Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖ: ବିରୋଧୀ

ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ବିଧାନସଭା ଛାଡି ପାଟକୁରାରେ ..

0

ଭୁବନେଶ୍ୱର, ନିରପେକ୍ଷ ଖବର:୧୫/୦୭/୧୯ ଆଜି ଗୃହରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଦେଖା ମିଳିନିଥିଲା । ଆଉ ଏହା ଦେଖି ବିରୋଧୀ କହିଥିଲେ, ଯଦି ମନ୍ତ୍ରୀ ନାହାଁନ୍ତି ତେବେ ବନ୍ଦ କରିଦିଆଯାଉ ବିଧାନସଭା । କିନ୍ତୁ ବାସ୍ତବ କଥା ହେଲା, ପାଟକୁରା ନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଏବେ ବିଧାନସଭା ଛାଡି ପାଟକୁରାରେ ଡେରା ପକାଇଛନ୍ତି।ପାଟକୁରାରେ ଭିଡ, ବିଧାନସଭା ଖାଁ ଖାଁ । ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହେଉଥିବା ବେଳେ ଏବେ ଏହାର ପ୍ରଭାବ ସିଧାସଳଖ ବିଧାନସଭାରେ ଦେଖିବାକୁ ମିଳିଛି । ବିଧାନସଭା ଛାଡି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ପାଟକୁରା ପ୍ରଚାର ମୈଦାନରେ ଭିଡ ଜମାଇଛନ୍ତି । ଆଉ ଏପଟେ ଫାଙ୍କା ପଡିଛି ବିଧାନସଭା ଆସନ ।ଆଜି ବିଧାନସଭାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା:* ଆଜି ବିଧାନସଭାର ପ୍ରଥମାର୍ଦ୍ଧରେ ୨୧ରୁ ୧୦ ଜଣ ମନ୍ତ୍ରୀ ଗୃହରେ ଉପସ୍ଥିତ ଥିଲେ * ଆଉ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଲା ବେଳକୁ ମନ୍ତ୍ରୀଙ୍କ ସଂଖ୍ୟା ୬ରୁ ୭କୁ ଖସି ଆସିଥିଲା * ପ୍ରାୟ ୪୦% ଶାସକ ଦଳର ବିଧାୟକଙ୍କୁ ବିଧାନସଭାରେ, ଦେଖିବାକୁ ମିଳିନଥିଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଯେମିତି ବଦଳି ଯାଇଛି ବିଧାୟକ ଓ ମନ୍ତ୍ରୀଙ୍କ ଠିକଣା । ପ୍ରଚାର ମୈଦାନରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଚେହେରା । କୃଷି ମନ୍ତ୍ରୀ ଅରୁଣ ସାହୁ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ଏମିତି ଅନେକ ମନ୍ତ୍ରୀଙ୍କୁ ଆପଣ ପାଟକୁରା ନିର୍ବାଚନୀ ମୈଦାନରେ ପ୍ରଚାର କରୁଥିବା ଦେଖିବାକୁ ପାଇବେ । ଆଉ ବିଧାୟକଙ୍କ କଥା ନକହିଲେ ଭଲ । କାରଣ, ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବହୁ ବିଧାୟକ ଗୃହରେ ଉପସ୍ଥିିତ ରହିବା ବଦଳରେ ଦଳ ପାଇଁ ପ୍ରଚାର କରିବାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି । ଆଇନଶୃଙ୍ଖଳା, ନିଯୁକ୍ତି ଏବଂ ଚାଷୀ ସମସ୍ୟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେଉଥିବା ବେଳେ, ଗୃହରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଯେଉଁଥି ପାଇଁ ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖିବାକୁ ଦାବି କରିଛନ୍ତି ବିରୋଧୀ ।

Mo sapath

Leave A Reply

Your email address will not be published.