ଖୁସି ଅଛନ୍ତି।

Mo sapath